ତୁଳସୀପୁର ଆଶ୍ରମ ବିଦ୍ୟାଳୟର ବାର୍ଷିକ ଉତ୍ସବ

ସୁବାସ ରାଉତ ଚୌଦ୍ୱାର କଟକ

Dt ୨୧/୦୩/୨୦୨୬ ଟାଙ୍ଗୀ ଚୌଦ୍ବାର ବ୍ଲକ ଗରୁଡ଼ଗାଁ ପଞ୍ଚାୟତ ତୁଳସୀପୁର ଆଶ୍ରମ ବିଦ୍ୟାଳୟର ବାର୍ଷିକ ଉତ୍ସବ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ପ୍ରଧାନଶିକ୍ଷକ ଶେଷଦେବ ପ୍ରଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୂଖ୍ୟଅତିଥି ଭାବେ ସାଲେପୁର ବିଧାୟକ ପ୍ରଶାନ୍ତ କୁମାର ବେହେରା, ମୂଖ୍ୟବକ୍ତା ଜିଲ୍ଲା ମଙ୍ଗଳ ଅଧିକାରୀ ମଧୁସ୍ମିତା ମହାପାତ୍ର, ସମ୍ମାନିତ ଅତିଥି ଭାବେ ଟେଟ୍ରାହେଡ୍ରନ ଗୃପ ଅଫ ଇନଷ୍ଟିଚ୍ୟୁସନର ଅଧ୍ୟକ୍ଷ ତ୍ରିଦେବ ବେହେରା, ସ୍ଥାନୀୟ ସରପଞ୍ଚ ଦିପ୍ତିମୟୀ ବେହେରା, ପ୍ରାକ୍ତନ ସରପଞ୍ଚ ସୁବୋଧ କୁମାର ସାମଲ, ଅତିରିକ୍ତ ଜିଲ୍ଲା ମଙ୍ଗଳ ଅଧିକାରୀ ପରିତୋଷ ପାଣିଗ୍ରାହୀ ଓ ଅନ୍ନପୂର୍ଣ୍ଣା ଦେବୀ, ବିଇଓ ପ୍ରଭାତ କୁମାର ନାୟକ,ଡବ୍ଲୁଇଓ ସସ୍ମିତା ସ୍ଵାଇଁ,ଭେଙ୍କେଟେଶ୍ଵର ଇଂଲିଶ ମିଡିୟମ ସ୍କୁଲ ଅଧ୍ୟକ୍ଷ ପ୍ରସାଦ ରଞ୍ଜନ ପାତ୍ର,ବିଶ୍ଵନାହାକାଣୀ କଲେଜ ଅଧ୍ୟକ୍ଷ ଡ଼ ସଚ୍ଚିଦାନନ୍ଦ ପ୍ରଧାନ ଓ ସିଆରସିସି ବଂଶିଧର ସ୍ଵାଇଁ ପ୍ରମୁଖ ଯୋଗଦେଇ ବିଦ୍ୟାଳୟ ଓ ଶିକ୍ଷାର ବିକାଶ ଉପରେ ଆଲୋକପାତ କରିଥିଲେ। ଏହି ଅବସରରେ ପ୍ରତିଯୋଗିତାରେ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀଙ୍କୁ ଅତିଥିଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା। ଶେଷରେ ଛାତ୍ରଛାତ୍ରୀଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ହୋଇଥିଲା। କାର୍ଯ୍ୟକ୍ରମରେ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ, ପରିଚାଳନା କମିଟିର ସମସ୍ତ ସଦସ୍ୟ ଓ ଗ୍ରାମବାସୀ ସହଯୋଗ କରିଥିଲେ।

Leave A Reply

Your email address will not be published.