କୋଡାଳା CHCରେ ୨ କୋଟିରୁ ଅଧିକ ଅର୍ଥ ଦୁର୍ନୀତି , ୫ କର୍ମଚାରୀ ଗିରଫ

କୋଡାଳା CHCରେ ୨ କୋଟିରୁ ଅଧିକ ଅର୍ଥ ଦୁର୍ନୀତି , ୫ କର୍ମଚାରୀ ଗିରଫ

ଓଡିଶା ଭିଜିଲାନ୍ସ ପକ୍ଷରୁ ଗଞ୍ଜାମ ଜିଲ୍ଲା କୋଡାଳା କମ୍ୟୁନିଟି ହେଲ୍ଥ ସେଣ୍ଟରରେ ବଡ଼ ଅର୍ଥ ଗବନ ଘଟଣା ଫାସ୍ ହୋଇଛି। ସରକାରୀ ଧନରୁ ୨ କୋଟି ଟଙ୍କାରୁ ଅଧିକ ଅନିୟମିତତା ମାମଲାରେ ୫ ଜଣ କର୍ମଚାରୀଙ୍କୁ ଗିରଫ କରାଯାଇଛି। ଆଜି ତାରିଖ ୦୮.୦୪.୨୦୨୬ ରେ ଓଡିଶା ଭିଜିଲାନ୍ସ ପକ୍ଷରୁ ବ୍ରହ୍ମପୁର ଭିଜିଲାନ୍ସ ଥାନାରେ କେସ୍ ନମ୍ବର ୦୪ ରୁଜୁ କରାଯାଇଥିଲା। ତଦନ୍ତରେ ପ୍ରକାଶ ପାଇଛି ଯେ ୨୦୨୩ ରୁ ୨୦୨୫ ମଧ୍ୟରେ କୋଡାଳା CHCର କିଛି କର୍ମଚାରୀ ଭୁଆ ରେକର୍ଡ ପ୍ରସ୍ତୁତ କରି ଅବୈଧ ଭାବେ ବକେୟା ବେତନ ବିଲ୍ ଉଠାଇଥିଲେ। ଏହି ମାମଲାରେ ସମୁଦାୟ ଗବନ ରାଶି ୨ କୋଟି ଟଙ୍କାରୁ ଅଧିକ ହେବା ଜଣାପଡ଼ିଛି। ହସ୍ପିଟାଲ କର୍ମଚାରୀଙ୍କ ନାମରେ ଭୁଆ ଅରିୟର ବେତନ ବିଲ୍ ପ୍ରସ୍ତୁତ କରି ଅର୍ଥ ଉଠାଯାଇଥିଲା। ଏହି ମାମଲାରେ ପିସି ଆକ୍ଟ ୧୯୮୮ (ସଂଶୋଧିତ ୨୦୧୮) ର ଧାରା 13(2) ଓ 13(1)(a) ସହିତ IPC ଧାରା 409, 467, 468, 471, 120-B ଏବଂ ଭାରତୀୟ ନ୍ୟାୟ ସଂହିତା (BNS) ର ସମ୍ବନ୍ଧିତ ଧାରା ଲାଗୁ କରାଯାଇଛି।ଗିରଫ ବ୍ୟକ୍ତିମାନେ:୧. ଜତିନ କୁମାର ଭୁଏଁ – ସିନିୟର ଆସିଷ୍ଟାଣ୍ଟ ୨. ଭାରତୀ ପ୍ରଧାନ – MPHW (ମହିଳା) ୩. ଗୋପାଳ ନାହାକ – ଅଟେଣ୍ଡେଣ୍ଟ
୪. ମନୁ ନାୟକ – ସ୍ୱିପର ୫. ରାମଚନ୍ଦ୍ର ମଲ୍ଲିକ – ଅଟେଣ୍ଡେଣ୍ଟ, PHC ବେଗୁନିଆପଡ଼ା ଗିରଫ ପରେ ସମସ୍ତଙ୍କୁ ବ୍ରହ୍ମପୁର ଭିଜିଲାନ୍ସ ବିଶେଷ ଅଦାଲତରେ ପେଶ କରାଯାଇଛି।ଏପର୍ଯ୍ୟନ୍ତ ୫ ଜଣଙ୍କୁ ଗିରଫ କରାଯାଇଥିବାବେଳେ ଭିଜିଲାନ୍ସ ଟିମ୍ ଏହାର ପୂରା ଚକ୍ରାନ୍ତ ଏବଂ ଅନ୍ୟ କର୍ମଚାରୀଙ୍କ ଜଡିତା ଖୋଜିବା ପାଇଁ ତଦନ୍ତ ଜାରି ରଖିଛି।

Leave A Reply

Your email address will not be published.