ବନ୍ଦାଳୋରେ ଅବୈଧ ଅଧିକ୍ରମଣ କାକରା ଦୋକାନ ଉଚ୍ଛେଦ

ବନ୍ଦାଳୋରେ ଅବୈଧ ଅଧିକ୍ରମଣ କାକରା ଦୋକାନ ଉଚ୍ଛେଦ: NH-16 ରେ ୮୨ଟି ଅବୈଧ ଗଠନ ହଟାଗଲା

ବନ୍ଦାଳ ଛକରେ କାକରା ଦୋକାନ ଉଚ୍ଛେଦ ବନ୍ଦାଳ ଅଞ୍ଚଳରେ ଅବସ୍ଥିତ ଜାତୀୟ ରାଜପଥ-୧୬ (NH-16) ଉପରେ ଜିଲ୍ଲା ପ୍ରଶାସନଙ୍କ ସମନ୍ୱୟରେ ଏକ ବ୍ୟାପକ ଅବୈଧ ଅଧିକ୍ରମଣ ଉଚ୍ଛେଦ ଅଭିଯାନ ଚାଲିଥିଲା।

ଏହି ଅଭିଯାନ କିଲୋମିଟର ୫୧ ରୁ ୬୨ ଚେନେଜ୍ ପର୍ଯ୍ୟନ୍ତ କାର୍ଯ୍ୟକରୀ କରାଯାଇଥିଲା। ଏହି ରାସ୍ତାର କିଛି ଅଂଶକୁ ଦୁର୍ଘଟଣାପ୍ରବଣ “ବ୍ଲାକ୍ ସ୍ପଟ୍” ଭାବେ ଚିହ୍ନଟ କରାଯାଇଥିବାରୁ ଯାତାୟାତ ସୁରକ୍ଷାକୁ ମଧ୍ୟ ଧ୍ୟାନରେ ରଖି ଏହି ପଦକ୍ଷେପ ଗ୍ରହଣ କରାଯାଇଥିଲା। ଉଚ୍ଛେଦ ଅଭିଯାନ ସମୟରେ ସର୍ବମୋଟ ୮୨ଟି ଅବୈଧ ଅଧିକ୍ରମଣକୁ ହଟାଯାଇଛି। ଏଥିରେ ୨୦ଟି ସ୍ଥାୟୀ ଗଠନ, ୫୦ଟି ଅସ୍ଥାୟୀ ଗଠନ ଓ ୧୨ଟି ହୋର୍ଡିଂସ୍ ଅନ୍ତର୍ଭୁକ୍ତ ଅଛି। ପ୍ରଶାସନ ପକ୍ଷରୁ କୁହାଯାଇଛି ଯେ, ଆଗାମୀ ଦିନରେ ମଧ୍ୟ ଏପରି ଅବୈଧ ଅଧିକ୍ରମଣ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଜାରି ରହିବ।

Leave A Reply

Your email address will not be published.