ଭୁବନେଶ୍ୱର ମ୍ୟୁଜିକ୍ ସର୍କିଲ୍ ପକ୍ଷରୁ ‘ହିନ୍ଦୁସ୍ତାନୀ ତ୍ରିବର୍ଣ୍ଣ ସନ୍ଧ୍ୟା’ ଅନୁଷ୍ଠିତ

ଲିପ୍ଶା ରାଉତ ଭୁବନେଶ୍ବର

ଭୁବନେଶ୍ୱର ମ୍ୟୁଜିକ୍ ସର୍କିଲ୍ ପକ୍ଷରୁ ‘ହିନ୍ଦୁସ୍ତାନୀ ତ୍ରିବର୍ଣ୍ଣ ସନ୍ଧ୍ୟା’ ଅନୁଷ୍ଠିତ
**ଭୁବନେଶ୍ୱର, ୨୧ ଜୁଲାଇ:** ଭୁବନେଶ୍ୱର ମ୍ୟୁଜିକ୍ ସର୍କିଲ୍ ପକ୍ଷରୁ ଜୟଦେବ ଭବନଠାରେ **‘ହିନ୍ଦୁସ୍ତାନୀ ତ୍ରିବର୍ଣ୍ଣ ସନ୍ଧ୍ୟା’** ସଫଳତାର ସହ ଆୟୋଜିତ ହୋଇଥିଲା। ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନେ ହିନ୍ଦୁସ୍ତାନୀ ଶାସ୍ତ୍ରୀୟ ସଙ୍ଗୀତର ବିଭିନ୍ନ ପରିବେଷଣ କରି ଉପସ୍ଥିତ ସଙ୍ଗୀତପ୍ରେମୀଙ୍କୁ ମନ୍ତ୍ରମୁଗ୍ଧ କରିଥିଲେ।କାର୍ଯ୍ୟକ୍ରମରେ **ଶ୍ରୀ ସୁଭ୍ରଜିତ ସାହୁ** ହିନ୍ଦୁସ୍ତାନୀ କଣ୍ଠ ସଙ୍ଗୀତ ପରିବେଷଣ କରିଥିବାବେଳେ ତବଲାରେ **ଶ୍ରୀ ଦୀପ୍ତିରଞ୍ଜନ ବେହେରା** ସଙ୍ଗତ କରିଥିଲେ। **ଶ୍ରୀ ନିର୍ମାଲ୍ୟ ଶଙ୍କର ସ୍ୱାଇଁ** ଓ **ଶ୍ରୀ କୃଷ୍ଣଚନ୍ଦ୍ର ପଣ୍ଡା**ଙ୍କ ତବଲା ଯୁଗଳବନ୍ଦୀକୁ ହାରମୋନିୟମ୍‌ରେ **ଶ୍ରୀ ଧନେଶ୍ୱର ଓଝା** ସହଯୋଗ କରିଥିଲେ। ପରେ **ଗୁରୁ ଶ୍ରୀନିବାସ ଶତପଥୀ**ଙ୍କ ସଂଯୋଜନାରେ **ଶ୍ରୀ ସତ୍ୟ ପ୍ରକାଶ ଦାସ, ଶ୍ରୀ ଦୀପଙ୍କର ପରିଡ଼ା, ଶ୍ରୀ ପରଶୁରାମ ଭୋଇ, ଶ୍ରୀ ଆକାଙ୍କ୍ଷା ଅଭିଲିପ୍ସା, ଶ୍ରୀ ସଦାନନ୍ଦ ମେହେର** ଓ **ଶ୍ରୀ ପ୍ରଭୁ ପ୍ରସାଦ ବେହେରା**ଙ୍କ ଦ୍ୱାରା ଗୋଷ୍ଠୀ ବଂଶୀବାଦନ ପରିବେଷଣ କରାଯାଇଥିଲା। ତବଲାରେ **ଗୁରୁ ବିଶ୍ୱରଞ୍ଜନ ନନ୍ଦ**, ମର୍ଦ୍ଦଳରେ **ଗୁରୁ ସୌମ୍ୟ ରଞ୍ଜନ ନାୟକ** ଓ କି-ବୋର୍ଡରେ **ଗୁରୁ ଧୃତିମୟ ବେହେରା** ସଙ୍ଗତ କରିଥିଲେ।

**ଗୁରୁ ଶ୍ରୀନିବାସ ଶତପଥୀ, ଗୁରୁ ଚନ୍ଦନ କୁମାର ଜେନା** ଓ **ଗୁରୁ ପ୍ରମୋଦ ସାହୁ**ଙ୍କ ତତ୍ତ୍ୱାବଧାନରେ ପ୍ରଶିକ୍ଷିତ ଶିଳ୍ପୀମାନଙ୍କ ମନୋମୁଗ୍ଧକର ପରିବେଷଣକୁ ଉପସ୍ଥିତ ସଙ୍ଗୀତପ୍ରେମୀ ଓ ବୁଦ୍ଧିଜୀବୀମାନେ ଉଚ୍ଚ ପ୍ରଶଂସା କରିଥିଲେ।

Leave A Reply

Your email address will not be published.