ଧର୍ମଶାଳାର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବିଭିନ୍ନ ଗଣେଶ ପୂଜା ମଣ୍ଡପରେ ମହାପ୍ରଭୁ ଶ୍ରୀ ଗଣେଶଙ୍କୁ ଦର୍ଶନ କଲେ ବିଧାୟକ
ଧର୍ମଶାଳା,୧୬ । ୯(କଳିଙ୍ଗ ୭ନିୟୁଜ୍):ପବିତ୍ର ଗଣେଶ ପୂଜା ଅବସରରେ ଧର୍ମଶାଳା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବିଭିନ୍ନ ପୂଜା ମଣ୍ଡପରେ ବିଧାୟକ ହିମାଂଶୁ ଶେଖର ସାହୁ ପହଂଚି ମାହାପ୍ରଭୁ ଗଜାନନଙ୍କ ଆଶିର୍ବାଦ ନେବା ସହ ପୂଜା କମିଟି ଓ ସ୍ଥାନୀୟ ଲୋକମାନଙ୍କ ସହ ଆଲୋଚନା କରିଛନ୍ତି । ପୂଜା ମଣ୍ଡପ ଗୁଡିକରେ ବିଧାୟକ ଶ୍ରୀ ସାହୁଙ୍କ ଅଗମନ ସମୟରେ କମିଟି ସଦସ୍ୟ ଓ ସ୍ଥାନୀୟ ଲୋକମାନେ ମଣ୍ଡପ ପର୍ଯ୍ୟନ୍ତ ବିଧାୟକଙ୍କୁ ପାଛୋଟିନେଇଥିଲେ. ଗତକାଲି ଠାରୁ ଗଣେଶ ପୂଜା ଆରମ୍ଭ ହୋଇଥିବା ବେଳେ ବିଧାୟକ ଶ୍ରୀ ସାହୁ ଗତକାଲି ସନ୍ଧ୍ୟା ଓ ଆଜି ସନ୍ଧ୍ୟାରେ ବିଭିନ୍ନ ମଣ୍ଡପ ଦର୍ଶନ କରିବାର ସୌଭାଗ୍ୟ ଅର୍ଜନ କରିଛନ୍ତି । ବିଭିନ୍ନ ମଣ୍ଡପରେ ବିଧାୟକ ପହଁଚିବାକୁ ନେଇ ସ୍ଥାନୀୟ ଲୋକମାନଙ୍କ ମଧ୍ୟରେ ଉତ୍ସାହ ଭରିଯାଇଥିବା ଦେଖିବାକୁ ମିଳିଛି । ଗତକାଲି ବିଧାୟକ ଶ୍ରୀ ସାହୁ ନିଜ ନିର୍ବାଚନ ମନ୍ଡଳୀ ଅନ୍ତର୍ଗତ ବିଭିନ୍ନ ପୂଜା ମଣ୍ଡପ ବୁଲିଥିବା ବେଳେ ଆଜି ମଧ୍ୟ ବିଭିନ୍ନ ପୂଜା ମଣ୍ଡପକୁ ଯାଇ ମହାପ୍ରଭୁ ଗଜାନନଙ୍କୁ ଦର୍ଶନ କରିବା ସହ ନିଜ ନିର୍ବାଚନ ମଣ୍ଡଳୀର ଲୋକମାନଙ୍କ ସୁଖଃ ଓ ଶାନ୍ତି କାମନା କରିଛନ୍ତି । ବିଧାୟକଙ୍କ ବିଭିନ୍ନ ପଂଚାୟତରେ ଅନୁଷ୍ଠିତ ଗଜାନନ ପୁଜା ମଣ୍ଡପ ବୁଲିବା ନେଇ ସାଧାରଣରେ ପ୍ରଶଂସା କରାଯାଇଛି ।