ଗଞ୍ଜାମ ଜିଲ୍ଲାରେ ଜନଗଣନା ହେବ ସମ୍ପୂର୍ଣ ଡ଼ିଜିଟାଲ୍

ଗଞ୍ଜାମ ଜିଲ୍ଲା ପ୍ରତିନିଧି JK ପଟ୍ଟନାୟକ ଙ୍କ ରିପୋର୍ଟ

ଗଞ୍ଜାମ ଜିଲ୍ଲାରେ ଜନଗଣନା ହେବ ସମ୍ପୂର୍ଣ ଡ଼ିଜିଟାଲ୍
ବ୍ରହ୍ମପୁର, ୨୨/୭. ଗଞ୍ଜାମ ଜିଲ୍ଲା ଜନ ଗଣନା ୨୦୨୭ ହ୍ୟାଣ୍ଡବୁକ୍ ପ୍ରସ୍ତୁତି ନେଇ କାର୍ଯ୍ୟସୂଚୀ ଜାରୀ, ସମ୍ପୂର୍ଣ୍ଣ ଡିଜିଟାଲ୍ ପ୍ରଣାଳୀରେ ତଥ୍ୟ ସଂଗ୍ରହ ହେବ ବୋଲି ସୂଚନା ଦେଇଛନ୍ତି ଗଞ୍ଜାମ ଜିଲ୍ଲାପାଳ ଭି.କୀର୍ତ୍ତିଭାଷନ ।ଆଗାମୀ ତିନିଦିନ ମଧ୍ୟରେ ତଥ୍ୟ ସଂଗ୍ରହ କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ପ୍ରେରଣ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି l ଭାରତ ସରକାରଙ୍କ ରେଜିଷ୍ଟ୍ରାର ଜେନେରାଲ ତଥା ଜନଗଣନା ଆୟୁକ୍ତଙ୍କ କାର୍ଯ୍ୟାଳୟ ପକ୍ଷରୁ ‘ଜିଲ୍ଲା ଜନଗଣନା ହ୍ୟାଣ୍ଡବୁକ୍-୨୦୨୭’ ପ୍ରସ୍ତୁତି ନିମନ୍ତେ କାର୍ଯ୍ୟସୂଚୀ ପ୍ରକାଶ ପାଇସାରିଛି । ଏହି ହ୍ୟାଣ୍ଡବୁକ୍ ମାଧ୍ୟମରେ ଗ୍ରାମ ଓ ସହର ସ୍ତର ର ସାମାଜିକ ଏବଂ ଭିତ୍ତିଭୂମି ସମ୍ବନ୍ଧୀୟ ସୂଚନା ସଂଗ୍ରହ କରାଯାଇ ଜିଲ୍ଲାର ଭବିଷ୍ୟତ ଯୋଜନା, ପ୍ରଶାସନିକ ନିଷ୍ପତ୍ତି ଓ ଗବେଷଣା କାର୍ଯ୍ୟରେ ଉପଯୋଗ କରାଯିବ। ଜିଲ୍ଲା ଜନଗଣନା ହ୍ୟାଣ୍ଡବୁକ୍ ସଫଳ ପ୍ରସ୍ତୁତି ନେଇ ଆଜି ଗଞ୍ଜାମ ଜିଲ୍ଲାପାଳ ଭି କୀର୍ତ୍ତିଭାସନଙ୍କ ଅଧ୍ୟକ୍ଷତାରେ ଏକ ଜିଲ୍ଲାସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ନିର୍ଦ୍ଦେଶାବଳୀ ଅନୁଯାୟୀ, ୩୧ ଡିସେମ୍ବର ୨୦୨୫କୁ ମୂଳ ରେଫେରେନ୍ସ ତାରିଖ ଭାବେ ଧାର୍ଯ୍ୟ କରାଯାଇଛି। ୧୬ ଜୁଲାଇରୁ ୧୫ ଅଗଷ୍ଟ ୨୦୨୬ ପର୍ଯ୍ୟନ୍ତ କ୍ଷେତ୍ର ସ୍ତରରେ ତଥ୍ୟ ସଂଗ୍ରହ କାର୍ଯ୍ୟ ସମ୍ପନ୍ନ ହେବ। ପରବର୍ତ୍ତୀ ପର୍ଯ୍ୟାୟରେ ୧୫ ସେପ୍ଟେମ୍ବର ୨୦୨୬ ସୁଦ୍ଧା ସଂଗୃହିତ ତଥ୍ୟର ଯାଞ୍ଚ ଓ ବୈଧତା ପ୍ରକ୍ରିୟା ସମ୍ପୂର୍ଣ୍ଣ କରା ଯିବ ବୋଲି ଅତିରିକ୍ତ ଜିଲ୍ଲାପାଳ ସୁନୀଲ କୁମାର କେର୍କେଟା ସୂଚନା ଦେବା ସହ ଜିଲ୍ଲାରେ କଣ କଣ ପଦକ୍ଷେପ ନିଆଯାଇଛି ସେ ସମ୍ପର୍କରେ ଉଲ୍ଲେଖ କରିଥିଲେ ।

Leave A Reply

Your email address will not be published.