ଛତିଆ ଅଞ୍ଚଳରେ ଦୁଇ ବ୍ରାଉନ ସୁଗାର ବେପାରୀ ଗିରଫ
ଯାଜପୁର (କଲିଙ୍ଗ ୭ ନ୍ୟୁଜ) ବଡ଼ଚଣା ବ୍ଲକ୍ ବୈରୀ ଥାନା ପକ୍ଷରୁ ଗତକାଲି ବିଳମ୍ବିତ ରାତିରେ ପେଟ୍ରୋଲିଂ କରୁଥିବା ସମୟରେ ଦୁଇଜଣ ଯୁବକ ବ୍ରାଉନ ସୁଗାର ବିକ୍ରି କରୁଥିବା ବେଳେ ପୁଲିସ ହାତରେ ଧରାପଡ଼ିଥିଲେ । ଖବର ଅନୁଯାୟୀ ଉକ୍ତ ଥାନା ଅଧୁନସ୍ଥ ସୋଲର ଗ୍ରାମର କରୁଣାକର ସାମଲ ଙ୍କ ପୁଅ ଟୁକୁନା ସା ସାମଲ ଓ ସରୋଜ ସାମଲ ଙ୍କ ପୁଅ ଲିଟୁ ସା ସାମଲ ଙ୍କୁ ସୋଲର ଠାରେ ଏକ କ୍ଲବ ନିକଟରେ ଗତ କାଲି ବିଳମ୍ବିତ ରାତି ସନ୍ଦେହ ଜନକ ଭାବେ ଠିଆ ହୋଇଥିଲେ । ସେହି ସମୟରେ ପୋଲିସି ପହଂଚି ପଚାର ଉଚରା କରି— ଲେ ତାଙ୍କ ହାବଭାବ ଠିକ୍ ନଥବାରୁ ପୋଲିସ ସନ୍ଦେହ ପ୍ରକଟ ହେବାରୁ ଉଭୟ ଙ୍କୁ ଧରି ଥିଲା ତାଙ୍କ ଠାରୁ ୭ଗ୍ରାମ ବ୍ରାଉନ ସୁଗାର ଜବତ କରିବା ସହତାଙ୍କୁ ଗିରଫ କରିଥିଲା I କୌଣସି ଗ୍ରାହକ ଙ୍କୁ ବିକ୍ରି ପାଇଁ ଉକ୍ତ ସ୍ଥାନରେ ଠିଆ ହୋଇଥବା ପୋଲିସ ସୂଚନା ଦେଇଛି। ଏନେଇ ବୈରୀ ପୋଲିସ ଏକ ମାମଲା ରୁଜୁ କରି ଅଧିକ ତଦନ୍ତ ଚଳାଇଛି । ଏମାନଙ୍କୁ ଧରିବାରେ ବୈରୀ ଥାନାଧ୍କାରୀ ଅଂଶୁମାଳା ଦାସ ଓ ସଦଳବଳେ ପୁଲିସ କର୍ମଚାରୀ ମାନେ ଉପସ୍ଥିତ ଥିଲେ । ଗିରଫ ଦୁଇ ଯୁବକଙ୍କୁ ବୁଧବାର ଦିନ କୋର୍ଟ ଚାଲାଣ କରାଯାଇଥିବା ଜଣାପଡ଼ିଛି। ୭ଗ୍ରାମ ବ୍ରାଉନ ସୁଗାର ଜବତ କରି ଥିବା ଆନୁମାନିକ ମୂଲ୍ୟ ୫୨ ହାଜର ଟଙ୍କା ହେବ ବୋଲି ପୋଲିସ ପ୍ରକାଶ କରିଛି।
Sign in
Sign in
Recover your password.
A password will be e-mailed to you.
Next Post