ଓଡ଼ିଶା କ୍ରାଇମବ୍ରାଞ୍ଚର ବଡ଼ ସଫଳତା: ୧.୩୮ କୋଟି ଟଙ୍କାର ‘ଡିଜିଟାଲ ଆରେଷ୍ଟ’ ସାଇବର ଠକେଇ ମାମଲାରେ ୩ ଅଭିଯୁକ୍ତ ଗିରଫ

ଦିଲ୍ଲୀ, ଉତ୍ତରାଖଣ୍ଡ ଓ ଉତ୍ତର ପ୍ରଦେଶରୁ ଅଭିଯୁକ୍ତଙ୍କୁ ଧରିଲା କ୍ରାଇମବ୍ରାଞ୍ଚ; ଜବତ ହେଲା ନକଲି ଆଧାର, ପ୍ୟାନ୍ କାର୍ଡ, ମୋବାଇଲ ଓ ଗାଡ଼ି

ଭୁବନେଶ୍ୱର/କଟକ, ୧୦ ଜୁନ: (କଳିଙ୍ଗ ୭ ନିୟୁଜ )ଓଡ଼ିଶା କ୍ରାଇମବ୍ରାଞ୍ଚ ସାଇବର କ୍ରାଇମ ପୋଲିସ ଷ୍ଟେସନ ଏକ ବହୁଚର୍ଚ୍ଚିତ “ଡିଜିଟାଲ ଆରେଷ୍ଟ” ସାଇବର ଠକେଇ ମାମଲାରେ ବଡ଼ ସଫଳତା ହାସଲ କରିଛି। ଏହି ମାମଲାରେ ଭୁବନେଶ୍ୱରର ଜଣେ ବ୍ୟକ୍ତିଙ୍କୁ ମୁମ୍ବାଇ ସାଇବର କ୍ରାଇମ ଅଧିକାରୀ ସାଜି ଠକମାନେ ୧ କୋଟି ୩୮ ଲକ୍ଷ ଟଙ୍କା ଠକି ନେଇଥିଲେ। ଠକମାନେ ପୀଡ଼ିତଙ୍କୁ ତାଙ୍କ ଆଧାର କାର୍ଡ ମନି ଲଣ୍ଡରିଂ ମାମଲାରେ ଜଡିତ ଥିବା କହି ଗିରଫ ଏବଂ ଜେଲ ଭୟ ଦେଖାଇଥିଲେ। ମାନସିକ ଚାପରେ ପଡ଼ି ପୀଡ଼ିତ ବିଭିନ୍ନ ବ୍ୟାଙ୍କ ଖାତାକୁ ୧.୩୮ କୋଟି ଟଙ୍କା ପଠାଇଥିଲେ। ତଦନ୍ତ ସମୟରେ ବ୍ୟାଙ୍କ ଟ୍ରାଞ୍ଜାକ୍ସନ, ମୋବାଇଲ ରେକର୍ଡ ଓ ଡକ୍ୟୁମେଣ୍ଟ ଯାଞ୍ଚ କରି କ୍ରାଇମବ୍ରାଞ୍ଚ ଏକ ସଂଗଠିତ ସାଇବର ଠକେଇ ଚକ୍ରର ସନ୍ଧାନ ପାଇଥିଲା। ଏହି ମାମଲାରେ ଦିଲ୍ଲୀର ସୁଭମ ଶର୍ମା ଓରଫ ସଞ୍ଜୟ ରାଣା (୨୯)ଙ୍କୁ ଗିରଫ କରାଯାଇଛି। ସେ ନକଲି ପରିଚୟପତ୍ର ବ୍ୟବହାର କରି ଅନେକ ବ୍ୟାଙ୍କ ଖାତା ଖୋଲିଥିବା ଜଣାପଡ଼ିଛି। ଅନ୍ୟପଟେ ଉତ୍ତରାଖଣ୍ଡର ଅମିତ କୁମାର (୩୧)ଙ୍କୁ ମଧ୍ୟ ଗିରଫ କରାଯାଇଛି। ତାଙ୍କ ଖାତାରେ ସିଧାସଳଖ ୧୩ ଲକ୍ଷ ଟଙ୍କା ଜମା ହୋଇଥିବା ତଦନ୍ତରୁ ଜଣାପଡ଼ିଛି।ଏହାଛଡ଼ା ଶେୟାର ମାର୍କେଟ ଓ IPO ନିବେଶ ନାଁରେ ୧.୪ କୋଟି ଟଙ୍କା ଠକେଇ ମାମଲାରେ ଦିଲ୍ଲୀର ୟାସିନ ଶାହ (୩୮)ଙ୍କୁ ମଧ୍ୟ କ୍ରାଇମବ୍ରାଞ୍ଚ ଗିରଫ କରିଛି। ପୂର୍ବରୁ ଏହି ମାମଲାରେ ୧୫ ଜଣ ଅଭିଯୁକ୍ତ ଗିରଫ ହୋଇଥିଲେ।

ଜବତ ସାମଗ୍ରୀ:- ନକଲି ଆଧାର ଓ ପ୍ୟାନ୍ କାର୍, ମୋବାଇଲ ଫୋନ ଓ ସିମ୍ କାର୍ଡ,ବ୍ୟାଙ୍କ ଡକ୍ୟୁମେଣ୍,ହୁଣ୍ଡାଇ ଗ୍ରାଣ୍ଡ i10 କାର,ଦୁଇଚକିଆ ଗାଡ଼ିର କାଗଜପତ୍ର କୌଣସି ପୋଲିସ, CBI, ED, RBI କିମ୍ବା ସରକାରୀ ସଂସ୍ଥା ତଦନ୍ତ ନାମରେ ଟଙ୍କା ଟ୍ରାନ୍ସଫର କରିବାକୁ କୁହନ୍ତି ନାହିଁ। ସନ୍ଦେହଜନକ ଫୋନ କିମ୍ବା ନିବେଶ ପ୍ରସ୍ତାବ ମିଳିଲେ ତୁରନ୍ତ Cyber Helpline 1930 କିମ୍ବା National Cyber Crime Portalରେ ଅଭିଯୋଗ କରିବାକୁ ପରାମର୍ଶ ଦିଆଯାଇଛି।

 

Leave A Reply

Your email address will not be published.