ଡିୟୁ ଫ୍ରେଣ୍ଡସ କପ ପ୍ରଥମ ସେମି ଫାଇନାଲରେ ୟୁ ଆଣ୍ଡ ମି ବାଲେଶ୍ୱର ବିଜୟୀ।
ବଡ଼ଚଣା ୧୩/୨ବଡଚଣା ବ୍ଲକ୍ ଅନ୍ତର୍ଗତ ସୁଙ୍ଗୁଡା ଖେଳ ପଡିଆରେ ଚଣ୍ଡିଖୋଲ ଫ୍ରେଣ୍ଡସ ସ୍ପୋର୍ଟସ ଆଣ୍ଡ କଲ୍ଚରାଲ ଆସୋସିଏସନ୍ ଆନୁକୂଲ୍ୟରେ ୧୧ତମ ରାଜ୍ୟ ସ୍ତରୀୟ ଡିୟୁ ଫ୍ରେଣ୍ଡସ କପ୍ ଆଜି ପ୍ରଥମ ସେମି ଫାଇନାଲ୍ ଖେଳରେ ୟୁ ଆଣ୍ଡ ମି ବାଲେଶ୍ୱର ଓ ରାମେଶ୍ୱର ଭୁବନେଶ୍ୱର ମଧ୍ୟରେ ଖେଳାଯାଇଥିଲା।ୟୁ ଆଣ୍ଡ ମି ବାଲେଶ୍ୱର ପ୍ରଥମେ ବ୍ୟାଟିଙ୍ଗ କରି ନିର୍ଦ୍ଧାରିତ ୨୫ ଭରରେ ୨୦୧ରନ ସଂଗ୍ରହ କରିଥିଲେ।ଦଳ ପକ୍ଷରୁ ରାଜେଶ ଦାସ ସର୍ବାଧିକ ୨୪ବଲ ୫୭ରନ କରିଥିଲେ।ବିପକ୍ଷରେ ରାମେଶ୍ୱର ଭୁବନେଶ୍ୱର ଦଳ ୨୪,୨ ଓଭରରେ ସମସ୍ତ ୱାଇକେଟ ହରାଇ ୧୭୪ରନ ସଂଗ୍ରହ କରି ପରାଜୟ ବରଣ କରିଥିଲେ।ଦଳ ପକ୍ଷରୁ ସାରାଂଶ କୁମାର ସର୍ବାଧିକ ୩୫ରନ୍ ସଂଗ୍ରହ କରିଥିଲେ।ରାଜେଶ ଦାସ ମ୍ୟାନ ଅଫ ଦି ମ୍ୟାଚ୍ ଟ୍ରଫି ସମାଜ ସେବୀ ଅଟଳ କୁମାର ଜେନା ଓ ଅନିଦ୍ୟ ସାମଲଙ୍କ ଠାରୁ ଗ୍ରହଣ କରିଥିଲେ।ଆଜିର ଖେଳକୁ ଅଶ୍ୱଜିତ ରାଉତ ଓ ଯଚିନ୍ଦ୍ର ନାୟକ ପରିଚାଳନା କରିଥିଲା ବେଳେ, ଇମ୍ରାନ ଅଲ୍ଲି ଖାଁ,ଦେବେନ୍ଦ୍ର ଜେନା,ଅଭିଷେକ ବିଶ୍ବାଳ,ଇମ୍ରାନ ଅଲ୍ଲୀ ଧାରା ବିବରଣୀ ପ୍ରଦାନ କରିଥିଲେ।ସଭାପତି ଦେବ ରଞ୍ଜନ ସ୍ୱାଇଁ, ସମ୍ପାଦକ ଦେବେନ୍ଦ୍ର ବଳ,ଛବିନ୍ଦ୍ର ବାରିକ ଅହେନ୍ଦ୍ର ମାହାଲା, ମନୋଜ ସାହୁ, ସମସ୍ତ ସହଯୋଗ ମାନଙ୍କୁ ଧନ୍ୟବାଦ ଦେଇଥିଲେ।