ଗାନ୍ଧୀ ଶିକ୍ଷାଶ୍ରମର ୨୦୧୩ ବ୍ୟାଚ୍‌ର ବନ୍ଧୁମିଳନ ସଫଳ

ଗାନ୍ଧୀ ଶିକ୍ଷାଶ୍ରମର ୨୦୧୩ ବ୍ୟାଚ୍‌ର ବନ୍ଧୁମିଳନ ସଫଳ

ବଡଚଣା/ମାହାଙ୍ଗା: କଇଥା ପଞ୍ଚାୟତ ଅନ୍ତର୍ଗତ ଗାନ୍ଧୀ ଶିକ୍ଷାଆଶ୍ରମର ୨୦୧୩ ବର୍ଷର ପୁରାତନ ଛାତ୍ରଛାତ୍ରୀଙ୍କ ବନ୍ଧୁମିଳନ କାର୍ଯ୍ୟକ୍ରମ ଆନନ୍ଦ ଓ ଉତ୍ସାହ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି। ଶିକ୍ଷାବିତ୍ ପ୍ରତାପ କୁମାର ଆର୍ଚାର୍ଯ୍ୟଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସଭାରେ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟତ୍ରୀ ପ୍ରତୀମା ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ।

କାର୍ଯ୍ୟକ୍ରମ ଆରମ୍ଭରେ ଅରୁଣଧୋତି ସାହୁ ସ୍ୱାଗତ ଭାଷଣ ପ୍ରଦାନ କରିଥିବାବେଳେ ବ୍ରହ୍ମାକୁମାରୀ ଜ୍ୟୋତ୍ସ୍ନା ମୟୀ ଗିରୀ ପ୍ରେରଣାଦାୟକ ବକ୍ତବ୍ୟ ରାଖିଥିଲେ। ୨୦୧୩ ବ୍ୟାଚ୍‌ର ପ୍ରାୟ ୭୦ ଜଣ ଛାତ୍ରଛାତ୍ରୀ ଏହି ବନ୍ଧୁମିଳନରେ ଯୋଗଦେଇ ପୁରୁଣା ସ୍ମୃତିକୁ ସ୍ମରଣ କରି ଖୁସୀ ମନାଇଥିଲେ।

ପୁରାତନ ଛାତ୍ର ଦିନେଶ ସାହୁ ଓ ବିଚିତ୍ରାନନ୍ଦ ଦାସଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ କାର୍ଯ୍ୟକ୍ରମଟି ସୁଚାରୁ ଭାବେ ପରିଚାଳିତ ହୋଇଥିଲା। ଏହି ଅବସରରେ ପୁରାତନ ଓ ବର୍ତ୍ତମାନର ଶିକ୍ଷକ-ଶିକ୍ଷୟତ୍ରୀମାନେ ଉପସ୍ଥିତ ହୋଇ ଛାତ୍ରଛାତ୍ରୀଙ୍କୁ ଆଶୀର୍ବାଦ ଓ ଉପଦେଶ ଦେଇଥିଲେ।

ଶିକ୍ଷକମାନେ ଛାତ୍ରଛାତ୍ରୀଙ୍କୁ ନିଷ୍ଠାବାନ୍ ଓ ସଚେତନ ନାଗରିକ ଭାବେ ନିଜକୁ ଗଢ଼ି ତୋଳିବାକୁ ପ୍ରେରଣା କରିଥିଲେ। ଶେଷରେ ରୁକ୍ମିଣୀ ଗାହାଣ ଧନ୍ୟବାଦ ଜ୍ଞାପନ କରିଥିଲେ।

Leave A Reply

Your email address will not be published.