ଯାଜପୁର, ତା ୧୯.୦୮.୨୦୨୫ ରିଖ: ଆଜି ରାଜ୍ୟ ସରକାରଙ୍କ ଇଲେକ୍ଟ୍ରୋନିକ୍ସ, ସୂଚନା ଓ ପ୍ରଯୁକ୍ତି ଏବଂ ଶକ୍ତି ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ବିଶାଲ କୁମାର ଦେବ ଦୁଇ ଦିନିଆ ଯାଜପୁର ଜିଲ୍ଲା ଗସ୍ତରେ ଆସି ଦାନଗଦି ସ୍ଥିତ ମଲଟି ସ୍କିଲ ଡେଭଲପମେଣ୍ଟ ସେଣ୍ଟର (ବହୁମୁଖି ଦକ୍ଷତା ବିକାଶ କେନ୍ଦ୍ର) ପରିଦର୍ଶନ କରିଥିଲେ। ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଦାନଗଦି ପରିଦର୍ଶନ କରି ରୋଗୀ ଏବଂ ସ୍ବାସ୍ଥ୍ୟ ବିଭାଗୀୟ ଅଧିକାରୀଙ୍କ ସହିତ ଆଲୋଚନା କରିଥିଲେ। ପରେ ତ୍ରିଜଙ୍ଗା ପଞ୍ଚାୟତ ଅନ୍ତର୍ଗତ ଆମ ଅଙ୍ଗନୱାଡି କେନ୍ଦ୍ର, ବିସ୍ଥାପିତ ପୁନର୍ବାସ କଲୋନୀ ଯାଇ ବିସ୍ଥାପିତ ଲୋକମାନଙ୍କ ସହିତ ଆଲୋଚନା କରିବା ସହିତ ସେମାନଙ୍କ ସୁବିଧା ଅସୁବିଧା ସଂପର୍କରେ ପଚାରି ବୁଝିଥିଲେ। ପରେ ଫୁଲଝର ଆଶ୍ରମ ବିଦ୍ୟାଳୟ, ଦାନଗଦି ଗସ୍ତ କରି ସେଠାରେ ପଢୁଥିବା ଛାତ୍ର ଛାତ୍ରୀ ମାନଙ୍କ ସହ ଆଲୋଚନା କରିବା ସହ ଛାତ୍ରାବାସ ଓ ଛାତ୍ରୀନିବାସ ବୁଲି ଦେଖିଥିଲେ। ଅପରାହ୍ନରେ ପ୍ରମୁଖ ସଚିବ ମଙ୍ଗଳପୁର ସ୍ଥିତ ପ୍ରୋଜେକ୍ଟ ପାଇଲଟ ସେଣ୍ଟର୍ ରେ ଥିବା ମୌଳିକ ଟସର ବୀଜାଗାର ପରିଦର୍ଶନ କରିବା ସହିତ ଟସର ଚାଷୀ ମାନଙ୍କ ସହିତ ଆଲୋଚନା କରିଥିଲେ। ସୁକିନ୍ଦା ବ୍ଲକ୍ ଅନ୍ତର୍ଗତ ଜାମୁପସି ଠାରେ ଥିବା ଶିଶୁ ଯତ୍ନ ଅନୁଷ୍ଠାନ “ଆମ ଘର” ପରିଦର୍ଶନ କରି ଅନ୍ତେବାସୀ ମାନଙ୍କ ସହିତ ଆଲୋଚନା କରିଥିଲେ। ପରିଶେଷରେ କୋରେଇରେ ଥିବା ଏସ.ଟି.ପି.ଆଇ (ସଫ୍ଟୱେର ପାର୍କ) ପରିଦର୍ଶନ କରିବା ସହିତ ସମସ୍ତ ସ୍ଥିତି ଅନୁଧ୍ୟାନ କରିଥିଲେ। ପ୍ରମୁଖ ଶାସନ ସଚିବଙ୍କ ସହିତ ଜିଲ୍ଲାପାଳ ଅମ୍ବର କୁମାର କର ଉପସ୍ଥିତ ରହି ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ପ୍ରକଳ୍ପ ଓ ଯୋଜନାର କାର୍ଯ୍ୟକାରିତା ଓ ଅଗ୍ରଗତି ସମ୍ପର୍କରେ ଶାସନ ସଚିବଙ୍କୁ ଅବଗତ କରାଇଥିଲେ। ଏହି ଗସ୍ତ ସମୟରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଯୁଧିଷ୍ଠିର ନାୟକ,ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ ଶ୍ରୀ ଦେବୀ ପ୍ରସାଦ ମହାନ୍ତି, ବି.ଡି.ଓ ଦାନଗଦି, ବି.ଡି.ଓ କୋରେଇ, ତହସିଲଦାର, ଟିମ୍ ଲିଡର, ଡି.ଏମ.ଏଫ୍, ଡଃ ସତ୍ୟ ସ୍ୱରୂପ ପଣ୍ଡା ଏବଂ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀ ଏବଂ କ୍ଷେତ୍ରୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ।
Sign in
Sign in
Recover your password.
A password will be e-mailed to you.