ଗୋଲନଥରା ପରୀକ୍ଷା ଅନିତି ମାମଲାରେ ଆଉ ଗୋଟିଏ ଅଭିଯୁକ୍ତ ଗିରଫ

କ୍ରାଇମ ବ୍ରାଞ୍ଚ (CID-CB) ଆଉ ଗୋଟିଏ ଅଭିଯୁକ୍ତଙ୍କୁ ଗିରଫ କରିଛି।

ଗୋଲନଥରା ପରୀକ୍ଷା ଅନିତି ମାମଲାରେ ଆଉ ଗୋଟିଏ ଅଭିଯୁକ୍ତ ଗିରଫ
ବ୍ରହ୍ମପୁର ୦୫ ଅକ୍ଟୋବର ୨୦୨୫ (କଳିଙ୍ଗ 7 ):ଗୋଲନଥରା ଥାନା ସୀମାରେ ଘଟିଥିବା ପରୀକ୍ଷା ଅନିତି ମାମଲାରେ ତଦନ୍ତ କରୁଥିବା କ୍ରାଇମ ବ୍ରାଞ୍ଚ (CID-CB) ଆଉ ଗୋଟିଏ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ହୋଇଥିବା ଅଭିଯୁକ୍ତ ହେଲେ ଅରବିନ୍ଦ ଦାସ (୪୩), ପିତା– ମଧୁସୂଦନ ଦାସ, ବାସିନ୍ଦା– ନବରା, ଥାନା– ସିଙ୍ଗଲା, ଜିଲ୍ଲା– ବାଲେଶ୍ୱର। ପ୍ରାପ୍ତ ସୂତ୍ର ଅନୁଯାୟୀ, ତଦନ୍ତ ସମୟରେ ଅଭିଯୁକ୍ତ ଅରବିନ୍ଦ ଦାସଙ୍କ ବିରୋଧରେ ଗୁରୁତ୍ୱପୂର୍ଣ୍ଣ ପ୍ରମାଣ ମିଳିଥିଲା। ଦୀର୍ଘ ପ୍ରଶ୍ନବାଦ ପରେ ତାଙ୍କ ନିଜସ୍ୱ ଅଧୀନରୁ ଅନେକ ଦୋଷସାବିତ୍ତି ସାମଗ୍ରୀ ଜବତ କରିବା ପରେ ଆଜି (୦୫.୧୦.୨୦୨୫) ତାଙ୍କୁ ଗିରଫ କରାଯାଇଛି।
ଅଭିଯୁକ୍ତଙ୍କୁ ଆଜି ବ୍ରହ୍ମପୁର ଜେ.ଏମ.ଏଫ.ସି (ଆର) କଗ୍ ଟେକିଂ ଆଦାଲତ ସମ୍ମୁଖରେ ପ୍ରସ୍ତୁତ କରାଯାଇଛି।
ଏହି ମାମଲା CID, CB, P.S Case No.07 ତା. 01.10.2025 ଅନୁସାରେ ରଜିଷ୍ଟର ହୋଇଛି, ଯେଉଁଥିରେ ଧାରା 319(2)/318(4)/338/336(3)/340(2)/111/61(2)/3(5) ଭାରତିୟ ନିଆୟ ସଂହିତା ଓ Odisha Public Examination (Prevention of Unfair Means) Act, 2024 ର ଧାରା 11(1)/12(1) ଅନୁସାରେ ଅଭିଯୋଗ ଲଗାଯାଇଛି। ଏହି ମାମଲାର ତଦନ୍ତ ଚାଲିଥିବାବେଳେ ଆଉ ଅନ୍ୟାନ୍ୟ ଜଡିତ ବ୍ୟକ୍ତିଙ୍କ ଠାରୁ ପ୍ରମାଣ ଓ ତଥ୍ୟ ସଂଗ୍ରହ ହେଉଛି, ବୋଲି କ୍ରାଇମ ବ୍ରାଞ୍ଚ ଜନସମ୍ପର୍କ ଅଧିକାରୀ ଜଣାଇଛନ୍ତି।

Leave A Reply

Your email address will not be published.