ଯାଜପୁର,ଧର୍ମଶାଳା ବ୍ଲକ୍ ପକ୍ଷରୁ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ୧୫୦ତମ ଜୟନ୍ତୀ ଅବସରରେ ଏକତା ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି। ପଦଯାତ୍ରା ଉଦ୍ଘାଟନୀ ଉତ୍ସବରେ ମୁଖ୍ୟ ଅତିଥ୍ ଭାବେ ଯାଜପୁର ସାଂସଦ ରବି ନାରାୟଣ ବେହେରା ଯୋଗଦେଇ ପଦଯାତ୍ରା କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ।
ସମ୍ମାନିତ ଅତିଥି ଭାବେ ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁ, ଜିଲ୍ଲାପାଳ ଅମ୍ବର କୁମାର କର, ଉପଜିଲ୍ଲାପାଳ ତାପସ ରଞ୍ଜନ ଦେହୁରୀ, ପିଡି ଦେବୀ ପ୍ରସାଦ ମହାନ୍ତି, ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଶିତିକଣ୍ଠ କାନୁନ୍ଗୋ ଯୋଗଦେଇ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ସମ୍ପର୍କରେ ଆଲୋକପାତ କରିଥିଲେ। ଏହି କାର୍ଯ୍ୟକ୍ରମରେ ବିଜେପି ଜିଲ୍ଲା ସଭାପତି ଦେବଯାନୀ ପ୍ରଧାନ, ବିଡିଓ ଜ୍ୟୋର୍ତୀମୟ କର, ତହସିଲଦାର ସମୀର ରଞ୍ଜନ ଦାସ, ବ୍ଳକ ଶିକ୍ଷା ଅଧୁକାରୀ ଅଭୟ କୁମାର ବେହେରା,ବ୍ଲକ ଅଧ୍ୟକ୍ଷା ସୁଚିଶ୍ମିତା ଦାସ, ଉପାଧ୍ଯକ୍ଷା ବିଶ୍ଵବିଜୟିନୀ ମିଶ୍ର ଓ ଅନ୍ୟ ପଦସ୍ଥ ଅଧିକାରୀ ମାନେ ଯୋଗଦେଇଥିଲେ।
ଏହି ବ୍ଲକର ନାକପୋଲଛକଠାରୁ କାଏମା ପଡିଆ ପର୍ଯ୍ୟନ୍ତ ଅନୁଷ୍ଠିତ ଏକତା ପଦଯାତ୍ରାରେ ଧର୍ମଶାଳା ବିଭିନ୍ନ ସରକାରୀ ଓ ବେସରକାରୀ କଲେଜ ଏବଂ ବିଭିନ୍ନ ସ୍କୁଲର ଛାତ୍ରଛାତ୍ରୀ ଓ ବିଭିନ୍ନ ବର୍ଗର ଯୁବକ ଓ ସଧାରଣ ଲୋକେ ଅଂଶଗ୍ରହଣ କରିଥିଲେ। ପଦଯାତ୍ରା ସମୟରେ ରାସ୍ତାର ବିଭିନ୍ନ ସ୍ଥାନରେ ଦାସକାଠିଆ, ଘୁମୁରା ନାଚ, ବାଦିପାଲା, ସଂକୀର୍ତ୍ତନ, ଘୋଡାନାଚ ସହ ପିଲାମାନଙ୍କ ଦ୍ଵାରା ନୃତ୍ୟ ପରିବେଷଣ କରାଯାଇଥିଲା। ଏହି ଅବସରରେ ବିଧାୟକ ଏକତା ଉପରେ ନିଜର ମତବ୍ୟକ୍ତ କରିଥିଲେ। ଏକତା ରହି ଲେ ଧର୍ମଶାଳା ତଥା ରାଜ୍ୟର ଭବିଷ୍ୟତ ଉଜ୍ଜଳ ବୋଲି ଜିଲ୍ଲାପାଲ ମତ ପ୍ରକାଶ କରିଥିଲେ। ଦେବରାଜ ମିଶ୍ର ମଞ୍ଚ ପରିଚାଳନାକରିଥିଲେ। ଅୟୋଜିତ କାର୍ଯ୍ୟକ୍ରମକୁ ଜେନାପୁର ମଣ୍ଡଳ ସଭାପତି ଶ୍ରୀବତ୍ସଧୂର, କବାଟବନ୍ଧ ମଣ୍ଡଳ ସଭାପତି ନେତ୍ରାନନ୍ଦ ପାତ୍ର, ବାରବାଟି ମଣ୍ଡଳ ସଭାପତି ତୀର୍ଥରାଜ ପଣ୍ଡା, ଆରୁହା ମଣ୍ଡଳ ସଭାପତି ଜିତେନ୍ଦ୍ର ରାଉତ, ଜାରକା ମଣ୍ଡଳ ସଭାପତି ଦେବଦତ ପଣ୍ଡା, କୋତପୁର ମଣ୍ଡଳ ସଭାପତି ପ୍ରଶାନ୍ତ ନାୟକ ଯୁବ ନେତା ରାଜେଶ ପାଲ, ଅଭିଷେକ ରାଉତ, ଉପେନ୍ଦ୍ର କର, ଚନ୍ଦ୍ରକାନ୍ତ ପଣ୍ଡିତ, ନାରାୟଣ ମଲିକ ପ୍ରମୁଖ ପରିଚାଳନାରେ ସହାୟତା କରିଥିଲେ। ହଜାର ହଜାର ସଂଖ୍ୟାରେ କର୍ମୀମାନେ ଉପସ୍ଥିତ ରହି ହାତରେ ଜାତୀୟ ପତକା ଧରି ବିଭିନ୍ନ ମରବାଜି କରି ଏହି ଏକତା ପଦଯାତ୍ରାରେ ସମସ୍ତେ ସାମିଲ ହୋଇଥିଲେ।
Sign in
Sign in
Recover your password.
A password will be e-mailed to you.