ଓଡ଼ିଶା ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତି ସମ୍ପୂର୍ଣ ଭାବେ ଭୁଶୁଡି ପଡିଛି । ମହମ୍ମଦ ମୋକିମ
ଓଡ଼ିଶା ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତି ସମ୍ପୂର୍ଣ ଭାବେ ଭୁଶୁଡି ପଡିଛି । ରାଜ୍ୟର ସାଧାରଣ ଜନତା ପୋଲିସ ଉପରେ ଆସ୍ଥା ହରାଉଛନ୍ତି । ବର୍ଷ ୨୦୨୬ର ପ୍ରାରମ୍ଭିକ ମାସ ମାନଙ୍କରେ ରାଜ୍ୟ ରାଜଧାନୀ ଭୁବନେଶ୍ବର ରେ ୫ଟି ହତ୍ୟାକାଣ୍ଡ, ନିକଟ ଅତୀତରେ ପୁରୀ କଣାସ ଠାରେ ଘଟିଥିବା ଘଟଣା ଏବଂ ବର୍ବରତାର ସୀମା ଅତିକ୍ରମ କରିଥିଲା ସୌମ୍ୟ ହତ୍ୟାକାଣ୍ଡ ଘଟଣା ସ୍ପଷ୍ଟ କରିଦେଇଥିଲା କି ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତି ସମ୍ପୂର୍ଣ୍ଣ ଭାବେ ବିପର୍ଯ୍ୟସ୍ତ ହୋଇପଡ଼ିଛି । ବର୍ଷ ୨୦୨୪ ରୁ ୨୦୨୫ ମଧ୍ୟରେ ଅପରାଧିକ କାର୍ଯ୍ୟକଳାପରେ ୭.୩% ବୃଦ୍ଧି ପାଇଛି । ଏ ସମସ୍ତ ଘଟଣା ମଧ୍ଯରେ ବାରଙ୍ଗ ଥାନାରେ ରାକେଶ ବେହେରା ନାମଜ ଯୁବକଙ୍କୁ ଦିଆଯାଇଥିବା ନିର୍ଯାତନା ତଥା ଏବେ କବିସୂର୍ଯ୍ୟନଗର ଅଞ୍ଚଳରେ ଜଣେ ଦିବ୍ୟାଙ୍ଗ ଯୁବକ ସୁଶାନ୍ତ ସାହୁଙ୍କୁ ସ୍ଥାନୀୟ ଥାନାରେ ଦିଆଯାଇଥିବା ନିର୍ଯାତନା ଏବଂ ଏହାପରେ ତାଙ୍କର ମୃତ୍ୟୁ ରାଜ୍ୟର ଆଇନ ବ୍ୟବସ୍ଥା ଉପରେ ଏକ ବିରାଟ ପ୍ରଶ୍ନବାଚୀ ସୃଷ୍ଟି କରିଛି । ସାଧାରଣ ଜନତାଙ୍କ ରକ୍ଷକ ପୋଲିସଙ୍କ ଉପରେ ଆଜି ଜନ ଅସନ୍ତୋଷ ବୃଦ୍ଧି ପାଇଛି । ଏପଟେ ରାଜ୍ୟରେ ଅପରାଧିକ କାର୍ଯ୍ୟକଳାପ ବୃଦ୍ଧି ପାଉଥିବା ସମୟରେ ସେପଟେ ପୋଲିସଙ୍କ ଉପରେ ସାଧାରଣ ଜନତା ବିଶ୍ବାସ ହରାଉଛନ୍ତି । ଏପରି ପରିସ୍ଥିତି ଓଡ଼ିଶା ପରି ଶାନ୍ତିପ୍ରିୟ ରାଜ୍ୟ ପାଇଁ ଆଦୌ ଶୁଭଙ୍କର ନୁହେଁ । ଏକ ଉଚ୍ଚ ସ୍ତରୀୟ ସ୍ବତନ୍ତ୍ର କମିଟି ଗଠନ କରି ଏ ସମସ୍ତ ଘଟଣାର ପୁଙ୍ଖାନୁପୁଖ ଯାଞ୍ଚ କରିବା ସହ ଦୋଷୀ ମାନଙ୍କ ଉପରେ କଠୋର ରୁ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ଏବଂ ରାଜ୍ୟର ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ପରିସ୍ଥିତିରେ ସୁଧାର ଅଣାଯାଉ । ନଚେତ ଆଗାମୀ ଦିନରେ ଓଡ଼ିଶା ଜନତା କଂଗ୍ରେସ ସମଗ୍ର ରାଜ୍ୟରେ ଗଣବିକ୍ଷୋଭ ପ୍ରଦର୍ଶନ କରିବ ।ଏହି କାର୍ଯ୍ୟକ୍ରମରେ ବରିଷ୍ଠ ନେତ୍ରୀ ଗିରିବାଲା ବେହେରା ,ଅନିଲ କୁମାର ବେଉରା, ସତ୍ୟଜିତ ବିଶ୍ୱାଳ ପ୍ରମୁଖ ଉପସ୍ଥିତ ରହି ପୋଲିସ ର କାର୍ଯ୍ୟମାନ କୁ ତୀବ୍ର ନିନ୍ଦା କରିଥିଲେ ।
Sign in
Sign in
Recover your password.
A password will be e-mailed to you.
Next Post