ଭଦ୍ରକରେ ପୋଲିସ ଏନକାଉଣ୍ଟର: ଦୁର୍ଦ୍ଦାନ୍ତ ଅପରାଧୀ ପପୁ ମଲ୍ଲିକ ଗୁଳିବିଦ୍ଧ, ୩ ପୁଲିସ କର୍ମଚାରୀ ଆହତ

ଭଦ୍ରକ ପୋଲିସରଏନକାଉଣ୍ଟର….
ଭଦ୍ରକ ଜିଲ୍ଲାରେ ଦିନକୁଦିନ ଚୋରୀର ପ୍ରଭାବ ବଡ଼ିଚାଲୁଥିବା ବେଳେ ଆଜି ପୋଲିସ ହାତରେ ଲାଗିଛି ବଡ ସଫଳତା,ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧିନସ୍ଥ ନୂଆସାହି ଅଞ୍ଚଳରେ ଦୁର୍ଦ୍ଦାନ୍ତ ଅପରାଧୀ ପପୁ ମଲ୍ଲିକକୁ ଏନକାଉଣ୍ଟର । କାଲି ରାତିରେ ପ୍ରାଏ ତିନି ଘଟିକା ସମୟରେ ଭଦ୍ରକରେ ଲୁଟ କରିବା ପାଇଁ ପପୁ ଜଣେ ସହଯୋଗୀ ସହ ଯୋଜନା କରୁଥିଲା ।କୌଣସି ସୂତ୍ରରୁ ଖବର ପାଇଁ ଚଢ଼ାଇ କରିଥିଲେ ଭଦ୍ରକ ଗ୍ରାମାଞ୍ଚଳ ପୁଲିସ ।ଚୋର ପୋଲିସ ଭିତରେ ବୋହୂ ସଂଘର୍ଷ ଚାଲିଥିଲା ହେଲେ ପୁଲିସ ଉପରକୁ ଗୁଳି ଚଳାଇ ଫେରାର ହେବାକୁ ଉଦ୍ୟମ କରିବା ସମୟରେ ପୁଲିସ ଏନକାଉଣ୍ଟର କରିଛି । ଏନକାଉଣ୍ଟରରେ ପପୁ ଡାହାଣ ଗୋଡ଼ରେ ଗୁଳି ବାଜିଛି । ଗୁରୁତର ପପୁ କୁ ଭଦ୍ରକ ମେଡିକାଲରେ ଭର୍ତ୍ତି କରାଯାଇଛି । ପପୁର ସହଯୋଗୀ ଫେରାର ହୋଇ ଯାଇଛି ବୋଲି ସୂଚନା ମିଳିଛି । ବାଲେଶ୍ୱର ଓ ଭଦ୍ରକ ଜିଲ୍ଲାରେ ବିଭିନ୍ନ ଥାନାରେ ମାମଲା ରହିଛି ।ଏହି ଏନକାଉଣ୍ଟର ବେଳେ ୩ ପୁଲିସ କର୍ମଚାରୀ ବି ଆହତ ହୋଇଛନ୍ତି ।ଜଣେ ASI, ଜଣେ ଇନସ୍ପେକ୍ଟର ଏବଂ ଜଣେ କନେଷ୍ଟବଲ୍ ଆହତ ହୋଇଛନ୍ତି । ଭଦ୍ରକ ଏସପି ମନୋଜ ରାଉତ ଙ୍କ ନିର୍ଦ୍ଦେଶ କ୍ରମେ ଭଦ୍ରକ ସଦର , ଗ୍ରାମାଞ୍ଚଳ ଓ ପୁରୁଣା ବଜାର ପୁୁଲିସ ମିଳିତ ଅପରେସନ୍ କରିଥିଲେ । ଏହାର ପ୍ରୋଟାଲ ପାଇଁ seo କଣ ହେବ

Leave A Reply

Your email address will not be published.