ଟାଙ୍ଗି ସରସ୍ୱତୀ ଶିଶୁ ମନ୍ଦିରର ୨୪ତମ ବାର୍ଷିକ କ୍ରୀଡ଼ା ଉତ୍ସବ ଉଦ୍‌ଯାପିତ

ପାଠ ପଢା ସହିତ ଖେଳକୁଦ ଆବଶ୍ୟକ – ରଶ୍ମିତା ରାଉତ

ଟାଙ୍ଗୀ ଚୌଦ୍ବାର ୨୮/୧୧ କ୍ରିଡ଼ା ପ୍ରତିଯୋଗିତା ରେ ମୁଖ୍ୟ ଅତିଥି ଭାବରେ ରଶ୍ମିତା ରାଉତ୍ ଯୋଗ ଦେଇ ଛାତ୍ର ଛାତ୍ରୀ ମାନଙ୍କୁ ପ୍ରେରଣା ଦେବା ସହିତ ଉଜ୍ଜଳ ଭବିଷ୍ୟତ କାମନା କରିଥଲେ।

ନିଜ ଅଭିଭାଷଣରେ ଆଜିର ଛାତ୍ରଛାତ୍ରୀ ହେଉଛନ୍ତି କାଲିର ଭବିଷ୍ୟତ। ବର୍ତମାନ ସମୟରେ ପାଠ ପଢା କୁ ନେଇ ପିତାମାତା ଙ୍କ ମଧ୍ୟରେ ଏତେ ପ୍ରତିଯୋଗିତା ବଢ଼ି ଯାଇଛି ଯେ ଜଣେ ଛୋଟ ପିଲା ମାନସିକ ସ୍ତରରେ ଭାଙ୍ଗି ପଡୁଛି ଯାହାକି ପିଲା ଯେଉଁ ଆଶା ନେଇ ପାଠ ପଡୁଛି ଭବିଷ୍ୟତ ରେ ସେହି ସ୍ତରର ପହଞ୍ଚି ବାରେ ଅନେକ ପ୍ରତିବନ୍ଧକ ହେବ। ଏଥି ପ୍ରତି ପିତାମାତା ଙ୍କ ନଜର ନଥାଇ।
ଶାରୀରିକ ବୃଦ୍ଧି ଓ ମାନସିକ ବୁଦ୍ଧି ହେଉଛି ଗୋଟିଏ ମୁଦ୍ରା ର ଦୁଇଟି ପାଶ୍ଵ! ପାଠ ପଢା ସହିତ ଖେଳକୁଦ ର ନିହାତି ଆବଶ୍ୟକ। ତେଣୁ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ପ୍ରତିଯୋଗିତା ମନୋଭାବ ବୃଦ୍ଧି ନିମନ୍ତେ ପ୍ରେରଣା ଦେଲି। ସରସ୍ୱତୀ ବିଦ୍ୟା ମନ୍ଦିର ଟାଙ୍ଗି ର ସର୍ବାଙ୍ଗୀନ ଉନ୍ନତି ନିମନ୍ତେ ମୁଁ ଆପଣା ଉଦ୍ୟମ ଜାରି ରଖିବି। ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ଅରକ୍ଷିତ ସ୍ୱାଇଁ, କୋଷାଧ୍ୟକ୍ଷ ଲୋକନାଥ ବେହେରା ,ଶାରୀରିକ ପ୍ରମୁଖ -କାଳନ୍ଦୀ ସାହୁ, ମମତା ମିଶ୍ର,ମଧୁସ୍ମିତା ନାୟକ,ବିଦ୍ୟୁତ୍ପ୍ରଭା ସ୍ୱାଇଁ, କଲ୍ୟାଣୀ ସାହୁ,କଳ୍ପନା ମହାନ୍ତି, ସସ୍ମିତା ସ୍ୱାଇଁ,ଭାରତୀ ସାହୁ,ଅସୀମା ଦାସ, ଲିଲିମ ବାରିକ,ରମେଶ ସାହୁ ଉପସ୍ଥିତ ଥିଲେ ।

Leave A Reply

Your email address will not be published.