ଡିୟୁ ଫ୍ରେଣ୍ଡସ କପ୍ ଭେଟରାନ ମ୍ୟାଚ ରେ ଚଣ୍ଡିଖୋଲ ଭେଟରାନ ବିଜୟୀ।
ଚଣ୍ଡିଖୋଲ ୧୩/୨ବଡଚଣା ବ୍ଲକ୍ ଅନ୍ତର୍ଗତ ସୁଙ୍ଗୁଡା ଖେଳ ପଡିଆରେ ଚଣ୍ଡିଖୋଲ ଫ୍ରେଣ୍ଡସ ସ୍ପୋର୍ଟସ ଆଣ୍ଡ କଲ୍ଚରାଲ ଆସୋସିଏସନ୍ ପକ୍ଷରୁ ୧୧ତମ ରାଜ୍ୟ ସ୍ତରୀୟ ଡିୟୁ ଫ୍ରେଣ୍ଡସ,ସ୍ବର୍ଗତ ବିଜୟ କୁମାର ମାହାଲା ଙ୍କ ସ୍ମୃତି ଉଦେଶ୍ୟ ଆଜି ଏକ ବନ୍ଧୁତ୍ୱପୂର୍ଣ୍ଣ କ୍ରିକେଟ ମ୍ୟାଚ ଅନୁଷ୍ଠିତ କରାଯାଇଥିଲା। ଯାଜପୁର ଭେଟରାନଓ ଚଣ୍ଡିଖୋଲ ଭେଟରାନ ମଧ୍ୟ ଏହି ମ୍ୟାଚ ଅନୁଷ୍ଠିତ ହୋଇଥିଲା। ଚଣ୍ଡିଖୋଲ ପ୍ରଥମେ ଟସ ଜିତି ବ୍ୟାଟିଙ୍ଗ କରି ୧୫୧ ରନ ସଂଗ୍ରହ କରିଥିଲେ। ବିପକ୍ଷ ରେ ଯାଜପୁର ଭେଟ୍ରାନ ୧୩୮ରନ କରି ପରାଜୟ ବରଣ କରିଥିଲେ।ଏହି ମ୍ୟାଚକୁ ଦର୍ପଣ ଅତିରିକ୍ତ ତହସିଲଦାର ପବିତ୍ର କୁମାର ମଲ୍ଲିକ ଉଦଘାଟନ କରିଥିଲା ବେଳେ ବଡ଼ଚଣା ଥାନା ସହ ଅଧିକାରୀ ଲକ୍ଷ୍ମୀପ୍ରିୟା ମୁଦୁଲି,ଓ ଚଣ୍ଡିଖୋଲ ବାର ଆସୋସିଏସନ ସମ୍ପାଦକ ପ୍ରକାଶ କୁମାର ଦାସ ବିଜୟୀ ଦଳକୁ ଟ୍ରଫି ପ୍ରଦାନ କରିଥିଲେ।ସଭାପତି ଦେବାରଞ୍ଜନ ସ୍ୱାଇଁ,ସମ୍ପାଦକ ଦେବେନ୍ଦ୍ର ବଳ,ସମରେନ୍ଦ୍ର ମାହାଲା,ଛବିନ୍ଦ୍ର ବାରିକ,ସମସ୍ତ ସହଯୋଗୀ ମାନଙ୍କୁ ଧନ୍ୟବାଦ ଦେଇଥିଲେ।ଆଜି ଖେଳର ଧାରା ବିବରଣୀ ଭଏସ ଅଫ ଓଡିଶା ମୁସ୍ତାକ ଅଲ୍ଲି ଖାଁ,ଦେବେନ୍ଦ୍ର ଜେନା,ଅଭିଷେକ ବିଶ୍ବାଳ ପ୍ରଦାନ କରିଥିଲେ।