ଧର୍ମଶାଳା ବିଜେପି ପକ୍ଷରୁ ସମ୍ବିଧାନ ପ୍ରଣେତା ଡ. ଭିମରାଓ ଆମ୍ବେଦକରଙ୍କ ୧୩୫ତମ ଜନ୍ମଜୟନ୍ତୀ

ଧର୍ମଶାଳା, ୧୪ । ୪ (କଳିଙ୍ଗ ୭ ନିୟୁଜ୍ ): ଧର୍ମଶାଳା ବିଜେପି ପକ୍ଷରୁ ସମ୍ବିଧାନ ପ୍ରଣେତା ଡ. ଭିମରାଓ ଆମ୍ବେଦକରଙ୍କ ୧୩୫ତମ ଜନ୍ମଜୟନ୍ତୀ ଜାରକାସ୍ଥିତ ଷ୍ଟାଡିୟମ ହଲରେ ଅନୁଷ୍ଠିତ ହୋଇଯାଇଛି ।

ବିଜେପି ନେତା ଚନ୍ଦ୍ରମଣି ପଣ୍ଡିତଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁ ଯୋଗଦେଇ ପ୍ରଦୀପ ପ୍ରଜ୍ୱଳନ କରିଥିଲେ । ଭାରତର ସମ୍ବିଧାନ ପ୍ରଣେତା ଡ. ଭିମରାଓ ଅମ୍ବେଦକରଙ୍କ ଲିଖିତ ସମ୍ବିଧାନ ବଳରେ ଭାରତର ଲୋକମାନେ ଭେଦ ଭାବ ଭୁଲି ଦେଶ ପାଇଁ କାର୍ଯ୍ୟ କରୁଛନ୍ତି । ଧର୍ମଶାଳା ନିର୍ବାଚନ ମଣ୍ଡଳୀ ଅଧିନରେ ଥିବା ସମସ୍ତ ଦଳିତ ସାହିରେ ଗୋଟିଏ ଲେଖାଏଁ ଆମ୍ବେଦକର ଭବନ ନିର୍ମାଣ କରାଯିବାକୁ ସ୍ଥିର କରାଯାଇଛି ବୋଲି ବିଧାୟକ ଶ୍ରୀ ସାହୁ ମତବ୍ୟକ୍ତ କରିଥିଲେ ।

ମୁଖ୍ୟବକ୍ତା ଭାବେ ଜିଲ୍ଲା ବିଜେପି ସଭାପତି ଦେବଜାନୀ ପ୍ରଧାନ ଯୋଗଦେଇଥିଲେ । ସମ୍ମାନୀୟ ଅତିଥି ଭାବେ ପୁର୍ବତନ ସାଂସଦ ରୀତା ତରେଇ, ବ୍ଲକ ଅଧ୍ୟକ୍ଷା ସୁଚିସ୍ମିତା ଦାସ, ବିଜେପି ନେତା ପ୍ରିୟନାଥ ମହାପାତ୍ର, ଅନାମ ଚରଣ ମଲିକ,ନାରାୟଣ ମଲିକ ଓ ବିନୋଦ ବିହାରି ମଲିକ ପ୍ରମୁଖ ଯୋଗଦେଇ ବାବା ଭିମରାଓ ଆମ୍ବେଦକର ବିଭିନ୍ନ ବର୍ଗରୁ ଆସିଥିବା ଭାରତୀୟମାନେ ଏକ ହୋଇ ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାକୁ ଆହ୍ୱନ କରିଥିଲେ । ପ୍ରାରମ୍ଭରେ ଅତିଥିମାନେ ଧର୍ମଶାଳା ବ୍ଲକ ପରିସରରେ ଥିବା ଆମ୍ବେଦକରଙ୍କ ପ୍ରତିମୁର୍ତୀରେ ମାଲ୍ୟାର୍ପଣ କରି ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ । ଏହି ଅବସରରେ ଜାରକା ନିକଟସ୍ଥ କୁମାରି ପଂଚାୟତର ଜାମୁବଣିଆଁ ଠାରେ ନିର୍ମିତ ଅମ୍ବେଦକର ଭବନକୁ ବିଧାୟକ ଓ ଜିଲ୍ଲା ସଭାପତି ଉଦଘାଟନ କରିଥିଲେ । ଶେଷରେ ସରୋଜ କୁମାର ମଲିକ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ସମସ୍ତ କାର୍ଯ୍ୟକ୍ରମକୁ ଯୁବ ସଙ୍ଗଠକ ରାଜେଶ ପାଳ,ଦେବରାଜ ମିଶ୍ର, ମଣ୍ଡଳ ସଭାପତି ଜିତେନ୍ଦ୍ର ରାଉତ, ଶ୍ରୀବତ୍ସ ଧିର, ଦେବଦତ ପଣ୍ଡା,ତୀର୍ଥରାଜ ପଣ୍ଡା ଓ ଅଭିଶେକ ରାଉତ, ସବ୍ୟସାଚୀ ସୁନ୍ଦରରାୟ ପ୍ରମୁଖ ପରିଚାଳନା କରିଥିଲେ ।

Leave A Reply

Your email address will not be published.