ବିଶ୍ବ ଶିଶୁ ଶ୍ରମ ବିରୋଧ ଦିବସ ପାଳିତ।

ଯାଜପୁର ତା ୧୨ା୬(କଳିଙ୍ଗ ୭ ନିୟୁଜ ) ଯାଜପୁର, ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ଅଧ୍ଯକ୍ଷ ତଥା ଜିଲ୍ଲା ଦୌରାଜଜ୍ ଅମୃତ ରଞନ ନନ୍ଦଙ୍କ ନିର୍ଦ୍ଦେଶ କ୍ରମେ ରସୁଲପୁର ବ୍ଲକ୍ ଅନ୍ତର୍ଗତ ଜୟନ୍ତୀ ପାଠାଗାର ସହାୟତା ସଭା ଗୃହ ରେ ପ୍ରାଧିକରଣ ପକ୍ଷରୁ ବିଶ୍ବ ଶିଶୁ ଶ୍ରମ ବିରୋଧ ଦିବସ ପାଳିତ ହୋଇଯାଇଛି। ଏଥିରେ ଅଧ୍ଯକ୍ଷତା କରି ପ୍ରାଧିକରଣ ସଚୀବ ତଥା ଅତିରିକ୍ତ ବରିଷ୍ଠ ଦେଓ୍ବାନୀ ବିଚାରପତି ନେହା ଅଗ୍ରଓ୍ୱାଲ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ। ଅତିଥି ଆଲୋଚକ ଭାବେ ସହକାରୀ ଜିଲ୍ଲାପାଳ ମିସ୍ ଆଦ୍ୟାଶା ରାଉତ, ଯାଜପୁର ଜିଲ୍ଲା ଅଗ୍ରଣୀ ବ୍ୟାଙ୍କ ଅଧିକାରୀ ରାଧାନାଥ ନାୟକ, ପୋଲିସ ଅପରାଧ ଶାଖା ଅଧିକାରୀ ସୌମ୍ୟରଂଜନ ନାଥ ଆଜି ଦିବସର ମହତ୍ବ, ଶିଶୁ ରାଷ୍ଟ୍ର ଓ ପରିବାର ଭରସା ଓ ଭବିଷ୍ୟତ ସେମାନେ ବିପଦପୂର୍ଣ୍ଣ ସ୍ଥିତିରେ ବାଳ ଶ୍ରମିକ ଭାବେ କିପରି ଯନ୍ତ୍ରଣା ଭୋଗନକରିବେ ସେନେଇକି ପଦକ୍ଷେପ ନିଆଯିବା ଉଚିତ୍ ସହିତ ଶିଶୁ ଶ୍ରମ ଉଚ୍ଛେଦ ଆଇନ୍ ଅନୁଯାୟୀ ଶିଶୁ ଙ୍କୁ ଯତ୍ନ ଓ ସୁରକ୍ଷା ଯୋଗାଇ ଦିଆଯାଉଥିବା ବିଭିନ୍ନ ସୁବିଧା ସୁଯୋଗ ସମ୍ବନ୍ଧରେ ଆଲୋଚନା କରିଥିଲେ। କାର୍ଯ୍ୟକ୍ରମକୁ ପ୍ରାଧିକରଣ ପ୍ରାକ୍ତନ ସଦସ୍ଯ ଡ. ରୁଦ୍ରନାରାୟଣ ପୃଷ୍ଟି ସଞ୍ଚାଳନ କରିଥିଲେ। ପ୍ରାରମ୍ଭିକ ସ୍ବାଗତ ସଙ୍ଗୀତ ଗାନ କରିଥିଲେ ସନ୍ଧ୍ଯାରାଣୀ ସାହୁ ଓ ହେମଲତା ସେଠୀ। ଧନ୍ଯବାଦ ଅର୍ପଣ କରିଥିଲେ ଶରତ ଚନ୍ଦ୍ର ରାଉତ। କର୍ଯ୍ୟକ୍ରମ ପରିଚାଳନା ରେ ପାଠାଗାର ସଭାପତି ସତ୍ଯ ସୁନ୍ଦର ସାହୁ ସମ୍ପାଦକ ସରୋଜିନୀ ସାହୁ ସଦସ୍ଯଗଣ ଓ ପ୍ରାଧିକରଣ କର୍ମଚାରୀମାନେ ସହଯୋଗ କରିଥିଲେ।

Leave A Reply

Your email address will not be published.