CRRI ଥାନା IIC ବିଜୟ କୁମାର ବାରିକ ଲାଞ୍ଚ ନେଉଥିବାବେଳେ ଓଡ଼ିଶା ଭିଜିଲାନ୍ସ ହାତେ ଧରାପଡ଼ିଲେ
ଆଜି ତାରିଖ ୦୪.୦୧.୨୦୨୬ ତାରିଖରେ, କିଛି ସମୟ ପୂର୍ବରୁ କଟକ CRRI ଥାନାର ଇନସ୍ପେକ୍ଟର-ଇନ-ଚାର୍ଜ (IIC) ଶ୍ରୀ ବିଜୟ କୁମାର ବାରିକଙ୍କୁ ଓଡ଼ିଶା ଭିଜିଲାନ୍ସ ଭୁବନେଶ୍ୱରର ରାଜମହଲ ଛକ ନିକଟରେ ଲାଞ୍ଚ ଦାବିକରି ଗ୍ରହଣ କରୁଥିବାବେଳେ ଧରାପଡି ଗଲେ ଏକ ଲାଇସେନ୍ସ ପ୍ରାପ୍ତ ମଦ ବ୍ୟବସାୟୀଙ୍କୁ ସ୍ୱଚ୍ଛନ୍ଦରେ ବ୍ୟବସାୟ କରିବାକୁ ଦେବା ପାଇଁ ଶ୍ରୀ ବାରିକ ଲାଞ୍ଚ ଦାବି କରିଥିଲେ ଓ ତାହାର ଅଂଶ ଭାବରେ ୪୦,୦୦୦ ଟଙ୍କା ଗ୍ରହଣ କରୁଥିବା ସମୟରେ ଭିଜିଲାନ୍ସ ଦ୍ୱାରା ସିଧା ସଳଖ ଧରା ପଡ଼ିଥିଲେ।
ଘଟଣା ସ୍ଥଳରୁ ଦାଗି ଲଗା ଥିବା ସମ୍ପୂର୍ଣ୍ଣ ଘୁଷ ଟଙ୍କା ଶ୍ରୀ ବାରିକଙ୍କ ନିକଟରୁ ଉଦ୍ଧାର କରାଯାଇ ଜବତ କରାଯାଇଛି।
ଏହି ଟ୍ରାପ୍ ପରେ ଶ୍ରୀ ବାରିକଙ୍କର ଆୟ ଅନୁପାତରେ ସମ୍ପତ୍ତି (DA) ଦୃଷ୍ଟିକୋଣରୁ ଦୁଇଟି ସ୍ଥାନରେ ସମୟ କାଳୀନ ଚଢ଼ାଉ ଜାରି ରହିଛି।
ଏହି ସଂପର୍କରେ ସେଲ୍ ଡିଭିଜନ୍ ପୋଲିସ୍ ଥାନା କେସ୍ ନମ୍ବର– ୧/୨୦୨୬, ଦୁର୍ନୀତି ନିବାରଣ ଆଇନ (ସଂଶୋଧନ) ୨୦୧୮ ର ଧାରା ୭ ଅନୁଯାୟୀ ମାମଲା ରୁଜୁ କରାଯାଇଛି। ଅଧିକ ବିବରଣୀ ପରେ ମିଳିବ।