ତୋଟା ସାହି ନିକଟ ପାଳୁଅ ବାରି କେନାଲ ରୁ ଯୁବକ ଙ୍କ ମୃତ ଦେହ ଉଦ୍ଧାର, ପୋଲିସ ର ତଦନ୍ତ ଜାରି, ସନ୍ଧେହ ରେ ଦୁଇ ଅଟକ
ନୟାଗଡ଼ (କଳିଙ୍ଗ୭ନିୟୁଜ ) ସଦର ଥାନା ରାଇପୁର ଗାଁ ର ଯୁବକ କାହ୍ନୁ ସେଠି ଙ୍କ ମୃତ ଦେହ ତୋଟା ସାହି ପାଳୁଅ ବାରି କେନାଲ ରୁ ଉ ଦ୍ଧାର ହୋଇଛି,ଆଜି ସକାଳୁ ଘଟଣା ଜଣା ପଡିବା ପରେ ଘଟଣା ସ୍ଥଳ ରେ ନୟାଗଡ଼ ଏସଡିପିଓ ସୃଷ୍ଟି ପ୍ରଧାନ, ଓ ସାଇଣ୍ଟିଫିକ ଟିମ ପହଂଚି ତଦନ୍ତ ଆରମ୍ଭ କରିଛନ୍ତି, ସନ୍ଧlନୀ କୁକୁର ର ସହାୟତା ମଧ୍ୟ ନିଆଯାଇଛି,

ଗତକାଲି ଠାରୁ କାହ୍ନୁ କାମ କୁ ଯାଇ ଆଉ ଘରକୁ ଫେରି ନଥିଲେ, ଘଟଣା ସ୍ଥଳ ରୁ ବିଦେଶୀ ମଦ ବୋତଲ,, ବିଷ ମିଶା ସ୍ପ୍ରାଇଟବୋତଲ, ଚପଲ, ଜଳଖିଆ ପ୍ୟାକେଟ, କୁ ଜବତ କରିଛି ପୋଲିସ, ପ୍ରାରମ୍ଭିକ ତଦନ୍ତତଥା ପାରିବାରିକ ଟଙ୍କା କୁ ନେଇ ହତ୍ୟା ଘଟଣା ହୋଇଥିବା ଅନୁମାନ ସହ ସନ୍ଦେହ କରାଯାଉଛି, ଦୁଇ ବର୍ଷ ତଳେ କାହ୍ନୁ ସେଠି ଙ୍କ ବାପା ଙ୍କ କେରଳ ରେ ମୃର୍ତ୍ୟୁ ହୋଇଥିବା ବେଳେ ଏକ ମାତ୍ର ଘର ର ରୋଜଗାରିଆ ପୁଅ ଥଲେ କାହ୍ନୁ, ଦିନ ମଜୁରିଆ କାମ କରି ଘରଚଳାଉ ଥିବା ଗ୍ରାମବାସୀ ମାନେ କହିଥିବା ବେଳେ ଅଧିକ ତଦନ୍ତ ପାଇଁ ପୋଲିସ କାହ୍ନୁ ଙ୍କ ଭଉଣୀଓ ଭିଣୋଇ ଙ୍କୁ ଅଟକରଖିଥିବା ଶୁଣିବକି ମିଳିଛି