ଚୌଦ୍ୱାର ଥାନା ପଞ୍ଝାରେ ୩ ଛୀନତାଇ ଅପରାଧୀ

କଟକରୁ ରାଜେଶ ବେହେରା ଙ୍କ ରିପୋର୍ଟ କଳିଙ୍ଗ ସେଭେନ ନ୍ୟୁଜ

S ଚୌଦ୍ୱାର ଥାନା ପଞ୍ଝାରେ ୩ ଛୀନତାଇ ଅପରାଧୀ ।।

Dt-୬/୨/୨୦୨୬
କଟକ (କଳିଙ୍ଗ ସେଭେନ ନ୍ୟୁଜ) ଚୌଦ୍ୱାର ପୋଲିସ ଆଜି ଛିନତାଇ ଅଭିଯୋଗରେ ୩ଜଣ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି । ସୂଚନା ଅନୁଯାୟୀ ଗତ ୧୮.୧୦.୨୦୨୫ ରାତି ପ୍ରାୟ ୮ଟା  ସମୟରେ ସନ୍ଧ୍ୟାରାଣୀ ପତି ତାଙ୍କ ସ୍ଵାମୀଙ୍କ ସହିତ ଲକ୍ଷ୍ମଣପୁର ଫେରୁଥିବା ବେଳେ ବିରୂପା ବ୍ୟାରେଜ ନିକଟରେ ଦୁଇ ଜଣ ଦୁର୍ବୃତ୍ତ ବାଇକ୍ ଯୋଗେ ଆସି ତାଙ୍କ ବେକରୁ ୨୩ ଗ୍ରାମର  ଏକ ସୁନା ଚେନ୍  ଝାମ୍ପି ନେଇଯାଇ ଦୃତ ଗତିରେ ଜଗତପୁର ଆଡକୁ ଚାଲିଯାଇଥିଲେ । ଏ ସମ୍ପର୍କରେ ସନ୍ଧ୍ୟାରାଣୀ ଚୌଦ୍ଵାର ଥାନା ରେ ଲିଖିତ ଅଭିଯୋଗ କରିଥିଲେ ।

ତାଙ୍କ ଏତଲା ଆଧାର ରେ ଚୌଦ୍ଵାର ପୋଲିସ ଚୌଦ୍ଵାର ପ୍ରବେଶ ଓ ପ୍ରସ୍ଥାନ ସ୍ଥାନ ଗୁଡିକରେ ଲାଗିଥିବା ସିସି ଟିଭି ଫୁଟେଜ୍ ସଂଗ୍ରହ କରିଥିଲା । ପରେ ଜାନୁଆରୀ ୨୦୨୫ ଠାରୁ ଚୌଦ୍ୱାର ଜେଲ୍ ଏବଂ ଝାରପଡ଼ା ଜେଲ୍ ରୁ ମୁକ୍ତ ହୋଇଥିବା ଅପରାଧୀଙ୍କ ଏକ ତାଲିକା ପୋଲିସ ପ୍ରସ୍ତୁତ କରି ସିସି ଟିଭି ଫୁଟେଜ୍ କୁ ମିଳାଇ ଅପରାଧୀକୁ ଚିହ୍ନଟ କରିବାରେ ସଫଳ ହୋଇଥିଲା । ଏହା ପରେ ଚୌଦ୍ଵାର ପୋଲିସ ଓ କଟକ UPD ର ଏକ ସ୍ବତନ୍ତ୍ର ଦଳ ଗଠନ କରି ଅଭିଯୁକ୍ତ ନେମାଳ ଥାନା ଅର୍ନ୍ତଗତ ବଳରାମପୁର ର ବିଶାଳ ମଲ୍ଲିକ କୁ ଗିରଫ କରିବା ସହିତ ସଂପୃକ୍ତ ଦୁଇ ଅଳଙ୍କାର ଦୋକାନ ମାଲିକ ପ୍ରଭାକର ସାମନ୍ତ ଓ ହରେକୃଷ୍ଣ ସାହୁ କୁ ଗିରଫ କରିଥିଲା। ଏମାନଙ୍କ ଠାରୁ  ମୋଟ ୯୭ ଗ୍ରାମ ର ୭ଟି ସୁନା ଚେନ୍ ଓ ଏଥିରେ ବ୍ୟବହୃତ କଳା ରଙ୍ଗର ଏକ ପଲସର 220 ବାଇକ ଜବତ କରିଥିଲା । ପରେ ଅଭିଯୁକ୍ତ ମାନଙ୍କ ନାମରେ ଚୌଦ୍ଵାର,ଜଗତପୁର ଓ ସଦର ଥାନାରେ ଏକାଧିକ ମାମଲା ରହିଥିବାର ପୋଲିସ ପକ୍ଷରୁ ସୂଚନା ମିଳିଥିଲା । ଏହି ଅପରାଧୀମାନଙ୍କ ନାମରେ ରହିଛି ଏକାଧିକ ଥାନାରେ ମାମଲା

Leave A Reply

Your email address will not be published.