ଜୀବନ୍ତ ମାଇ ବଜ୍ରକାପ୍ତା ଉଦ୍ଧାର: ଜଣେ ଗିରଫ

ଗଞ୍ଜାମ ଜିଲ୍ଲା ପ୍ରତିନିଧି JK ପଟ୍ଟନାୟକ ଙ୍କ ରିପୋର୍ଟ

ଜୀବନ୍ତ ମାଇ ବଜ୍ରକାପ୍ତା ଉଦ୍ଧାର: ଜଣେ ଗିରଫ

ବୁଗୁଡ଼ା, ୨୨/୭. ଗଞ୍ଜାମ ଜିଲ୍ଲା ବୁଗୁଡା ବନ ବିଭାଗ ଦ୍ଵାରା ଏକ ବଜ୍ରକାପ୍ତା ଜବତ ସହ ଜଣକୁ ଗିରଫ କରାଯାଇଛି l ଦକ୍ଷିଣ ଘୁମୁସର ବନଖଣ୍ଡ ଅନ୍ତର୍ଗତ ଗଂଜାମ ଜିଲ୍ଲା ବୁଗୁଡ଼ା ବନାଞ୍ଚଳରେ ଜଣେ ବ୍ୟକ୍ତି ଠାରୁ ଏକ ବିରଳ ପ୍ରଜାତିର ଜୀବନ୍ତ ବନ୍ୟପ୍ରାଣୀ ମାଇ ବଜ୍ରକାପ୍ତା ବନବିଭାଗ କର୍ମଚାରୀମାନେ ଉଦ୍ଧାର କରିଥିବା ଜଣାପଡ଼ିଛି। ଏନେଇ ବେଲଗୁଣ୍ଠା ଥାନା ଅନ୍ତର୍ଗତ କିରାପଲ୍ଲି ଗ୍ରାମର ଶୁକ୍ରିୟା ଗୌଡଙ୍କ ପୁତ୍ର ସନ୍ତୋଷ ଗୌଡଙ୍କୁ ଗିରଫକରି ବୁଗୁଡ଼ା ରେଞ୍ଜ ଅଫିସ କେଶ ନଂ ୧୦୦/୨୬ ପ୍ରକାରେ ଏକ ମାମଲା ରୁଜୁ କରି ଅଭିଯୁକ୍ତ ସନ୍ତୋଷ ଗୌଡଙ୍କୁ କୋର୍ଟ ଚାଲାଣ କରାଯାଇଛି।କୌଣସି ଔଷଧ ପାଇଁ ବଜ୍ରକାପ୍ତାର ମାଂସ ବ୍ୟବହାର କରାଯାଏ ବୋଲି ଜଣାପଡିଛି। ହେଲେ ଅଭିଯୁକ୍ତ ଜଣଙ୍କ ବିକ୍ରି ପାଇଁ ନା ଅନ୍ୟ କୌଣସି ଉଦ୍ଦେଶ୍ୟରେ ବଜ୍ରକାପ୍ତା ଟିକୁ ରଖିଥଲା ତାହା ଜଣା ପଡ଼ିନାହିଁ।

Leave A Reply

Your email address will not be published.