ଯାଜପୁର ଜାତୀୟ ସବୁଜ ବାହିନୀ ଶିକ୍ଷକ ଓ ଶିକ୍ଷୟତ୍ରୀଙ୍କର ପ୍ଲାଷ୍ଟିକ ପରିଚାଳନା ସମ୍ବନ୍ଧିୟ ଏକ ଦିବସିୟ ଦକ୍ଷତା ବୃଦ୍ଧି ପ୍ରଶିକ୍ଷଣ ଶିବିର*
ଯାଜପୁର -ତା 13.9.2025 ରିଖରେ ଧର୍ମଶାଳା ବ୍ଲକ ଅନ୍ତର୍ଗତ ଜାରକା ଉଚ୍ଚ ବିଦ୍ୟାଳୟରେ ଜାତୀୟ ସବୁଜ ବାହିନୀ, ଜିଲ୍ଲା କାର୍ଯ୍ୟ କାରିଣୀ ମୂଲ୍ୟାୟନ କମିଟି ଆନୁକୂଲ୍ୟରେ ଇକୋ କ୍ଲଵ ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନଙ୍କର ପ୍ଲାଷ୍ଟିକ ପରିଚାଳନା ସମ୍ବନ୍ଧିୟ ଏକ ଦିବସିୟ ଦକ୍ଷତା ବୃଦ୍ଧି ପ୍ରଶିକ୍ଷଣ ଶିବିର ମୁଖ୍ୟ ଅତିଥି ଯାଜପୁରର ସହ କୃଷି ଅଧିକାରୀ ପ୍ରଦ୍ୟୁମ୍ନ କୁମାର ଷଡ଼ଙ୍ଗୀଙ୍କ ଦ୍ୱାରା ଉଦଘାଟିତ ହୋଇଯାଇଛି l ମୁଖ୍ୟ ବକ୍ତା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ପରିଷଦ କଳିଙ୍ଗ ନଗରର ଆଞ୍ଚଳିକ ଶାଖାର ସହ ପରିବେଶ ଯନ୍ତ୍ରୀ ହିମାଂଶୁ ଶେଖର ସାହୁ, ସମ୍ମାନୀତ ଅତିଥି ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ପରିଷଦର ଆଞ୍ଚଳିକ ଶାଖାର ଉପ ପରିବେଶ ଯନ୍ତ୍ରୀ ସୌମେନ୍ଦ୍ର ସାହୁ, ମୁଖ୍ୟ ପ୍ରଶିକ୍ଷକ ଡଃ ମହେଶ୍ୱର ଜେନା ସାମନ୍ତ, ବିଷ୍ଣୁ ଚରଣ ସାହୁ କିପରି ପ୍ଲାଷ୍ଟିକ ଆବର୍ଜନା ଓ ଗୃହ ଆବର୍ଜନରୁ ଗୃହ ସଜା ଉପକରଣ ଓ ବ୍ୟବହାରିକ ପଦାର୍ଥ ନିର୍ମାଣ କରାଯାଇପାରିବ ପାୱାର ପଏଣ୍ଟ ମାଧ୍ୟମରେ ଉପସ୍ଥାପନ କରିଥିଲେ ଓ ଉକ୍ତ ଆବର୍ଜନା ରୁ ଆବଶ୍ୟକ ପଦାର୍ଥ ନିର୍ମାଣ ସମ୍ୱନ୍ଧରେ ତାଲିମ ପ୍ରଦାନ କରିଥିଲେ l ତାହା ସହିତ ବନ୍ଦନା ପଣ୍ଡା ଓ ଗାୟତ୍ରୀ ନାୟକ ମଧ୍ୟ ପ୍ଲାଷ୍ଟିକ ଆବର୍ଜନା ରୁ ଓ ଗୃହ ଆବର୍ଜନରୁ ବିଭିନ୍ନ ପଦାର୍ଥ ନିର୍ମାଣ ପଦ୍ଧତି ଦେଖାଇଥିଲେ ଓ ନିର୍ମାଣ ଶିଖାଇଥିଲେ l ଆବାହକ ଡଃ ଶରତ କୁମାର ସାହୁ ଉକ୍ତ ଦକ୍ଷତା ବୃଦ୍ଧି କାର୍ଯ୍ୟ କ୍ରମର ଆବଶ୍ୟକତା ଓ ପ୍ରଣାଳୀ, ଉପାଦେୟତା,ନିୟମ ଇତ୍ୟାଦି ପାୱାର ପଏଣ୍ଟ ଜରିଆରେ ଉପସ୍ଥାପନ କରିଥିଲେ l ଏହାଦ୍ୱାରା ପ୍ଲାଷ୍ଟିକ ପ୍ରଦୂଷଣରୁ ପରିବେଶକୁ ରକ୍ଷା କରା ଯାଇପାରିବ ବୋଲି ବର୍ଣ୍ଣନା କରିଥିଲେ l ଉକ୍ତ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ସୁରେନ୍ଦ୍ର କୁମାର ବେହେରା ସଭା ପରିଚାଳନା କରିଥିଲେ l ପରିତ୍ୟକ୍ତ ପ୍ଲାଷ୍ଟିକ, ପଲିଥିନ ଓ ଗୃହ ଆବର୍ଜନାରୁ କିପରି ଗୃହ ସଜା ଉପକରଣ ଓ ଆବଶ୍ୟକ ଉପକରଣ ଆମଦ୍ୱାରା ଓ ଇକୋ କ୍ଲଵ ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ତିଆରି କରାଯାଇ ଆମ ପରିବେଶ କୁ ପ୍ରଦୂଷଣ ମୁକ୍ତ କରାଯାଇ ପାରିବ ସେ ବିଷୟରେ ଅତିଥି ମାନେ ଆଲୋଚନା କରିଥିଲେ l ଉକ୍ତ ବିଦ୍ୟାଳୟର ଇକୋ କ୍ଲଵ ଛାତ୍ରୀ ମାନେ ଉଦ୍ଘାଟନୀ ସଂଗୀତ ଗାନ କରିଥିଲେ l ପ୍ରତ୍ୟେକ ଶିକ୍ଷକ ଓ ଶିକ୍ଷୟତ୍ରୀଙ୍କୁ ଶେଷରେ ପ୍ରଶିକ୍ଷଣ ସମ୍ବନ୍ଧୀୟ ପ୍ରମାଣ ପତ୍ର ଅତିଥିଙ୍କ ଦ୍ୱାରା ପ୍ରଦାନ କରାଯାଇଥିଲା lବିଦ୍ୟାଳୟର ଇକୋ କ୍ଲଵ ଶିକ୍ଷକ ଓ ଅନ୍ୟ ଶିକ୍ଷକ ଓ କର୍ମଚାରୀ କାର୍ଯ୍ୟ କ୍ରମ ପରିଚାଳନାରେ ସହଯୋଗ କରିଥିଲେ l ବରୀ, ବଡ଼ଚଣା, ଧର୍ମଶାଳା, ରସୁଲପୁର ଇତ୍ୟାଦି ବ୍ଲକରୁ ପଚାଶରୁ ଅଧିକ ଇକୋ କ୍ଲଵ ଶିକ୍ଷକ ଓ ଶିକ୍ଷୟତ୍ରୀ ଯୋଗ ଦେଇ ପ୍ରଶିକ୍ଷଣ ନେଇଥିଲେ l