ବିଧାୟକଙ୍କ ଦ୍ୱାରା ଦୁଇ ଗୋଟି ପ୍ରକଳ୍ପର ଶିଳାନ୍ୟାଶ
ଧର୍ମଶାଳା, ୨୩ । ୬(kalinga7news ) ଧର୍ମଶାଳା ବ୍ଳକର ଦୁଇଗୋଟି ସ୍ଥାନରେ ରାସ୍ତାର ଉନ୍ନତିକରଣ ଓ ପ୍ରଶସ୍ତୀକରଣର ପାଇଁ ଅଜି ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁ ଶିଳାନ୍ୟାଶ କରିଛନ୍ତି । ଯାଜପୁର ୨ ଜାରକା ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ କୁସ୍ତିରା ବାତ୍ୟା ଆଶ୍ରୟ ସ୍ଥଳୀ ଠାରୁ ଖପରାନଳି ଦେଇ ଅଂଟିଆ ଉପର ସାହି ପର୍ଯ୍ୟନ୍ତ ରାସ୍ତାର ପ୍ରଶସ୍ତିକରଣ ଓ ଉନ୍ନତି କାରଣ ପାଇଁ ୩ କୋଟି ୪୩ ଲକ୍ଷ୍ୟ ଟଙ୍କା ବ୍ୟୟ ଅଟକଳରେ ହେବାକୁଥିବା ରାସ୍ତାର ଶିଳନ୍ୟାସ କରାଯାଇଛି । ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଆୟୋଜିତ ଶିଳାନ୍ୟାଶ କାର୍ଯ୍ୟକ୍ରମରେ ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରାସ୍ତାର ଶିଳାନ୍ୟାଶ କରିଥିଲେ । ସେହିପରି ୩ କୋଟି ୧୮ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ କଂଟିଗଡିଆ ଠାରୁ କୁସୁନପୁର ପର୍ଯ୍ୟନ୍ତ ରାସ୍ତାର ଉନ୍ନତିକରଣ ଓ ପ୍ରସସ୍ତିକରଣ ପାଇଁ ବିଧାୟକ ଶ୍ରୀ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶିଳାନ୍ୟାସ କରିଛନ୍ତି । ଊଭୟ ସ୍ଥନରେ ରାସ୍ତା ନବୀକରଣ ହେବା ଫଳରେ ହଜାର ହଜାର ଲୋକେ ସୁରୁଖୁରରେ ଯାତାୟତ କରିବାର ସୁବିଧା ପାଇପାରିବେ ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଏହି କାର୍ଯ୍ୟକ୍ରମରେ ଜାରକା ଗ୍ରାମ୍ୟ ଉନ୍ନୟନ ବିଭାଗ ଅ କାର୍ଯ୍ୟ ନିର୍ବାହୀ ଯନ୍ତୀ ଓ କନିଷ୍ଠ ଯନ୍ତ୍ରୀ ଉପସ୍ଥିତ ରହିଥିଲେ । ବିଧାୟକଙ୍କ ସହିତ ଏହି ଶିଳାନ୍ୟାଶ କାର୍ଯ୍ୟକ୍ରମରେ ବ୍ଲକ ଅଧ୍ୟକ୍ଷା ସୁଚିସ୍ମିତା ସାହୁ, ବିଜେପି ଜୋନ ସଭାପତି ଶିବୁଲି ଧିର, ଦେବଦତ ପଣ୍ଡା, ଜିତେନ୍ଦ୍ର ରାଉତ, ପ୍ରଭାରୀ ରାଜେଶ ପାଳ, ଅଭିଶେକ ରାଉତ, ସମିତିସଭ୍ୟ ଅରୁପାନନ୍ଦ ଜେନା, ବିଶ୍ୱଜିତ ପୃଷ୍ଟି, ଅତ୍ମାର ଅଧ୍ୟକ୍ଷ ଉପେନ୍ଦ୍ର କର ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ । ଉଭୟ ସ୍ଥାନରେ ହଜାର ହଜାର ସଂଖ୍ୟାରେ ବିଜେପି ମହିଳା ଓ ପୁରୁଷ କର୍ମୀ ଉପସ୍ଥିତ ରହି ବିଧାୟକ ଶ୍ରୀ ସାହୁଙ୍କୁ ଏକ ଖୋଲା ଜିପରେ ବସାଇ ବାଜା, ବାଣ ସହ ଶୋଭାଯାତ୍ରାରେ ଶିଳାନ୍ୟାସ ସ୍ଥଳକୁ ପାଛୋଟି ନେଇଥିଲେ ।
Sign in
Sign in
Recover your password.
A password will be e-mailed to you.