ଧର୍ମଶାଳା ବିଧାୟକଙ୍କ ଦ୍ୱାରା ଦୁଇ ଗୋଟି ରାସ୍ତାର ଶିଳାନ୍ୟାଶ
କୋତପୁର ରାସ୍ତା କାମ ଲାଗି ୬ କୋଟି ୭୦ ଲକ୍ଷ ଟଙ୍କା ବ୍ୟୟ ଅଟକଳ କରାଯାଇଛି
ଧର୍ମଶାଳା ବିଧାୟକଙ୍କ ଦ୍ୱାରା ଦୁଇ ଗୋଟି ରାସ୍ତାର ଶିଳାନ୍ୟାଶ
ଧର୍ମଶାଳା, ୨୧ । ୫(କଳିଙ୍ଗ ୭ ନିୟୁଜ ) :ଧର୍ମଶାଳା ବ୍ଲକର ଦୁଇ ଗୋଟି ସ୍ଥାନରେ ରାସ୍ତାର ନବୀକରଣ ଓ ପ୍ରସସ୍ତୀକରଣ ପାଇଁ ଆଜି ଧର୍ମଶାଳା ବିଧାୟକଙ୍କ ଦ୍ୱାରା ଶିଳାନ୍ୟାଶ କରାଯାଇଛି ।

ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଧର୍ମଶାଳା ଜଗନ୍ନାଥ ସଡକ ବ୍ରାହ୍ମଣୀ ଘାଟ ଠାରୁ ଭୁବନ ଓ ନୂଆପାଟଣା ଠାରୁ କୋତପୁର ପର୍ଯ୍ୟନ୍ତ ରାସ୍ତାର ପ୍ରଶସ୍ତୀକରଣ ଓ ଉନ୍ନତିକରଣ ପାଇଁ ଆଜି ଶିଳାନ୍ୟାଶ କରିଛନ୍ତି । ଏହି ଶିଳାନ୍ୟାଶ ଉତ୍ସବରେ ବିଧାୟକଙ୍କ ସହିତ ଜିଲ୍ଲା ପରିଷଦ ସଦସ୍ୟ ଜଳଧର ମହାନ୍ତି, ବ୍ଲକ ଅଧ୍ୟକ୍ଷା ସୁଚିସ୍ମିତା ଦାସ, ଉପାଧ୍ୟକ୍ଷା ବିଶ୍ୱବିଜୟିନୀ ମିଶ୍ର, ଭବାନୀପୁର ସରପଂଚ ଜ୍ୟୋତିର୍ମୟୀ ନାୟକ, ବିଜେପି ନେତା କାହ୍ନୁ ଚରଣ ଦାଶ, ଶରତ କୁମାର ନାୟକ ପ୍ରମୁଖ ଉପସ୍ଥିତ ରହିଥିଲେ । ଜାରକା ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଭୁବନ ରାସ୍ତାର ଉନ୍ନତିକରଣ ଓ ପ୍ରଶସ୍ତୀକରଣ ପାଇଁ ୬କୋଟି ୩୦ ଲକ୍ଷ ଓ ନୂଆପାଟଣା- କୋତପୁର ରାସ୍ତା କାମ ଲାଗି ୬ କୋଟି ୭୦ ଲକ୍ଷ ଟଙ୍କା ବ୍ୟୟ ଅଟକଳ କରାଯାଇଛି । ଅଜି ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଅଧିକ୍ଷଣ ଯନ୍ତ୍ରୀ ରାଜେଶ୍ୱରୀ ଭୋଳ, ସହକାରୀ ଯନ୍ତ୍ରୀ ଓ କନିଷ୍ଠ ଯନ୍ତ୍ରୀମନେ ଶିଲାନ୍ୟାଶ ସ୍ଥଳରେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ବିଧାୟକ ଶ୍ରୀ ସାହୁ ଧର୍ମଶାଳା ବଜାର ପାଖରେ ପହଁଚିବା ପରେ ଦଳିୟ କର୍ମୀମାନେ ତାଙ୍କୁ ଏକ ଖୋଲା ଜିପରେ ବସାଇ ବାଜା, ବାଣ ଫୁଟାଇ ରୋଶଣୀ କରି ଶିଳାନ୍ୟାଶ ସ୍ଥଳକୁ ପାଛୋଟି ନେଇଥିଲେ । ଏହି କାର୍ଯ୍ୟକ୍ରମକୁ ଯୁବ ସଙ୍ଗଠକ ରାଜେଶ କୁମାର ପାଳ, ଦେବରାଜ ମିଶ୍ର, ଜିତେନ୍ଦ୍ର ରାଉତ,ପ୍ରଦୀପ ପରିଡା, ଆଲୋକ ଲେଙ୍କା,ଚନ୍ଦ୍ରମଣି ପଣ୍ଡିତ,ମୁନା ଖାଁ,ନାରାୟଣ ମଲିକ, ପ୍ରିୟବ୍ରତ ପ୍ରଧାନ, ସବ୍ୟସାଚୀ ସୁନ୍ଦରରାୟ ପ୍ରମୁଖ ପରିଚାଳନାରେ ସହାୟତା କରିଥିଲେ ।