ପ୍ରଧାନ ସାହି ଦୁର୍ଗା ମଣ୍ଡପ ପୂଜା କମିଟି ତରଫରୁ ବନ୍ଧୁ ମିଳନ ସହ ଭୋଜିର ଆୟୋଜନ
ଟାଙ୍ଗୀ -ଚୌଦ୍ୱାର ( କଳିଙ୍ଗ ୭ ନିୟୁଜ୍ )କଟକ ଜିଲ୍ଲା ଚୌଦ୍ୱାର ପୌରପାଳିକା ଅନ୍ତର୍ଗତ ୱାର୍ଡ ନମ୍ବର ୨ ଠାରେ ଥିବା ପ୍ରଧାନସାହି ଦୁର୍ଗା ମଣ୍ଡପ କମିଟି ପକ୍ଷରୁ ଏକ ବନ୍ଧୁ ମିଳନ ସହ ଭୋଜିର ଆୟୋଜନ କରାଯାଇଥିଲା l ଆଜିର ଏହି କାର୍ଯ୍ୟକ୍ରମ ରେ ପୂଜା କମିଟି ର ସଭାପତି ଶ୍ରୀ ଗୁରୁଦତ୍ତ ନାୟକଙ୍କ ସଭାପତିତ୍ବ ରେ ଆୟୋଜିତ ହୋଇଥିଲା l ପୂର୍ବ ସିଦ୍ଧାନ୍ତ ଅନୁଯାଇ ପ୍ରଧାନ ସାହି ଦୁର୍ଗା ପୂଜା କମିଟି ଦୀର୍ଘ ୧୦ ବର୍ଷ ହେବ ବିଭିନ୍ନ ପାରମ୍ପରିକ ବାଜା ଓ ମୃଣୟ ମୂର୍ତ୍ତି ରୂପଯାତ୍ରା ପଡିଆକୁ ନେବା ସହିତ ଶାନ୍ତି ଶୃଙ୍ଖଳା ର ସହିତ ଭସାଣି କାର୍ଯ୍ୟକ୍ରମ ରେ ମେଲାଣି ନେଇଥାଏ l କମିଟି ର ପରିସୀମା ମଙ୍ଗୁଳି ଠାରେ ଥିବା ରଶ୍ମି ପେଟ୍ରୋଲ ପମ୍ପ, ଆଇଚର ସୋରୁମ, ଆଖଣ୍ଡଳମଣି ଶୈବ ମନ୍ଦିର, ଗଙ୍ଗେସ୍ୱର, ବଗିଚା, ସ୍ବର୍ଣ୍ଣଲଷ୍ମୀ ଗାର୍ଡେନ ଓ ଏହାର ସଂଲଗ୍ନ ସମସ୍ତ ଗାଡି ପାର୍ଟ୍ସ, ସର୍ଭିସିଙ୍ଗ ସେଣ୍ଟର, ଗିଲ ଇଞ୍ଜିନିଅରରିଙ୍ଗ, ଆମ୍ବୁଲାନ୍ସ ଗ୍ୟାରେଜ ସହ ସମସ୍ତ ଗ୍ୟାରେଜ ଏହାର ପରିସୀମା ଅଟେ l ପୂର୍ବରୁ କୁମାର ପୂର୍ଣ୍ଣିମା ରୂପଯାତ୍ରା ରେ ପରିସୀମା ମଧ୍ୟରେ ଥିବା ସମସ୍ତ ଦୋକାନ ଓ ଗ୍ୟାରେଜ ଓ ସୋ ରୁମ ସମେତ କର୍ମକର୍ତା ମାନେ ଏହି କମିଟି ରେ ସାହାଯ୍ୟ ସହଯୋଗ କରିବା ସହିତ ପୂଜା କାର୍ଯ୍ୟ ରେ ଯୋଗଦାନ କରିଥାନ୍ତି l ଆଜିର ଏହି କାର୍ଯ୍ୟକ୍ରମ ରେ ପ୍ରଧାନ ସାହି କମିଟି ର ବରିଷ୍ଠ ସଦସ୍ୟ ମନୋଜ ନାୟକ, ଦୀପ୍ତି କିଶୋର ନାୟକ, ଅମିତ ନାୟକ, ମାନସ ରଞ୍ଜନ ବେହେରା, ଦେବନା ନାୟକ, ସିଦ୍ଧାର୍ଥ ଜେନା, ଲଛମନ ପରିଡା, ଜ୍ଞାନ ରଞ୍ଜନ ନାୟକ, ଦେବୀଦତ୍ତ ନାୟକ, ବିଳାସ ନାୟକ, ଗିରିଶ ନାୟକ, ଲକି ପରିଡା ଙ୍କ ସମେତ ବହୁ କମିଟି ସଦସ୍ୟ ମାନେ ଉପସ୍ଥିତ ଥିଲେ l ଶେଷରେ ଏକ ଭୋଜି ର ଆୟୋଜନ କରାଯାଇଥିଲା l