ଧର୍ମଶାଳା ଭୋଜଳାୟରେ ବିକାଶର ନୂଆ ଅଧ୍ୟାୟ

ଧର୍ମଶାଳା ଭୋଜଳାୟରେ ବିକାଶ କାର୍ଯ୍ୟର ଶୁଭାରମ୍ଭ, ବିଧାୟକ ହିମାଂଶୁ ଶେଖର ସାହୁଙ୍କ ଉଦ୍ୟ

ଧର୍ମଶାଳା, ଯାଜପୁର:

ଧର୍ମଶାଳା ଅଞ୍ଚଳର ଭୋଜଳାୟରେ ବିକାଶର ଏକ ନୂଆ ଅଧ୍ୟାୟର ଶୁଭାରମ୍ଭ ହୋଇଛି। ଲୋକମୁଖୀ ପଦକ୍ଷେପ ଗ୍ରହଣ କରି ମାନ୍ୟବର ବିଧାୟକ ଶ୍ରୀ ହିମାଂଶୁ ଶେଖର ସାହୁଙ୍କ ଉଦ୍ୟମରେ ଏହି ବିକାଶ କାର୍ଯ୍ୟ ସଫଳ ହୋଇଥିବା ସୂଚନା ମିଳିଛି।

ଏହି ଅବସରରେ କୋରେଇ ର ମାନ୍ୟବର ବିଧାୟକ ଶ୍ରୀ ଆକାଶ ଦାସ ନାୟକ, ଯାଜପୁର ଜିଲ୍ଲା ବିଜେପି ସଭାପତି ଶ୍ରୀମତି ଦେବଯାନୀ ପ୍ରଧାନ, ବିଜେପି ରାଜ୍ୟ ମୁଖପାତ୍ର ଶ୍ରୀ ମନୋଜ ମହାପାତ୍ର ଓ ପୂର୍ବତନ ବିଜେପି ସଭାପତି ଶ୍ରୀ ଗୌତମ ରାୟ ଉପସ୍ଥିତ ଥିଲେ।

ତଥାପି, ବୁଦ୍ଧିଜୀବୀ, ସାଧାରଣ ଜନତା ଓ ସାମ୍ବାଦିକ ଭାଇ-ଭଉଣୀମାନେ ବି ବହୁ ସଂଖ୍ୟାରେ ଯୋଗଦେଇ କାର୍ଯ୍ୟକ୍ରମକୁ ସଫଳ କରିଥିଲେ।ଉପସ୍ଥିତ ଅତିଥିମାନେ କହିଥିଲେ ଯେ, ଏହି ଧର୍ମଶାଳାର ବିକାଶ ଅଞ୍ଚଳର ଲୋକମାନଙ୍କ ପାଇଁ ବଡ଼ ସୁବିଧା ନେଇଆସିବ। ଆଗାମୀ ଦିନରେ ଏଠାରେ ଅଧିକ ସୁବିଧା ସୃଷ୍ଟି ପାଇଁ ମଧ୍ୟ ପଦକ୍ଷେପ ନିଆଯିବ ବୋଲି ସେମାନେ ମତ ପ୍ରକାଶ କରିଥିଲେ।ଏହି ପଦକ୍ଷେପକୁ ସ୍ଥାନୀୟ ଲୋକମାନେ ସ୍ୱାଗତ କରିଥିବା ବେଳେ, ଅଞ୍ଚଳରେ ବିକାଶ ଧାରା ଆହୁରି ତ୍ୱରାନ୍ୱିତ ହେବ ବୋଲି ଆଶା ବ୍ୟକ୍ତ କରିଛନ୍ତି।

 

Leave A Reply

Your email address will not be published.