ପୋଲିସ ଦଳଙ୍କୁ ପଥରମାଡ, ମାଫିଆଙ୍କ ଆକ୍ରମଣରେ ଗାଡି ଚୁର୍ମାର
ଯାଜପୁର: ଯାଜପୁର ବ୍ରହ୍ମବରଦା ଥାନା ଅଂଚଳରେ ଆଇନ ସୃଙ୍ଖଳା ପରିସ୍ଥିତିକୁ ଚାଲେଂଜ କରି ବାଲି ମାଫିଆ ମାନେ ପୋଲିସ ଦଳ ଉପରେ ଆକ୍ରମଣ କରିଥିବା ବେଳେ ପଥର ମାଡରେ ପୋଲିସ ଗାଡିକୁ ଭାଙ୍ଗିଦେବା ଘଟଣାକୁ ନିଜେ ଥାନା ଏଏସଆଇ ବ୍ରହ୍ମବରଦା ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୋଗ ଅନୁଯାୟୀ ଗତକାଲି ସନ୍ଧ୍ୟା ୭.୨୧ରେ ଏଏସଆଇ ଲକ୍ଷ୍ମିଧର ରାଜ ଓ ଅନ୍ୟ ଦୁଇ ପୋଲିସ କର୍ମଚାରୀଙ୍କ ସହିତ ସ୍କର୍ପିଓ ଗାଡି ନମ୍ବର ଓଡି୦୫ସିବି୪୩୪୫ ଓ ଚାଳକ । ଅର୍ଥଙ୍ଗା ପଂଚାୟତ ଚଅପୋଇ ଅଂଚଳରେ ପ୍ୟାଟ୍ରୋଲିଂ କରୁଥିବା ବେଳେ ବ୍ରାହ୍ମଣୀନଦୀ ଚଅପୋଇ ବାଲି ଘାଟରେ ଅଗ୍ନି ଜଳୁଥିବା ଦେଖିବାକୁ ପାଇଥିଲେ । ଅଗ୍ନି ଜଳିବାର କାରଣ ଜାଣିବା ପାଇଁ ପୋଲିସ ଦଳ ସେଠାକୁ ଯାଇଥିବା ବେଳେ ସେଠାରେ ୮/୧୦ ଜଣ ଯୁବକ ଗୋଟିଏ ବଜାଜ ପଲସର ଗାଡି ନମ୍ବର ଓଡି୦୨ଡିଇ୬୯୮୨ ରଖି ଭୂତ ରିଲ୍ସ କରୁଥିଲେ । ନିଜ ନିଜ ମଧ୍ୟରେ ଅଶ୍ଳିଳ ଭାଷା ବ୍ୟବହାର କରୁଥିଲେ ।ସେଠାରେ ମଦ ବୋତଲ,ସିଗାରେଟ ଟୁକୁଡା,ଖାଲି ଗ୍ଲାସ,ପଲିଥିନ ପଡିଥିବା ବେଳେ ପୋଲିସ ସେମାନଙ୍କ ନିକଟରେ ପଂହଚି ରାତିରେ ଏଠାରେ କଣ କରୁଛ ବୋଲି ପଚାରି ମାରଧର କରିଥିଲା । ଏଥିରେ ଯୁବକମାନେ ଉତକ୍ଷିପ୍ତ ହୋଇ ପୋଲିସ କର୍ମଚାରୀ ମାନଙ୍କୁ ଅସଭ୍ୟ ଭାଷାରେ ଗାଳିଗୁଲଜ କରିବା ସହିତ ଏଠାରୁ ଶିଘ୍ର ପଳାଅ ନଚେତ ଜୀବନରୁ ମାରି ପୋତି ଦେବାକୁ କହିଥିଲେ । ପରେ ପୋଲିସ ଦଳଙ୍କୁ ମାରି ଦେବା ଉଦେ୍ଧଶ୍ୟରେ ସଂଙ୍ଘବଦ୍ଧ ଭାବେ ପଥର ଫିଙ୍ଗିଥିଲେ । ପୋଲିସ ମାନେ ନିଜ ଜୀବନକୁ ବଂଚାଇବା ପାଇଁ ତାଙ୍କ ସ୍କର୍ପିଓ ଗାଡିରେ ଆଶ୍ରୟ ନେଇଥିବା ବେଳେ ରିଲ୍ସ ଯୁବକ ମାନେ ପଥର ଫପାଡି ଗାଡିର ପଛ କାଚକୁ ଭାଙ୍ଗି ଦେଇଥିଲେ । ଭୟରେ ପୋଲିସ ଦଳ ସେଠାରୁ ଫେରି ଆସି ରାତି ୧୦ଟାରେ ଏଏସଆଇ ଲକ୍ଷ୍ମିଧର ରାଜ ବ୍ରହ୍ମବରଦା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଏନେଇ ଥାନା ପକ୍ଷରୁ ୩୬/୨୬ ରେ ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରଖିଛି । ପଲସର ଗାଡିଟି ଜବତ କରାଯାଇଥିବା ଜାଣିବାକୁ ମିଳିଛି ।
Sign in
Sign in
Recover your password.
A password will be e-mailed to you.
Next Post