ସ୍ଵଳ୍ପ ସଞ୍ଚୟ ବିଭାଗ ପକ୍ଷରୁ ଆର୍ଥିକ ସଚେତନତା ଶିବିର।
**************************
ଯାଜପୁର, ତା ୨୦.୧୨.୨୦୨୫ ରିଖ: ଗତ କାଲି ଯାଜପୁର ଜିଲ୍ଲା ପ୍ରଶାସନ ତରଫରୁ ଦଶରଥପୁର ବ୍ଲକ ବିରଜାପୁର ଗ୍ରାମ ପଞ୍ଚାୟତ ସଭା ଗୃହରେ ଜିଲ୍ଲା ଆର୍ଥିକ ସେବା ସଞ୍ଚୟ ଅଧିକାରୀ ଶ୍ରୀ ଜ୍ଞାନ ରଞ୍ଜନ ସେଠୀଙ୍କ ଅଧ୍ୟକ୍ଷତାରେ ଏକ ଆର୍ଥିକ ଅନ୍ତର୍ଭୁ୍ତିକରଣ ଶିବିର ଅନୁଷ୍ଠିତ ହୋଇଯାଇଅଛି। ଏଥିରେ ମୁଖ୍ୟ ଅତିଥି ରୂପେ ବିରଜାପୁର ଗ୍ରାମ ପଞ୍ଚାୟତର ସରପଞ୍ଚ ଶ୍ରୀ ନିରାକାର ସାହୁ, ଅଗ୍ରଣୀ ବ୍ୟାଙ୍କ ପରିଚାଳକ ଶ୍ରୀ ରାଧାନାଥ ନାୟକ, ଆର୍ଥିକ ସଚେତନତା ସଂଯୋଜକ(ଏଫ୍.ଏଲ.ସି) ଶ୍ରୀ ସୁବାଷ ଚନ୍ଦ୍ର ଦାସ, ଇଣ୍ଡିଆ ପୋଷ୍ଟାଲ୍ ପେମେଣ୍ଟ ବ୍ୟାଙ୍କ୍ ପରିଚାଳକ ଶ୍ରୀ ଚିନ୍ତାମଣି ପାଗଳ, ଅତିରିକ୍ତ ଇଣ୍ଡିଆ ପୋଷ୍ଟାଲ୍ ପେମେଣ୍ଟ ବ୍ୟାଙ୍କ୍ ପରିଚାଳକ ଶ୍ରୀ ବିଟନ୍ ହାରୀ ଏବଂ ଡାକ ବିଭାଗର ବିଜନେସ କରେସପଣ୍ଡେନ୍ସ ଶ୍ରୀ ଅମିୟ କୁମାର ଦାସ ଯୋଗ ଦେଇଥିଲେ। ଡାକ ବିଭାଗରେ କେନ୍ଦ୍ର ସରକାରଙ୍କ ବିଭିନ୍ନ ସଞ୍ଚୟ ଯୋଜନା ତଥା ଆରଡ଼ି, ମିଆଦି ଜମା, କିଷାନ ବିକାଶ ପତ୍ର, ମାସିକ ଆୟ ଯୋଜନା, ସୁକନ୍ୟା ସମୃଦ୍ଧି ଯୋଜନା, ବରିଷ୍ଠ ନାଗରିକ ସଞ୍ଚୟ ଯୋଜନାର ସଫଳତା ସମ୍ପର୍କରେ ଆଲୋଚନା କରାଯାଇଥିଲା। ଏଥିରେ ମୁଖ୍ୟତଃ ଲୋକମାନେ କିପରି ତାଙ୍କ ସଂଚିତ ଧନକୁ ସୁରକ୍ଷିତ ଭାବରେ ଜମା କରି ପାରିବେ ଏହା ସହିତ ସାମାଜିକ ସୁରକ୍ଷା ଯୋଜନା ଯଥା: ଅଟଳ ପେନସନ ଯୋଜନା, ପ୍ରଧାନମନ୍ତ୍ରୀ ସୁରକ୍ଷା ବିମା ଯୋଜନା, ପ୍ରଧାନମନ୍ତ୍ରୀ ଜୀବନଜ୍ୟୋତି ଯୋଜନା ବିଷୟରେ ଆଲୋକପାତ କରାଯାଇଥିଲା। ଏହି ଆର୍ଥିକ ସଚେତନତା ଶିବିରରେ ବିରଜାପୁର ପଞ୍ଚାୟତର ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ, ସ୍ଵଳ୍ପ ସଞ୍ଚୟର ଅଭିକର୍ତ୍ତା, ଜନସାଧରଣ ଉପସ୍ଥିତ ରହି ସ୍ୱଳ୍ପ ସଂଚୟର ଉପକାରିତା ଉପରେ ଅବଗତ ହୋଇଥିଲା। ଲୋକମାନଙ୍କୁ ଚିଟ ଫଣ୍ଡ ଅନଲାଇନ ଠକେଇ, ସାଇବର ଠକେଇ ଠାରୁ ଦୂରେଇ ରହିବା ପାଇଁ ପରାମର୍ଶ ଦିଆଯାଇଥିଲା। ଶେଷରେ ବିରଜାପୁର ସରପଞ୍ଚ ଶ୍ରୀ ନିରାକାର ସାହୁ ଧନ୍ୟବାଦ୍ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ସ୍ୱଳ୍ପ ସଞ୍ଚୟ ଅଭିକର୍ତ୍ତା ଶ୍ରୀ ଗିରିଜା ପ୍ରସାଦ ବଳ, ଶ୍ରୀ ମାୟାଧର ପାଣିଗ୍ରାହୀ, ଦୁଃଖୀରାମ ଶତପଥୀ, , ଶ୍ରୀମତୀ ସ୍ଵପ୍ନାମୟୀ ବାରିକ, ଶ୍ରୀମତୀ ପ୍ରଭାତୀ ଶତପଥୀ, ଶ୍ରୀମତୀ ବିଦୁସ୍ମିତା ମାଝୀ ପ୍ରମୁଖ ଉପସ୍ଥିତ ରହି ଶିବିର ପରିଚାଳନାରେ ସହାୟତା କରିଥିଲେ।
Sign in
Sign in
Recover your password.
A password will be e-mailed to you.