ଦେଉଳଚୂଆରେ ଆନ୍ତର୍ଜାତୀୟ ବିଶ୍ୱ ମହିଳା ଦିବସ ପାଳନ, ମହିଳା ସଶକ୍ତିକରଣ ଉପରେ ଜୋର

subash kumar rout

ଦେଉଳଚୂଆରେ ଆନ୍ତର୍ଜାତୀୟ ମହିଳା ଦିବସ ପାଳନ

ଚୌଦ୍ୱାର, (ତାରିଖ): ଓଡ଼ିଶା ନାରୀ ଶ୍ରମଜୀବୀ ଶିଶୁ କଲ୍ୟାଣ ସମିତି, ଚୌଦ୍ୱାର ପକ୍ଷରୁ ଦେଉଳଚୂଆ ସ୍ଥିତ ନିମାପଡ଼ା ନିମ୍ନ ପ୍ରାଥମିକ ବିଦ୍ୟାଳୟ ପ୍ରାଙ୍ଗଣରେ ଆନ୍ତର୍ଜାତୀୟ ବିଶ୍ୱ ମହିଳା ଦିବସ ଉତ୍ସାହ ଓ ଆଡ଼ମ୍ବରର ସହିତ ପାଳନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ଶିକ୍ଷାବିତ୍ ଓ ସମାଜସେବୀ ଡା. ସୌଦାମିନୀ ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ମୁଖ୍ୟ ବକ୍ତା ଭାବେ ଆଇନଜୀବୀ ସସ୍ମିତା ସାହୁ ଓ ପ୍ରମିଳା ମହାରାଜ ମହିଳା ସଶକ୍ତିକରଣ ଓ ସମାଜରେ ନାରୀଙ୍କ ଭୂମିକା ବିଷୟରେ ଉଦ୍ବୋଧନ ରଖିଥିଲେ।

ସମ୍ମାନିତ ଅତିଥି ଭାବେ ଭୁବନେଶ୍ୱରର ବରିଷ୍ଠ ସମାଜସେବୀ ଶ୍ରୀମତୀ ସରସ୍ଵତୀ ପଟ୍ଟନାୟକ, ବିଜୟଲକ୍ଷ୍ମୀ ମହାପାତ୍ର, ଜଗତସିଂହପୁର ଜିଲ୍ଲାର ବରିଷ୍ଠ ସାମ୍ବାଦିକ ଚନ୍ଦ୍ରକାନ୍ତ ଦାସ ଓ ଦେଉଳଚୂଆ ଗ୍ରାମର ବରିଷ୍ଠ ସମାଜସେବୀ ବିଦ୍ୟା ରଞ୍ଜନ ନାୟକ ଓ ଲୁଲୁ ଉପସ୍ଥିତ ରହିଥିଲେ।
ଏହାସହ ଓଟିଏମ କଲୋନୀ, ଚୌଦ୍ୱାର ସଭାନେତ୍ରୀ ସ୍ଵର୍ଣ୍ଣମୟୀ ରାଉତ, କାର୍ଯକାରୀ ସଭାନେତ୍ରୀ ଶ୍ରୀମତୀ ସ୍ଵର୍ଣ୍ଣପ୍ରଭା ପାତ୍ର, ସମ୍ପାଦକ ରଜନୀକାନ୍ତ ମହାନ୍ତି, କୋଷାଧ୍ୟକ୍ଷା ମମତା ବାରିକ୍, ଉପସଭାପତି ଶେଖ୍ ଅବଦୁଲ୍ ସହିଦ୍ ଓ ସଭ୍ୟ ନିରଞ୍ଜନ ବାରିକ୍, ସରୋଜିନୀ ଦାସ, ପ୍ରତିଭା ରାଣୀ ମହାନ୍ତି, ଗୀତାଞ୍ଜଳି ବିଶ୍ୱାଳ, ଉର୍ମିଳା ଲେଙ୍କା, ସବିତାବାଲା ସ୍ୱାଇଁ, ଯଜ୍ଞାଶିନୀ ଲେଙ୍କା ଓ ଗାୟତ୍ରୀ ରଣା ଉପସ୍ଥିତ ଥିଲେ। ସେହିପରି ସମିତିର ଉପଦେଷ୍ଟା ଭାବେ ଭାସ୍କର ଚନ୍ଦ୍ର ରାଉତରାୟ, ଶ୍ରୀମତୀ ସରସ୍ଵତୀ ପଟ୍ଟନାୟକ ଓ ଶ୍ରୀଯୁକ୍ତ ଟୁକୁ ପ୍ରଧାନ ମଧ୍ୟ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। କାର୍ଯ୍ୟକ୍ରମରେ ମହିଳାଙ୍କ ଅଧିକାର, ଶିକ୍ଷା ଓ ସଶକ୍ତିକରଣ ବିଷୟରେ ଆଲୋଚନା ହୋଇଥିଲା ଏବଂ ସମାଜରେ ନାରୀଙ୍କ ଅବଦାନକୁ ସମ୍ମାନ ଜଣାଇଥିଲେ।

Leave A Reply

Your email address will not be published.