ଛାତ୍ରଙ୍କୁ ଉଦବୋଧନ ଦେଇ ଅଧିକାର ସଂଗ୍ରାମ ପାଇଁ ପ୍ରସ୍ତୁତ ହୁଅନ୍ତୁ ବୋଲି ପରାମର୍ଶ ଦେଲେ କଂଗ୍ରେସ ନେତୃବୃନ୍ଦ

କଟକରେ "ଛାତ୍ରୋଂ କି ଗୁଞ୍ଜ" କାର୍ଯ୍ୟକ୍ରମ ଅନୁଷ୍ଠିତ

ଭୁବନେଶ୍ୱର; ଆଜି କଟକ ଶହୀଦ ଭବନଠାରେ ବିରୋଧୀ ଦଳ ନେତା ରାହୁଳ ଗାନ୍ଧୀଙ୍କ ଛାତ୍ରଙ୍କ ପାଇଁ ଅଭିଯାନ “ଛାତ୍ରୋଂ କି ଗୁଞ୍ଜ” କାର୍ଯ୍ୟକ୍ରମ କଟକର ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ର ଛାତ୍ରୀଙ୍କୁ ନେଇ ଅନୁଷ୍ଠିତ ହୋଇ ଯାଇଛି l ଏହି କାର୍ଯ୍ୟକ୍ରମରେ ଓଡିଶା କଂଗ୍ରେସ ପ୍ରଭାରୀ ଲାଲଜୀ ଦେଶାଇ, ପିସିସି ସଭାପତି ଭକ୍ତ ଚରଣ ଦାସ ଓ ସହ ପ୍ରଭାରୀ ମୟୁର ଜୟକୁମାର ଉଦବୋଧନ ଦେଇଥିଲେ l କଂଗ୍ରେସ ନେତୃତ୍ୱ ଛାତ୍ର ମାନଙ୍କୁ ତାଙ୍କ ଉଜ୍ଜଳ ଭବିଷ୍ୟତ ପାଇଁ ସ୍ୱର ଉତ୍ତୋଳନ କରିବାକୁ ପରାମର୍ଶ ଦେବା ସହ ସେମାନଙ୍କ ପ୍ରତ୍ୟେକ ଅଧିକାର ପାଇଁ ଅହିଂସାତ୍ମକ ଢଙ୍ଗରେ ପ୍ରବଳ ଦାବୀ କରିବାକୁ କହିଥିଲେ l ବିଜେପି ସରକାର ଦେଶର ନିରୀହ ଛାତ୍ର ଛାତ୍ରୀଙ୍କ ଭବିଷ୍ୟତ ସହିତ କ୍ରୁର ଖେଳ ଖେଳୁଛି ଏବଂ ଛାତ୍ର ସମାଜ ଯଦି ପାଟି ଖୋଲିବନି ତେବେ ଛାତ୍ରଙ୍କ ଭବିଷ୍ୟତ ଅନ୍ଧକାରମୟ ହୋଇଯିବ ବୋଲି ଚେତାଇ ଦେଇଥିଲେ l ତେବେ ଛାତ୍ରଙ୍କ ସମସ୍ତ ସମସ୍ୟା ଶୁଣି ତାର ସମାଧାନ ପାଇଁ ରାହୁଳ ଗାନ୍ଧୀ ଏହି ଅଭିଯାନ ଆରମ୍ଭ କରିଛନ୍ତି ତେଣୁ କଂଗ୍ରେସ ଛାତ୍ରଙ୍କ ପ୍ରତ୍ୟେକ ସମସ୍ୟା ପାଇଁ ଲଢେଇ କରିବ ବୋଲି ଦୃଢତାର ସହ କହିଥିଲେ l ଏହି କାର୍ଯ୍ୟକ୍ରମରେ ଛାତ୍ରୋଂ କି ଗୁଞ୍ଜର ଅଭିଯାନର ସଂଯୋଜକ କୋକୋ ପାଢ଼ୀ ଓପିସିସି ସାମାଜିକ ଗଣମାଧ୍ୟମ ଅଧ୍ୟକ୍ଷ ବିଶ୍ୱଜିତ ମହାନ୍ତି, କଟକ ସିଟି କଂଗ୍ରେସ ସଭାପତି ଶାନ୍ତାୟନ ମିଶ୍ର, ଛାତ୍ରନେତା ବିଭୁତି ଭୂଷଣ ମହାପାତ୍ର, ହରିଶଙ୍କର ମାଢି ଉପସ୍ଥିତ ରହି ଛାତ୍ରଙ୍କ ମନୋବଳ ଦୃଢ କରିବା ସକାଶେ ପରାମର୍ଶ ଦେଇଥିଲେ l କଂଗ୍ରେସ ଦଳର ଅନେକ କର୍ମକର୍ତ୍ତାଙ୍କ ସହ ବହୁ ସଂଖ୍ୟାରେ ଛାତ୍ର ଛାତ୍ରୀ ଏହି ଛାତ୍ରୋଂ କି ଗୁଞ୍ଜ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ l

Leave A Reply

Your email address will not be published.