ଶ୍ରୀରାମ ଉତ୍ସବ ଓ ହନୁମାନ ଜୟନ୍ତୀ ଅବସରରେ ବିଶାଳ ବାଇକ ଶୋଭାଯାତ୍ରା।

ଶ୍ରୀରାମ ଉତ୍ସବ ଓ ହନୁମାନ ଜୟନ୍ତୀ ଅବସରରେ ବିଶାଳ ବାଇକ ଶୋଭାଯାତ୍ରା।

ଚଣ୍ଡିଖୋଲ ୧୨/୪(କଳିଙ୍ଗ ୭ ନିୟୁଜ୍ ) ବଡ଼ଚଣା ବିଶ୍ୱ ହିନ୍ଦୁ ପରିଷଦ ବଜରଙ୍ଗ ଦଳ ପକ୍ଷରୁ ପ୍ରଭୁ ଶ୍ରୀରାମ ଉତ୍ସବ ଓ ହନୁମାନ ଜୟନ୍ତୀ ସପ୍ତାହ ପାଳନ ଅବସରରେ ବିଶାଳ ମୋଟର ସାଇକେଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି।ବଡ଼ଚଣା ବିଶ୍ୱ ହିନ୍ଦୁ ପରିଷଦ ସଭାପତି ହେମଶ କୁମାର ଜେନାଙ୍କ ସଭାପତିତ୍ୱ ଓ ଜିଲ୍ଲା ବଜରଙ୍ଗ ଦଳ ସଂଯୋଜକ ବସନ୍ତ କୁମାର ମଲିକଙ୍କ ସଂଚାଳନା ସଭାରେ ମୁଖ୍ୟ ଅତିଥି ଭାବେ ମୁଖ୍ୟ ଅତିଥି ବିଶ୍ୱ ହିନ୍ଦୁ ପରିଷଦ ଓଡିଶା ପୂର୍ବ ପ୍ରାନ୍ତ ମିଳନ କେନ୍ଦ୍ର ପ୍ରମୁଖ ବିପନ ବିହାରୀ ପଣ୍ଡା,ବଳ ଉପାସନା ପ୍ରମୁଖ ରାଜକିଶୋର ନାୟକ,ମୁଖ୍ୟ ବକ୍ତା ପ୍ରବଚକ ପଣ୍ଡିତ ସଂଗ୍ରାମ କେଶରୀ ଆଚାର୍ଯ୍ୟ,ସମ୍ମାନୀତ ଅତିଥି ଭାବେ ଚକାପାଦ କନ୍ୟା ଆଶ୍ରମ ମହାବିଦ୍ୟାଳୟ ପରିଚାଳକ ଅକ୍ଷୟ କୁମାର ବଳ,କେନ୍ଦ୍ରାପଡ଼ା ବିଭାଗ ସଂଯୋଜକ ଚନ୍ଦ୍ରକାନ୍ତ କର,ଯାଜପୁର ଜିଲ୍ଲା ସଭାପତି ସମିର ନାୟକ, ସମ୍ପାଦକ ରାଜକିଶୋର ମଲ୍ଲିକ,ବଳ ଉପାସନା ପ୍ରମୁଖ କ୍ରିତି ରଞ୍ଜନ ରାଉତ, ପ୍ରମୁଖ ନିଜ ନିଜର ବକ୍ତବ୍ୟ ପ୍ରଦାନ କରି ଥିଲେ। ବଡ଼ଚଣା ମାଝୀ ଗୌରୀ ମନ୍ଦିର ନିକଟରୁ ଏକ ବିଶାଳ ମୋଟର ସାଇକେଲ ଶୋଭାଯାତ୍ରା ବାହାରି ଚଣ୍ଡିଖୋଲ ଛକ ପରିଭ୍ରମଣ କରି ବିଜୁ କଲ୍ୟାଣ ମଣ୍ଡପରେ ଏକ ସଭା କରାଯାଇଥିଲା। ହିନ୍ଦୁ ମାନଙ୍କୁ ଜାଗ୍ରତ କରିବା ଓ ପରସ୍ପର ମଧ୍ୟରେ ଭାଇଚାରା ପ୍ରେମଭାବ ସୃଷ୍ଟି କରିବା ଏ ସଭା ର ଲକ୍ଷ ବୋଲି ସଭାପତି ଶ୍ରୀ ଜେନା କହିଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ସଂଘ ଚାଳକ ବଟକୃଷ୍ଣ ଜେନା,ପ୍ରଖଣ୍ଡ ଚାଳକ ଅକ୍ଷୟ ଗୋଛାୟତ,ବିଶ୍ୱ ହିନ୍ଦୁ ପରିଷଦ ବରିଷ୍ଠ ସଭ୍ୟ ଅଗଣି ମିଶ୍ର,ଭକ୍ତ ବଛଳ ସାହୁ,ହିମାଂଶୁ ଶେଖର ବଳ,ସାରଦା ପ୍ରସନ୍ନ ବଳ,ଅଜୟ ଜେନା,ରବୀନ୍ଦ୍ର ମହାନ୍ତି ପ୍ରକାଶ ସାହୁ,ରଶ୍ମି ରଞ୍ଜନ ରାଉତ,ପ୍ରଦୀପ ସାହୁ,ଶୁଶାନ୍ତ ସ୍ୱାଇଁ, ଅଶୋକ ସିଂ,ରାମଚନ୍ଦ୍ର ମହାନ୍ତି,ଆରତ ସାହୁ,ଧମ୍ବରୁଧର ଜେନା,ଦେବାଶିଷ ଦାସ, ଆଲୋକ ନାୟକ,ଆଲୋକ ଜେନା,ଦୀପ୍ତସେ ପଟ୍ଟନାୟକ,ଗେଡ଼ ପ୍ରମୁଖ ଉପସ୍ଥିତ ରହି ସହ ଯୋଗ କରିଥିଲେ,ଶେଷ ରେ ବରିଷ୍ଠ ନାଗରିକ ମଞ୍ଚର ସଭାପତି,ସମ୍ପାଦକ,ଓ କର୍ମକର୍ତ୍ତା,ଚଣ୍ଡିଖୋଲ କୋର୍ଟ ବାର ଆସୋସିଏସନର ସଭାପତି,ସମ୍ପାଦକ ଓ କର୍ମକର୍ତ୍ତା, ପ୍ରୟାସ ସ୍ଵେଛାସେବୀ ଅନୁଷ୍ଠାନ ର ସମ୍ପାଦକ, ଭାରତ ଭୂଷଣ ପଣ୍ଡା,କଟକ ହିନ୍ଦୁ ସେନା ସଭ୍ୟ ଦିଲ୍ଲୀପ ସାମଲ,ସମାଜ ସେଵୀ କାମିନୀ ନାୟକ,ସମାଜ ସେଵୀ ପ୍ରୀତମ ନାୟକ,ସୋମ୍ୟରଞ୍ଜନ ବିଶ୍ୱାଳ,ଦିଲ୍ଲୀପ ସାହୁ ପ୍ରମୁଖ ଙ୍କୁ ଉତ୍ତରୀୟ ପ୍ରଦାନ କରି ସମ୍ମାନିତ କରାଯାଇଥିଲା।

Leave A Reply

Your email address will not be published.