ରାୟଗଡାରେ ଭିଜିଲାନ୍ସ ଚଢାଉ : ଆରଡବ୍ଲ୍ୟୁଏସ୍ଏଣ୍ଡଏସ୍ ସହକାରୀ ଯନ୍ତ୍ରୀ ମଲୟ କୁମାର ନାୟକଙ୍କ ୭ଟି ସ୍ଥାନରେ ତଲାଶି
ରାୟଗଡା, ୨୧/୦୫ : ଆୟଠାରୁ ଅଧିକ ସମ୍ପତ୍ତି (ଡିଏ) ଅଭିଯୋଗରେ ଓଡିଶା ଭିଜିଲାନ୍ସ ପକ୍ଷରୁ ରାୟଗଡା ଜିଲ୍ଲା କୋଲନରା ବ୍ଲକ ଆରଡବ୍ଲ୍ୟୁଏସ୍ଏଣ୍ଡଏସ୍ ବିଭାଗର ସହକାରୀ ଯନ୍ତ୍ରୀ ଶ୍ରୀ ମଲୟ କୁମାର ନାୟକଙ୍କ ସମ୍ପର୍କିତ ୭ଟି ସ୍ଥାନରେ ଏକାସାଥିରେ ଚଢାଉ ଓ ତଲାଶି ଆରମ୍ଭ ହୋଇଛି।
ଭିଜିଲାନ୍ସ ସୂଚନା ଅନୁସାରେ, ବ୍ରହ୍ମପୁର ସ୍ପେଶାଲ ଜଜ୍, ଭିଜିଲାନ୍ସଙ୍କ ନିର୍ଦ୍ଦେଶରେ ୫ ଜଣ ଡିଏସ୍ପି, ୬ ଜଣ ଇନ୍ସପେକ୍ଟର ଏବଂ ଅନ୍ୟାନ୍ୟ କର୍ମଚାରୀଙ୍କୁ ନେଇ ଏହି ଚଢାଉ କରାଯାଇଛି।
ଭିଜିଲାନ୍ସ ଦଳ ଗଞ୍ଜାମ ଓ ରାୟଗଡା ଜିଲ୍ଲାରେ ଥିବା ମଲୟ କୁମାର ନାୟକଙ୍କ ବିଭିନ୍ନ ଘର, ଭଡାବାଡି ଏବଂ କାର୍ଯ୍ୟାଳୟରେ ତଲାଶି ଚଳାଇଛନ୍ତି।
ତଲାଶି ହେଉଥିବା ସ୍ଥାନଗୁଡିକ ହେଲା —
- ବ୍ରହ୍ମପୁର ଲୋଚାପଡା ସୌନ୍ଦର୍ଯ୍ୟ ନଗରରେ ଥିବା ତିନିତଳା ଘର
- ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ଥୋଳଣ୍ଡା ବଡଦାଣ୍ଡ ସାହିରେ ଥିବା ପୈତୃକ ଘର
- ବୁଗୁଡା ବାଲିପିଣ୍ଡି ସାହିରେ ଆତ୍ମୀୟଙ୍କ ଘର
- ବୁଗୁଡା ପଙ୍କାଳ ସାହିରେ ଅନ୍ୟ ଜଣେ ଆତ୍ମୀୟଙ୍କ ଘର
- ବ୍ରହ୍ମପୁର ଗୋଳନ୍ଥରା କମଳାପୁରରେ ଶ୍ୱଶୁର ଘର
- ରାୟଗଡା ରୋଇତ କଲୋନୀରେ ଭଡା ଘର
- କୋଲନରା ବ୍ଲକ କାର୍ଯ୍ୟାଳୟରେ ଥିବା ଅଫିସ ଚେମ୍ବର
ଭିଜିଲାନ୍ସର ତଲାଶି ଚାଲିଥିବାବେଳେ ଅଧିକ ସମ୍ପତ୍ତି ଏବଂ ଆର୍ଥିକ କାଗଜପତ୍ର ଯାଞ୍ଚ କରାଯାଉଛି। ଚଢାଉ ଶେଷ ପରେ ପୂର୍ଣ୍ଣ ବିବରଣୀ ପ୍ରକାଶ ପାଇବ ବୋଲି ସୂଚନା ମିଳିଛି।