ସ୍ୱାସ୍ଥ୍ୟ ବିଭାଗର ବିଚିତ୍ର ନିତି ଆକସ୍ମିକ ଦୁର୍ଘଟଣା କେନ୍ଦ୍ରରେ ହୋମିଓ ପାଥିକ ଡାକ୍ତର।
ବଡ଼ଚଣା 24/2 (କଳିଙ୍ଗ୭ ନିୟୁଜ) ଯାଜପୁର ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ର ବିଚିତ୍ର ନିତି ଆକସ୍ମିକ ଦୁର୍ଘଟଣା ଚିକିତ୍ସା କେନ୍ଦ୍ର ରେ ଜଣେ ହୋମିଓ ପାଥିକ ଡାକ୍ତର ଙ୍କୁ ନିଯୁକ୍ତି କରିବା ଚର୍ଚ୍ଚାର ବିଷୟ ପାଲଟିଛି। ଏହିଭଳି ଘଟଣା ଦେଖିବାକୁ ମିଳିଛି ବଡ଼ଚଣା ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର ଅଧିନ ଚଣ୍ଡିଖୋଲ ଆକସ୍ମିକ ଦୁର୍ଘଟଣା କେନ୍ଦ୍ର ରେ। ଚଣ୍ଡିଖୋଲ ଛକ ଜାତୀୟ ରାଜପଥ ୧୬ଓ ୫୩ ର ସଂଯୋଗ ସ୍ଥଳ ହୋଇଥିବାରୁ ଏହି ରାସ୍ତା ଦେଇ ପାରାଦ୍ୱୀପ ରୁ ଯୋଡ଼ା, ବାରିପଦାରୁ ଭୁବନେଶ୍ୱର କୁ ପ୍ରତିଦିନ ହଜାର ହଜାର ସଂଖ୍ୟାରେ ଗାଡି ଯାତାୟାତ କରିଥାନ୍ତି। ଏବଂ ପ୍ରତିଦିନ ରାଜପଥ ରେ କିଛି ନା କିଛି ଦୁର୍ଘଟଣା ଘଟି ଥାଏ। ଏହି ଦୁର୍ଘଟଣାରେ ଶିକାର ହେଉଥିବା ଯାତ୍ରୀ ଓ ଚାଳକ ମାନଙ୍କ ପାଇଁ ଚଣ୍ଡିଖୋଲ ଛକ ନିକଟରେ ଦୀର୍ଘ ଦିନରୁ ଚଣ୍ଡିଖୋଲ ଘରୋଇ ବସ ମାଲିକ ସଂଘ ଓ ଏ ଅଂଚଳ ର କିଛି ମୁରବୀମାନେ ତତ୍କାଳୀନ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ଦ୍ୱାରା ଏକ ଆକସ୍ମିକ ଦୁର୍ଘଟଣା ଚିକିତ୍ସା ଆରୋଗ୍ୟ କେନ୍ଦ୍ର ସ୍ଥାପନା କରିଥିଲେ। ଏହା କିଛି ବର୍ଷ ଠିକ ଠାକରେ ଚାଲୁଥିଲା। ଏବଂ ବହୁ ସ୍ଥାନୀୟ ଅଞ୍ଚଳ ବାସି ଓ ଚାଳକ ମାନେ ବେଶ ଉପକୃତ ହେଉଥିଲେ। କିନ୍ତୁ ଏଇ କିଛି ମାସ ହେବ ଏହି ସ୍ୱାସ୍ଥ୍ୟ କେନ୍ଦ୍ର ଟି ଅବହେଳିତ ହେଲା ପରି ମାନେ ହେଉଛି। ସ୍ୱାସ୍ଥ୍ୟ ବିଭାଗ ନିଜ ମନ ଇଛା ରେ ଯେଉଁ ଡାକ୍ତର ଙ୍କୁ ଏଠାକୁ ପଠାଉଛନ୍ତି।ସେମାନେ ଏହାକୁ କାଁ ଭାଁ ଏଠାକୁ ଆସନ୍ତି। ପ୍ରାୟ ୮ କିମାସ ହେବ ଏଠାକୁ କେହି ଡାକ୍ତର ଆସୁ ନାହାଁନ୍ତି ଯାହା ଫଳରେ ରୋଗୀ ସେବା ବାଧାପ୍ରାପ୍ତ ହେଉଥିଲା। ସ୍ଥାନୀୟ ଅଂଚଳ ବାସି ଅସନ୍ତୋଷ ଓ ଗଣମାଧ୍ୟମରେ ବାରମ୍ବାର ଖବର ପ୍ରସାରିତ ହେବା ପରେ ଏବେ ସ୍ୱାସ୍ଥ୍ୟ ବିଭାଗ ଏକ ହୋମିଓ ପାଥିକ ଡାକ୍ତରଙ୍କୁ ଏହି ଡାକ୍ତର ଖାନାକୁ ପଠାଇଛନ୍ତି। ଯାହା ଫଳରେ କୌଣସି ଯାତ୍ରୀ ଦୁର୍ଘଟଣା ର ସମ୍ମୁଖୀନ ହୋଇଆସିଲେ ହୋମିଓ ପାଥିକ ଡାକ୍ତର ତାଙ୍କୁ ଚିକିତ୍ସା କରିବ ଯାହାକି ଲୋକ ହସା ପରି କାମକରୁଛନ୍ତି ସ୍ୱାସ୍ଥ୍ୟ ବିଭାଗ।ଏଣୁ ଉଚ୍ଚ କର୍ତ୍ତୃପକ୍ଷ ଏହା ଉପରେ ଗୁରୁତ୍ୱ ଦେଇ ଜଣେ ସ୍ଥାୟୀ ଡାକ୍ତର ଙ୍କୁ ନିଯୁକ୍ତି ଦେବାକୁ ସାଧାରଣ ରେ ଦାବୀ ହେଉଅଛି।