ଟାଙ୍ଗୀ ମହାବିଦ୍ୟାଳୟ ର ୪୬ ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ
Anchor – କଟକ ଜିଲ୍ଲା ଟାଙ୍ଗୀ କୋଟ ସାହି ସ୍ଥିତ ଟାଙ୍ଗୀ ମହାବିଦ୍ୟାଳୟ ର ୪୬ ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି l ଏହି ବାର୍ଷିକ ଉତ୍ସବ ରେ କଲେଜ ର ଅଧକ୍ଷା ବିଲକେଶ ପରବୀନ ଙ୍କ ଅଧକ୍ଷତା ରେ ଆୟୋଜିତ କାର୍ଯ୍ୟକ୍ରମ ରେ ଟାଙ୍ଗୀ ସାଲେପୁର ବିଧାୟକ ଶ୍ରୀ ପ୍ରଶାନ୍ତ କୁମାର ବେହେରା ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିଲେ l ଅଧକ୍ଷା ତାଙ୍କ ଅଭିଭାଷଣ ରେ ଅତିଥି ପରିଚୟ ପ୍ରଦାନ ସହିତ କୃତକାର୍ଯ୍ୟ ଲାଭ କରୁଥିବା ବିଦ୍ୟାର୍ଥୀ ମାନଂକୁ ଧନ୍ୟବାଦ ଦେଇଥିଲେ l ବିଧାୟକ ଶ୍ରୀ ବେହେରା ତାଙ୍କ ଅଭିଭାଷଣ ଶିକ୍ଷା କିପରି ଭାବେ ଏକ ନିର୍ଣ୍ଣାୟକ ଭବିଷ୍ୟତ ଗଢିପାରେ ଏବଂ ଏହି କଲେଜର କିପରି ଭାବେ ଉନ୍ନତି ମୂଳକ କାର୍ଯ୍ୟ ହେବ ତାହା ମତ ପ୍ରକାଶ କରିଥିଲେ l ସାଂସଦ ଖେଳ ମହୋତ୍ସବରେ ଏହି କଲେଜରୁ ପ୍ରାୟ ଛାତ୍ର ଛାତ୍ରୀ ରାଜ୍ୟ ସ୍ତରୀୟ ଖେଳ କୁ ଉତ୍ତୀର୍ଣ୍ଣ ହୋଇଛନ୍ତି ବୋଲି ମତ ପ୍ରକାଶ କରିଥିଲେ ଅଧକ୍ଷା l ଆଜି ଏହି ବାର୍ଷିକ ଉତ୍ସବରେ କଲେଜ ଛାତ୍ରୀ ମାନଙ୍କ ଦ୍ୱାରା ସହିଦଙ୍କ ଶ୍ରଦ୍ଧାଞ୍ଜଳି ପାଇଁ ଅପରେସନ ସିନ୍ଦୁର ଉଦେଶ୍ୟ ରେ ଏକ ସଂସ୍କୃତିକ ନୃତ୍ୟ ପରିବେଷଣ କରାଯାଇଥିଲା l ଏହି କାର୍ଯ୍ୟକ୍ରମ ରେ ଅନ୍ୟ ମାନଙ୍କ ମଧ୍ୟରେ ଟାଙ୍ଗୀ ଚୌଦ୍ୱାର ବ୍ଲକ ର ବିଡ଼ିଓ ଶ୍ରୀମତୀ ରାଜଲଷ୍ମୀ ଓଝା,ଟାଙ୍ଗୀ ଜୋନ-୨ ର ଜିଲ୍ଲା ପରିଷଦ ଶ୍ରୀ ଚିତ୍ତରଞ୍ଜନ ସାମଲ,ପୂର୍ବତନ ଅଧକ୍ଷ ଶ୍ରୀ ଇକବାଲ ହୁସେନ ଙ୍କ ସମେତ କଲେଜ ବହୁ ଛାତ୍ର ଛାତ୍ରୀ ମାନେ ଉପସ୍ଥିତ ଥିଲେ l