ଚଣ୍ଡିଖୋଲ, ୧୫/୧୨ ଯାଜପୁର ଜିଲ୍ଲାର ଧାନମଣ୍ଡଳ ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ସଙ୍କୁଳ ସ୍ତରୀୟ ବାର୍ଷିକ କ୍ରିଡା ପ୍ରତିଯୋଗିତା ଆୟୋଜିତ ହୋଇଥିଲା!ଏହି ପ୍ରତିଯୋଗିତାରେ ବାଲିଚନ୍ଦ୍ରପୁର ସଂଙ୍କୁଳ ଅଧିନ ୧୧ଟି ବିଦ୍ୟାଳୟର ୨୩୨ ଜଣ ଛାତ୍ରଛାତ୍ରୀ ଭାଗନେଇଥିଲେ।ପ୍ରତିଯୋଗୀଙ୍କ ମଧ୍ୟରେ ପାରମ୍ପରିକ କ୍ରିଡା ପ୍ରତିଯୋଗିତା ହୋଇଥିଲା ବେଳେ ସେଥିରୁ ବିଭିନ୍ନ ପ୍ରତିଯୋଗିତାରେ ୧୫୫ଜଣ ଛାତ୍ରଛାତ୍ରୀ କୃତକାର୍ଯ୍ୟ ହୋଇ ପୁରଷ୍କୃତ ହୋଇଥିଲେ।ଏହି କ୍ରିଡା ପ୍ରତିଯୋଗିତାକୁ ସରପଞ୍ଚ ନବଦୀପ ନାୟକ ଉଦଘାଟନ କରିଥିଲେ।ପରିଚାଳନା କମିଟି ସଭାପତି ରବିନ୍ଦ୍ର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦଯାପନୀ ଉତ୍ସବରେ ଦର୍ପଣ ଅତିରିକ୍ତ ତହସିଲର ବିରଜାପ୍ରସାଦ ରାୟ,ପୋଲିସ ଅଧିକାରୀ ସାନ୍ତନୁ ମିଶ୍ର,ସୁବ୍ରତ ପ୍ରଧାନ,ଉତ୍କଳ ସାମ୍ବାଦିକ ସଂଘ ରାଜ୍ୟ ସାଧାରଣ ସମ୍ପାଦକ ବେଣୁଧର ପଣ୍ଡା,ପ୍ରେସକ୍ଲବ ଚଣ୍ଡିଖୋଲ ସମ୍ପାଦକ ହେମଶ ଜେନା ପ୍ରମୁଖ ଅତିଥି ଭାବେ ଯୋଗଦେଇ କୃତି ଛାତ୍ରଛାତ୍ରୀ ମାନଙ୍କୁ ପୁରଷ୍କୃତ କରିଥିଲେ।ପ୍ରଧାନ ଆଚାର୍ଯ୍ୟ ହେମନ୍ତ କୁମାର ଜେନା ଉତ୍ସବ ସଂଯୋଜନା କରିଥିବା ବେଳେ ପରିଚାଳନା କମିଟି ସମ୍ପାଦକ ସୌମ୍ୟପ୍ରକାଶ ଦାସ ଧନ୍ୟବାଦ ପ୍ରଦାନ କରିଥିଲେ।ଏହି ଉତ୍ସବରେ ସଂଙ୍କୁଳ ସଂଯୋଜକ କୁଳମଣି ପ୍ରଧାନ ଓ ସଂଙ୍କୁଳ ପ୍ରମୁଖ ସଂଗ୍ରାମ କିଶୋର ପରିଡାଙ୍କ ସହ ପ୍ରତିଯୋଗିତାରେ ଭାଗ ନେଇଥିବା ୧୧ଟି ଯାକ ବିଦ୍ୟାଳୟର ଗୁରୁଜୀ ଓ ଗୁରୁମା ମାନେ ଯୋଗଦେଇଥିଲେ।
Sign in
Sign in
Recover your password.
A password will be e-mailed to you.
Next Post