R.I ତାପସ ରଞ୍ଜନ ଜେନାଙ୍କୁ ଜଣେ ଯୁବକ ଅଫିସ ଭିତରେ ପଶି ନିର୍ମମ ଭାବରେ ମାଡ଼ ମାରିଥିବା ଅଭିଯୋଗ ହୋଇଛି।
ଭଦ୍ରକରୁ ଜିଲ୍ଲା ପ୍ରତିନିଧି ସୀତାକାନ୍ତ ବିଶ୍ୱାଳଙ୍କ ରିପୋର୍ଟ
ଭଦ୍ରକ: ଚାନ୍ଦବାଲି ତହସିଲ ଅଧୀନସ୍ଥ ସାରଣା ରାଜସ୍ୱ ନିରୀକ୍ଷକ (R.I) କାର୍ଯ୍ୟାଳୟରେ ଘଟିଛି ଚମକଦାର ଘଟଣା। କାର୍ଯ୍ୟରତ ଅବସ୍ଥାରେ ଥିବା R.I ତାପସ ରଞ୍ଜନ ଜେନାଙ୍କୁ ଜଣେ ଯୁବକ ଅଫିସ ଭିତରେ ପଶି ନିର୍ମମ ଭାବରେ ମାଡ଼ ମାରିଥିବା ଅଭିଯୋଗ ହୋଇଛି।

ସୂଚନା ଅନୁସାରେ, ଜଗନ୍ନାଥପୁର ଗ୍ରାମର ସୁବାସ ଦାସ କିଛି ବେଆଇନ କାମ ପାଇଁ ଅନୁରୋଧ କରିଥିଲେ। କିନ୍ତୁ R.I ତାହାକୁ ମନା କରିବାରୁ ସେ ଅତର୍କିତ ଭାବେ ଆକ୍ରମଣ କରିଥିଲେ। ଅଫିସ ଭିତରେ ଘୋଷାଡ଼ି ଘୋଷାଡ଼ି ମାଡ଼ ମାରିବା ସହିତ ବାହାରକୁ ଟେଣି ନେଇ ମାଡ଼ ମାରିଥିବା ଦୃଶ୍ୟ ସିସିଟିଭିରେ କୈଦ ହୋଇଛି। ଆହତ R.I ବର୍ତ୍ତମାନ ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି। ଏନେଇ ଚାନ୍ଦବାଲି ଥାନାରେ ଅଭିଯୋଗ ହୋଇଥିବାବେଳେ, ତହସିଲଦାର କହିଛନ୍ତି ଯେ ଦୋଷୀଙ୍କ ବିରୋଧରେ କଠୋର କାର୍ଯନୁଷ୍ଠାନଵେଆଇନ କାର୍ଯ୍ୟ ନ କରିବାରୁ ସାରଣା ରାଜସ୍ୱ ନିରୀକ୍ଷକ ଙ୍କ କାର୍ଯ୍ୟାଳୟ ଭିତରେ ପଶି R.Iଙ୍କୁ ଘୋଷାଡ଼ି ଘୋଷାଡ଼ି ମାଡ଼ ମାରିଲେ ଯୁବକ।
ଆଙ୍କର-ଡବଲ ଇଞ୍ଜିନ ସରକାର ର ପ୍ରକୃତ ରୂପ ରେଖ ଦେଖାଉଛୁ ଆଜି।ଜଣେ କାର୍ଯ୍ୟରତ ସରକାରୀ କର୍ମଚାରୀ ଉପରେ ନିସ୍ତୁକ ମାଡମାରି ଘୋଷାରି ଘୋଷାରି ନେବା ଠିକ କି?ଆପଣ ବେଆଇନ କାର୍ଯ୍ୟ ପାଇଁ କହିବେ ଅଫିସର ନକଲେ ମାଦମାରିବେ।ବୋଧ ହୁଏ ଡବଲ ଇଞ୍ଜିନ ସରକାର ଆସିଲା ପରେ ଓଡ଼ିଶା ଟା ମଣିପୁର କିମ୍ବା ବିହାର ପାଲିଟି ଯାଇଛି।ସରକାରୀ ଅଫିସ କାର୍ଯ୍ୟାଳୟ ଭିତରେ ପଶି ଆଖିବୁଜା ଅଫିସରଙ୍କୁ ମାଡ। ତାହା ପୁଣି ଦିନ ଦିପହରେ ସର୍ଵ ସମ୍ମୁଖରେ। ଏମିତି କି ଅଫିସ ଗୃହରୁ ଘୋଷାଡ଼ି ଘୋଷାଡ଼ି ମାଡ଼ ମାରି ବାହାରେ ମାଡ଼ ମାରିବା ଘଟଣା ସିସିଟିଭି କ୍ୟାମେରାରେ ରେକର୍ଡ ହୋଇଥିବା ଦେଖିବାକୁ ମିଳିଛି। ଏମିତି ଏକ ଦୃଶ୍ୟ ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ତହସିଲ ଅଧିନସ୍ଥ ସାରଣା ନିରୀକ୍ଷକ କାର୍ଯ୍ୟାଳୟରେ। ଆର ଆଇ ତାପସ ରଞ୍ଜନ ଜେନା ଅଫିସରେ କାର୍ଯ୍ୟ କରୁଥିବା ସମୟରେ ଭୂଇଁବୃତ୍ତି ପଞ୍ଚାୟତ ଜଗନ୍ନାଥପୁର ଗ୍ରାମର ସର୍ବେଶ୍ୱର ଦାସଙ୍କ ପୁଅ ସୁବାସ ଦାସ ନାମକ ଜଣେ ଯୁବକ ଆର ଆଇ ଅଫିସକୁ ଯାଇ କିଛି ବେଆଇନ କାର୍ଯ୍ୟ କରିବା ପାଇଁ କହିଥିଲେ l କିନ୍ତୁ ଆର ଆଇ ତାପସ ରଞ୍ଜନ ଜେନା ତାଙ୍କୁ ମନା କରି ଦେବାରୁ ସୁବାସ ଦାସ ଅତର୍କିତ ଭାବେ ଆକ୍ରମଣ କରିଥିଲେ l ଆର ଆଇ ତାପସ ରଞ୍ଜନ ଜେନାଙ୍କ ଦେହ ଅସୁସ୍ଥ ହେବାରୁ ସେ ଡାକ୍ତରଖାନା ରେ ଚିକିତ୍ସିତ ହେଉଛନ୍ତି l ନିସ୍ତୁକ ଭାବରେ ଯୁବକ ଜଣକ ବାଢାଇଛନ୍ତି ଯୁବକ।ନ୍ୟାୟ ପାଇଁ ଆର ଆଇ ଚାନ୍ଦବାଲି ଥାନାରେ ଓ ତହସିଲଦାରଙ୍କୁ ଲିଖିତ ଅଭିଯୋଗ କରିଛନ୍ତି l ଏହି ଘଟଣା ରେ ଚାନ୍ଦବାଲି ତହସିଲଦାର କହିଛନ୍ତି। ଏଭଳି କାଣ୍ଡ ଘଟାଇ ଥିବା ବ୍ୟକ୍ତି ଉପରେ ଦୃଢ଼ କାର୍ଯନୁଷ୍ଠାନ ନିଆଯିବ l
ଭଦ୍ରକ ରୁ ଜିଲ୍ଲା ପ୍ରତିନିଧି ସୀତାକାନ୍ତ ବିଶ୍ବାଳ ଙ୍କ ରିପୋର୍ଟ।