ନାବାଳିକାକୁ ଶୋଷଣ ଏବଂ ସୁନା ଅଳଙ୍କାର ଚୋରି ମାମଲାରେ ୪ ଗିରଫ

ଗଞ୍ଜାମ ଜିଲ୍ଲା ପ୍ରତିନିଧି JK ପଟ୍ଟନାୟକ ଙ୍କ ରିପୋର୍ଟ...

ନାବାଳିକାକୁ ଶୋଷଣ ଏବଂ ସୁନା ଅଳଙ୍କାର ଚୋରି ମାମଲାରେ ୪ ଗିରଫ

 ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ବଡବଜାର ଥାନା ଜଣେ ୧୭ ବର୍ଷୀୟ ନାବାଳିକାଙ୍କ ଲିଖିତ ଅଭିଯୋଗ ଆଧାରରେ ଭାରତୀୟ ନ୍ୟାୟ ସଂହିତାର ପ୍ରାସଙ୍ଗିକ ଧାରା ଏବଂ ପକ୍ସୋ ଆଇନର ଧାରା ୬ ଅନୁଯାୟୀ ମାମଲା ନଂ ୬୦୭/୨୬ରେ ରୁଜୁ କରିଛି। ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ରାଜେଶ ପାଣିଗ୍ରାହୀ ଓରଫ ରାଣୀ ପଣ୍ଡା ଝିଅର ପରିବାରକୁ କ୍ଷତି ପହଞ୍ଚାଇବାର ଧମକ ଦେଇ ବାରମ୍ବାର ନାବାଳିକାଙ୍କ ଇଚ୍ଛା ବିରୁଦ୍ଧରେ ଯୌନ ଶୋଷଣ ଭଳି ଅପରାଧ କରିଥିଲା। ପରେ ସେ ଏବଂ ତାଙ୍କ ସହଯୋଗୀମାନେ ନାବାଳିକାଙ୍କ ଘରୁ ସୁନା ଅଳଙ୍କାର ଚୋରି କରି ନେଇଥିଲେ। ଅନ୍ୟ ଅଭିଯୁକ୍ତମାନଙ୍କ ସହାୟତାରେ ସେହି ଅଳଙ୍କାରକୁ ତରଳାଇ ବିକ୍ରି କରାଯାଇଥିଲା ଏବଂ ସେଥିରୁ ମିଳିଥିବା ଟଙ୍କାରେ ଦୁଇଟି ଚାରି ଚକିଆ ଗାଡି ଏବଂ ଗୋଟିଏ ଦୁଇ ଚକିଆ ଗାଡି କିଣାଯାଇଥିଲା।ପୋଲିସ ତଦନ୍ତ କରି ୪ଜଣଙ୍କୁ ଗିରଫ କରିଛି।ଅଭିଯୁକ୍ତ ମାନେ ହେଲେ ରାଜେଶ ପାଣିଗ୍ରାହୀ ଓରଫ ରାଣୀ ପଣ୍ଡା,ଶିବା ସ୍ୱାଇଁ,ଏ. ମନୋଜ କୁମାର ସେନାପତି ଓ କେ. ମଲ୍ଲିକା ଅର୍ଜୁନ ରାଓ। ସେମାନଙ୍କ ଠାରୁ ୨ଟି କାର, 56.500 ଗ୍ରାମ ଓଜନର ତରଳାଯାଇଥିବା ସୁନା, ମୋବାଇଲ ଫୋନଓ ନଗଦ 15 ଲକ୍ଷ ଟଙ୍କା ଜବତ କରିଛି।ବଡ଼ ବଜାର ପୋଲିସ ସମସ୍ତ ଅଭିଯୁକ୍ତଙ୍କୁ ମଙ୍ଗଳବାର କୋର୍ଟ ଚାଲାଣ କରିଥିବା ଜଣାପଡ଼ିଛି ।

Leave A Reply

Your email address will not be published.