ଦେବୀ ପ୍ରସାଦ ରାଉତରାୟଙ୍କ ମୃତ୍ୟୁ କେବଳ ଏକ ସଡ଼କ ଦୁର୍ଘଟଣାର ଖବର ନୁହେଁ,

ଏହା ଏକ ପରିବାରର ଅପୂରଣୀୟ କ୍ଷତି।

ନ୍ୟାୟ_କେବେ_ମିଳିବ_ଦେବୀ_ପ୍ରସାଦଙ୍କୁ?

ଭୁବନେଶ୍ୱର ଶାସ୍ତ୍ରୀନଗର ଟ୍ରାଫିକ୍ ଛକରେ ଘଟିଥିବା ଏକ ଭୟଙ୍କର ସଡ଼କ ଦୁର୍ଘଟଣାରେ କଟକ ନିଶ୍ଚିନ୍ତକୋଇଲିର ଦେବୀ ପ୍ରସାଦ ରାଉତରାୟଙ୍କ ଜୀବନ ଚାଲିଗଲା। ଅଭିଯୋଗ ଅନୁସାରେ ଦ୍ରୁତ ଗତିରେ ଆସୁଥିବା ଏକ ମର୍ସିଡିଜ୍ କାର୍ ତାଙ୍କ ବାଇକକୁ ଧକ୍କା ଦେଇଥିଲା, ଫଳରେ ସେ ଘଟଣାସ୍ଥଳରେ ପ୍ରାଣ ହରାଇଥିଲେ।
ପଛରେ ରହିଗଲେ ୭ ବର୍ଷର ଝିଅ, ପତ୍ନୀ ଓ ବୃଦ୍ଧ ବାପା-ମା’। ଏକ ପରିବାରର ସ୍ୱପ୍ନ ମୁହୂର୍ତ୍ତକରେ ଭାଙ୍ଗିଗଲା।
ଘଟଣାକୁ ନେଇ ସୋସିଆଲ ମିଡିଆରେ ଅନେକ ପ୍ରଶ୍ନ ଉଠୁଛି। ଗାଡ଼ି କିଏ ଚଳାଉଥିଲା, ତଦନ୍ତ ସ୍ୱଚ୍ଛ କି ନୁହେଁ ଏବଂ ସମସ୍ତ ଦୋଷୀଙ୍କ ବିରୋଧରେ ସମାନ ଆଇନଗତ କାର୍ଯ୍ୟାନୁଷ୍ଠାନ ହେବ କି ନାହିଁ—ଏସବୁ ନେଇ ଲୋକମାନେ ଉତ୍ତର ଚାହୁଁଛନ୍ତି।
ଦୋଷୀ ଯିଏ ବି ହେଉ, ଆଇନ ସମସ୍ତଙ୍କ ପାଇଁ ସମାନ ହେବା ଉଚିତ୍। ଦେବୀ ପ୍ରସାଦଙ୍କ ପରିବାରକୁ ନ୍ୟାୟ ମିଳୁ।

Leave A Reply

Your email address will not be published.