ବିପୁଳ ପରିମାଣର ଦେଶୀ ମଦ ସହିତ ଗୋଟିଏ ମାରୁତି ସୁଜୁକି EECO କାର ଜବତ, ୦୧ ଗିରଫ

*ବିପୁଳ ପରିମାଣର ଦେଶୀ ମଦ ସହିତ ଗୋଟିଏ ମାରୁତି ସୁଜୁକି EECO କାର ଜବତ, ୦୧ ଗିରଫ l*

ଭଦ୍ରକ ଅବକାରୀ ଅଧିକ୍ଷକ ଶ୍ରୀ ନରୋତ୍ତମ ମିଶ୍ରଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ଭଦ୍ରକ ଅବକାରୀ ନିରୀକ୍ଷକ ଶ୍ରୀମତୀ ମମତା କୁମାରୀ ଦାସ ଏବଂ ଭଦ୍ରକ ଅବକାରୀ ଥାନା ଭାରପ୍ରାପ୍ତ ଅଧିକାରୀ ଶ୍ରୀ ଶ୍ରୀକାନ୍ତ ମୁର୍ମୁ ଓ ଷ୍ଟାଫମାନଙ୍କୁ ନେଇ ଗଠିତ ଏକ ସ୍ୱତନ୍ତ୍ର ଟିମ ଦ୍ୱାରା ଭଦ୍ରକ ଟାଉନ ଥାନା ଅଧିନସ୍ଥ ଆରଡ଼ି ଛକ ଠାରେ ଚଢ଼ାଉ କରାଯାଇ ୭୦୦ ଲିଟର ଦେଶୀ ମଦ ସହିତ ଗୋଟିଏ ମାରୁତି ସୁଜୁକି EECO କାର ଗାଡି ଜବତ କରାଯାଇଛି। ଏହି ଚୋରା ମଦ କାରବାରରେ ସମ୍ପୃକ୍ତ ଥିବା ଜଣଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି l ଜବତ ମଦ ଓ ଗାଡିର ଆନୁମାନିକ ମୂଲ୍ୟ ସାତ ଲକ୍ଷ ଟଙ୍କାରୁ ଉର୍ଦ୍ଧ ହେବ ବୋଲି ଅବକାରୀ ବିଭାଗ ସୂଚନା ଦେଇଛି l ଉକ୍ତ ଚଢ଼ାଉରେ ଏ.ଏସ୍‌.ଆଇ କ୍ଷୀରୋଦ ପାତ୍ର, କନେଷ୍ଟବଳ ଅଜିତ କୁମାର ସିଙ୍କୁ, ରୁଦ୍ରନାରାୟଣ ଦାସ, ସୁଦର୍ଶନ ପଲେଇ, ଜେମାମଣୀ ଜାମୁଦା ପ୍ରଭୃତି ସାମିଲ ଥିଲେ । ଏନେଇ ଭଦ୍ରକ ଅବକାରୀ ଥାନା ପକ୍ଷରୁ ଗୋଟିଏ ମାମଲା ରୁଜ୍ଜୁ କରାଯାଇଛି।ଭଦ୍ରକ ରୁ ଜିଲ୍ଲା ପ୍ରତିନିଧି ସୀତାକାନ୍ତ ବିଶ୍ବାଳ ଙ୍କ ରିପୋର୍ଟ।

Leave A Reply

Your email address will not be published.