ଭାରତ ରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ସ୍ମୁତି ରେ ସ୍ୱାସ୍ଥ୍ୟ ଶିବିର…

ଅଂଶୁମାନ ମେମୋରିଆଲ ଟ୍ରଷ୍ଟ

ଡିସେମ୍ବର ୧୯ ଶୁକ୍ରବାର ଭାରତ ରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ସ୍ମୃତି ରେ, ଅଂଶୁମାନ ମେମୋରିଆଲ ଟ୍ରଷ୍ଟ ଆନୁକୂଲ୍ୟରେ ଆୟୋଜିତ ସ୍ୱାସ୍ଥ୍ୟ ଶିବିର ଅଣ୍ଟିଆ, କମାଗଡ, ମଧୁପୁରଗଡ ଗ୍ରାମପଞ୍ଚାୟତର ଜନସାଧାରଣଙ୍କ ଉତ୍ତମ ସ୍ୱାସ୍ଥ୍ୟ ନିମନ୍ତେ ଅଣ୍ଟିଆ ଭଲି ଖେଳ ପଡିଆ ଠାରେ ସ୍ବାସ୍ଥ୍ୟ ଶିବିର ଆୟୋଜିତ କରାଯାଇଥିଲା…

ଏହି ଶିବିରକୁ ଉଦ୍ଘାଟନ କରିଥିଲେ ଜେନାପୁର ଥାନା ଭାରାପ୍ରାପ୍ତ ଅଧିକାରୀଣୀ ନିରୁପମା ଜେନା ଏବଂ ଆମ ପ୍ରିୟ ବିଧାୟକ ଶ୍ରୀ ହିମାଂଶୁ ଶେଖର ସାହୁ ଙ୍କ ନିର୍ଦ୍ଧେଶ କ୍ରମେ ୧୨ ନମ୍ବର ମଣ୍ଡଳ ସଭାପତି ଶ୍ରୀବତ୍ସ ଧିର , ୩୪/୩୫ ନମ୍ବର ମଣ୍ଡଳ ସଭାପତି ତୀର୍ଥ ରାଜ ପଣ୍ଡା , ମଧୁପୁରଗଡ଼ ସରପଞ୍ଚ ରବୀନ୍ଦ୍ର ନାଥ ସେଠି,କମାଗଡ ସରପଞ୍ଚ ବିପିନ ଓଝା, ଅଣ୍ଟିଆ ସରପଞ୍ଚ ଲତା ସେଠି,ସଦୀପ୍ତ ମହାନ୍ତି, ମହିଳା ମୋର୍ଚ୍ଚା ସଦସ୍ୟା ସୁଷମା ଜେନା ,ଆୟୁଷ୍ମାନ ସାହୁ,ଲୋକନାଥ ମହାନ୍ତି,ସଦସ୍ୟ ମାନେ ଏହି ଶିବିର ରେ

Hitech Medical College ର ଅଭିଜ୍ଞ ଡାକ୍ତରମାନେ ଯୋଗଦାନ କରି ଚର୍ମ, ମଧୁମେହ , ରକ୍ତଚାପ,
ଶିଶୁରୋଗ, ରୋଗୀମାନଙ୍କ ଚିକିତ୍ସା କରି ୩ ମାସ ପାଇ ବିନା ମୂଲ୍ୟରେ ଔଷଧ ବଣ୍ଟନ
କରିଥିଲେ, ପାଖ ଆଞ୍ଚଳରୁ ପ୍ରାୟ ୭୯୫ ଜଣ ରୋଗୀ ଏହି ଶିବିର ରେ ଯୋଗଦାନ କରିଥିଲେ…
ଏହି ଶିବିରରେ ଅଂଶୁମାନ ମେମୋରିଆଲ ଟ୍ରଷ୍ଟ ଆନୁକୂଲ୍ୟରେ , ଡାଇବେଟିସ ସମ୍ବନ୍ଧରେ ସଚେତନତା କାର୍ଯ୍ୟକ୍ରମ କରାଯାଇଥିଲା ଆଗାମୀ ଦିନରେ ବାକି ଥିବା ୩୨ ଗୋଟିପଞ୍ଚାୟତରେ ସ୍ୱାସ୍ଥ୍ୟ ଶିବିରର ଆୟୋଜନ କରାଯିବାର କାର୍ଯ୍ୟକ୍ରମ ରହିଛି, ସ୍ବାସ୍ଥ୍ୟ ଶିବିରକୁ ଟ୍ରଷ୍ଟର ମେମ୍ବର ମାନଙ୍କ ସମେତ Hitech Medical Collegeର କତୃପକ୍ଷ ମାନେ ପରିଚାଳନା କରିଥିଲେ..

Leave A Reply

Your email address will not be published.