ଏସସିବି ବଡ଼ ମେଡିକାଲରେ ଏମ.ଆର.ଆଇ ମେସିନ୍ ମରାମତି ପାଇଁ ସହଯୋଗ ର ହାତ ବଢ଼ାଇଲା କଂଗ୍ରେସ

kalinga7news

କଟକ ବଡ଼ ମେଡିକାଲ କୁ ବିଶ୍ଵ ସ୍ତରୀୟ ତଥା ଏମ୍ସ ପ୍ଲସ ମେଡିକାଲ ରେ ପରିଣତ କରିବା ପାଇଁ ପୂର୍ବ ସରକାର ଓ ବର୍ତ୍ତମାନ ର ସରକାର ପଦକ୍ଷେପ ନେବା ସହ ଭିତ୍ତି ଭୂମି ରେ ଉନ୍ନତି ଆଣିବା ପାଇଁ ପଦକ୍ଷେପ ନେଉଛନ୍ତି । ପ୍ରତ୍ୟେହ ରାଜ୍ୟ ଏବଂ ରାଜ୍ୟ ବାହାରୁ ବହୁ ରୋଗୀ ସ୍ବାସ୍ଥ୍ୟ ସେବା ପାଇବା ପାଇଁ ଆସିଥାନ୍ତି । କିନ୍ତୁ ଗତ ଦୁଇଦିନ ପୂର୍ବେ ହଠାତ୍ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଙ୍କ ଧର୍ମପତ୍ନୀ କଟକ ବଡ଼ମେଡ଼ିକାଲ କୁ ନିଜର ସ୍ବାସ୍ଥ୍ୟ ପରୀକ୍ଷା କରିବାକୁ ଆସିଥିଲେ । ଏବଂ ତାଙ୍କର ସ୍ବାସ୍ଥ୍ୟ ପରୀକ୍ଷା କରୁଥିବା ଡ଼ାକ୍ତର ଏମଆରଆଇ କରିବାକୁ ଉପଦେଶ ଦେଇଥିଲେ । କିନ୍ତୁ ଦେଖା ଯାଇଥିଲା କି ବଡ଼ ଡାକ୍ତର ଖାନାରେ ଏମଆରଆଇ ମେସିନ୍ ଅଚଳ ରହିଛି ।ଯାହାକି ବିଭିନ୍ନ ଗଣ ମାଧ୍ୟମ ରେ ମଧ୍ୟ ପ୍ରକାଶିତ ହୋଇଥିଲା । ଯେତେବେଳେ ଖୋଦ୍ ମୁଖ୍ୟମନ୍ତ୍ରୀ ଙ୍କ ଧର୍ମପତ୍ନୀଙ୍କ ବଡ଼ ମେଡିକାଲ ରେ ସ୍ୱାସ୍ଥ୍ୟ ସେବା ପାଇ ପାରୁ ନାହାଁନ୍ତି ତେବେ ସାଧାରଣ ଲୋକ କି ସେବା ପାଉଥିବେ ବୋଲି କଂଗ୍ରେସ ପ୍ରଶ୍ନ କରିଛି ।କେବଳ ବଡ଼ ବଡ଼ କୋଠା ଘର କରିଦେଲେ ସ୍ବାସ୍ଥ୍ୟ ସେବାର ଉନ୍ନତି ଆସିବ ନାହିଁ ,ସ୍ବାସ୍ଥ୍ୟ ସେବା ରେ ଉନ୍ନତି ଆଣିବାକୁ ହେଲେ ଉନ୍ନତ ଚିକିତ୍ସା ପାଇବା ଦରକାର । ଅଧିକାଂଶ ସମୟରେ ବଡ଼ ମେଡିକାଲ ରେ ପରୀକ୍ଷା ନିରୀକ୍ଷା ପାଇଁ ଥିବା କୋଟି କୋଟି ଟଙ୍କାର ଯନ୍ତ୍ରପାତି ଅଚଳ ରହିବା ଦ୍ଵାରା ଗରିବ ଗୁରୁବା ଲୋକ ବାଧ୍ୟ ହୋଇ ମେଡିକାଲ ବାହାରେ ଘରୋଇ ଭାବେ ପରୀକ୍ଷା ନିରୀକ୍ଷା କରି ଶୋସିତ ହେଉଛନ୍ତି ।ଅନେକ ସମୟରେ ମନୁଷ୍ୟ କୃତ ଭାବେ ମଧ୍ୟ ଯନ୍ତ୍ରପାତି ଅଚଳ କରି ବଡ଼ ମେଡିକାଲ ର ଅଧିକାରୀ ମାନେ ଘରୋଇ ସଂସ୍ଥା ଠାରୁ ମୁନାଫା କମାଉଛନ୍ତି ।ଏହି ପରିପ୍ରେକ୍ଷୀରେ ବଡ଼ ମେଡିକାଲ ର କର୍ତ୍ତୃପକ୍ଷ ଙ୍କ ଅବହେଳା କୁ ପ୍ରତିବାଦ କରି କଂଗ୍ରେସ ପକ୍ଷରୁ ବରିଷ୍ଠ କଂଗ୍ରେସ୍ ନେତା ମାନସ ଚୌଧୁରୀ ଙ୍କ ନେତୃତ୍ୱରେ କଂଗ୍ରେସ୍ କର୍ମୀମାନେ କଟକ ବଡ଼ ମେଡିକାଲ ର ଅଧିକ୍ଷକ ଙ୍କ କାର୍ଯ୍ୟାଳୟକୁ ଯାଇ ଅଭିନବ ଉପାୟରେ ସମାଲୋଚନା ଓ ପ୍ରତିବାଦ କରିବା ସହ ପାଞ୍ଚ ହଜାର ଟଙ୍କାର ରେଜା ପଇସା ଦେଇ ତୁରନ୍ତ ଅଚଳ ପଡ଼ିଥିବା ଏମଆରଆଇ ମେସିନ କୁ ତୁରନ୍ତ ସଚଳ କରି ଉନ୍ନତ ସ୍ବାସ୍ଥ୍ୟ ସେବା ଯୋଗାଇ ଦେବାକୁ ଦାବୀ କରିଥିଲେ ।ଏହି କାର୍ଯ୍ୟକ୍ରମରେ ଶ୍ରୀ ଚୌଧୁରୀ ଙ୍କ ସହିତ ଜିଲ୍ଲା କଂଗ୍ରେସ୍ ର ବରିଷ୍ଠ ଉପସଭାପତି ଶିଶିର ରଥ,ମନୋଜ ବିଶ୍ଵାଳ ଓ ରାଜେଶ୍ ସ୍ୱାଇଁ,ପିସିସି ର ପ୍ରାକ୍ତନ ସମ୍ପାଦକ ପ୍ରୀୟଜିତ୍ ରାୟ,ବରିଷ୍ଠ କଂଗ୍ରେସ ନେତା ରାମ ଚନ୍ଦ୍ର ଗୋଚ୍ଛାୟତ,କଟକ ନଗର (ଜିଲ୍ଲା) କଂଗ୍ରେସ ମୁଖ୍ୟ ମୁଖପାତ୍ର ମାନସ ପରିଡ଼ା,କଟକ ନଗର ଯୁବ କଂଗ୍ରେସ ସଭାପତି ଡ଼ ବିପ୍ଳବ ଶିଳାଦିତ୍ୟ,ଜିଲ୍ଲା ଛାତ୍ର କଂଗ୍ରେସ ସଭାପତି ଆଶୁତୋଷ ରାଉତ୍,ସାଲେପୁର ନିର୍ବାଚନ ମଣ୍ଡଳୀ ର ଯୁବ ନେତା ଆକିବ୍ ଅହମ୍ମଦ,ନଗର କଂଗ୍ରେସ ସାଧାରଣ ସମ୍ପାଦକ ନିର୍ମଳ ସ୍ୱାଇଁ ଓ ଜୟନାରାୟଣ ତ୍ରୀପାଠୀ,ବ୍ଲକ୍ ସଭାପତି ବିପନ ପଶାୟତ ଓ ଆଶୁତୋଷ ବରାଳ, ଉଗ୍ରସେନ ଭୂୟାଁ,ପ୍ରଦେଶ ଯୁବ କଂଗ୍ରେସ ସାଧାରଣ ସମ୍ପାଦକ ଶିବ ଅଗ୍ରୱାଲ,ଯୁବନେତା ଚନ୍ଦ୍ରକାନ୍ତ ନାୟକ,ବରିଷ୍ଠ କର୍ମୀ ରଜନୀ ବସ୍ତିଆ,ସନ୍ତୋଷ ବିଶ୍ଵାଳ ପ୍ରମୁଖ ଶତାଧିକ କର୍ମୀ ଉପସ୍ଥିତ ଥିଲେ.  #kalinga7 news

Leave A Reply

Your email address will not be published.