ଯାଜପୁର: ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ସର୍ବଦା ସାଧାରଣ ଲୋକଙ୍କ ପାଖରେ ମୌଳିକ ସୁବିଧା ପହଞ୍ଚାଇବା ପାଇଁ ବିଭିନ୍ନ ପ୍ରକାର ସୁଵିଧାମାନ କରିଥାଆନ୍ତି। ତଥାପି ସେଇ ବ୍ୟବସ୍ଥା ଭିତରୁ ଅନେକ ଯୋଗ୍ୟ ହିତାଧିକାରୀ ବାଦ ପଡ଼ି ଯିବାର ଜ୍ବଳନ୍ତା ଉଦାହରଣ ଆମେ ବିଭନ୍ନ ଗଣମାଧ୍ୟମରେ ଦେଖିଥାଉ।ଇତି ମଧ୍ୟରେ ଯାଜପୁର ଭଳି ଖଣି ସମ୍ପନ ଜିଲ୍ଲାରେ ରାଜ୍ୟର ଅବହେଳିତ ପଡାଗ୍ରାମ ଭାବେ ଜିଲ୍ଲାର ସୁକିନ୍ଦା ବ୍ଲକ, ଚିଙ୍ଗୁଡିପାଳ ଗ୍ରାମପଞ୍ଚାୟତର ‘ନଗଡ଼ା’ ସବୁବେଳେ ଚର୍ଚ୍ଚାରେ ରହି ଆସୁଛି। ବିଶେଷ କରି ପ୍ରଭାବିତ ତଳଢ଼ିହ,ତୁମୁଣି ଓ ଗୁହୁଆଶାଳ ଏହି ତିନି ବସ୍ତିର ଲୋକମାନେ ସରକାରଙ୍କ ମୌଳିକ ସୁବିଧାରୁ ବଞ୍ଚିତ।
ଏହାର ସ୍ଥାୟୀ ସମାଧାନ ନିମନ୍ତେ ‘ ମିଶନ୍ ଜ୍ୟୋତି ଟ୍ରଷ୍ଟ ’ ଦୀର୍ଘ ବର୍ଷ ହେବ ପ୍ରୟାସ ଜାରି ରଖିଥିବା ବେଳେ ଗତ କାଲି ଟ୍ରଷ୍ଟର ଏକ ପ୍ରତିନିଧି ଦଳ ଜିଲ୍ଲାପାଳ ଶ୍ରୀଯୁକ୍ତ ଅମ୍ବର କୁମାର କରଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରି ବିସ୍ତୁତ ଆଲୋଚନା କରିଛନ୍ତି।ଏବଂ ଜିଲ୍ଲାପାଳ ଶ୍ରୀଯୁକ୍ତ କର ଏହାର ନିଶ୍ଚୟ ସ୍ଥାୟୀ ସମାଧାନ ହେବ ବୋଲି ଦୃଢ଼କ୍ତି ପ୍ରକାଶ କରିଥିବା ଟ୍ରଷ୍ଟର ସଭାପତି ଶ୍ରୀମତୀ ରଶ୍ମିଳତା ବଳ ମତ ଦେଇଛନ୍ତି। ଏହି ସାକ୍ଷାତକାର କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ଟ୍ରଷ୍ଟର ସମ୍ପାଦକ ମାନସ ବେହେରା, ସଦସ୍ୟ ମେଘନାଦ ଜେନା ,ସନ୍ଦୀପ ବିଶ୍ୱାଳ, କ୍ଷୀରୋଦ ସାହୁ, ସତ୍ୟଜିତ୍ ଦାସ, ସୋମେଶ ପ୍ରଧାନ, ଗୀତାଞ୍ଜଳି ପାତ୍ର ଓ ସବ୍ୟସାଚୀ ସାହୁ।
Sign in
Sign in
Recover your password.
A password will be e-mailed to you.