ଜିଲ୍ଲପାଳଙ୍କ ଲକ୍ଷ୍ୟ ନିକେତନ ସାଧନ କେନ୍ଦ୍ର ପରିଦର୍ଶନ ଓ ଉନ୍ନୟନ କାର୍ଯ୍ୟ ସମୀକ୍ଷା

ଗଞ୍ଜାମ ଜିଲ୍ଲା ପ୍ରତିନିଧି JK ପଟ୍ଟନାୟକ ଙ୍କ ରିପୋର୍ଟ

ଜିଲ୍ଲପାଳଙ୍କ ଲକ୍ଷ୍ୟ ନିକେତନ ସାଧନ କେନ୍ଦ୍ର ପରିଦର୍ଶନ ଓ ଉନ୍ନୟନ କାର୍ଯ୍ୟ ସମୀକ୍ଷା

ପୋଲସରା, ୨୨/୭. ଗଞ୍ଜାମ ଜିଲ୍ଲାପାଳ କୀର୍ତ୍ତିଭାସନ ଭି ପୋଲସରା ବ୍ଲକ ଅଧୀନ ବର୍ତ୍ତିନି ଗ୍ରାମ ପଞ୍ଚାୟତରେ ନିର୍ମାଣ ହୋଇଥିବା ଲକ୍ଷ୍ୟ ନିକେତନ ସାଧନ କେନ୍ଦ୍ର ପରିଦର୍ଶନ କରିଥିଲେ।ଏହି କେନ୍ଦ୍ରର କାର୍ଯ୍ୟ ଶୈଳୀ ଓ ଲାଇବ୍ରେରୀ ର ସାଜସଜ୍ଜା ଆଦି ବୁଲି ଦେଖିବା ସହିତ ପଞ୍ଚାୟତର ହିତାଧିକାରୀଙ୍କ ସହ ଆଲୋଚନା କରିବା ସହ ଅଧିକାରୀ ମାନଙ୍କ ସହ ବିଭିନ୍ନ ଉନ୍ନୟନ କାର୍ଯ୍ୟ ଉପରେ ଆଲୋଚନା କରିଥିଲେ। ଏହି ଲକ୍ଷ୍ୟ ନିକେତନ ସାଧନ କେନ୍ଦ୍ରର ମୁଖ୍ୟ ଉଦ୍ଦେଶ୍ୟ ଛାତ୍ରଛାତ୍ରୀ ମାନେ ଅନଲାଇନରେ କିଭଳି କ୍ଲାସ କରି ଉଚ୍ଚକୋଟୀର ଜ୍ଞାନ ଆରୋହଣ କରିପାରିବେ, ଆଇ ଏ ଏସ, ଓ ଏ ସ ଭଳି ପରୀକ୍ଷାରେ କିଭଳି କୃତିତ୍ୱ ହାସଲ କରିବେ ତାହା ଏହି ଅନଲାଇନ କ୍ଲାସରୁ ଜ୍ଞାନ ହାସଲ କରିପାରିବେ। ଏହି ଲାଇବ୍ରେରୀରେ ବିଭିନ୍ନ ପ୍ରକାର ମାଗାଜିନ ଉପଲବ୍ଧ ହୋଇପାରିବ। ଗଞ୍ଜାମ ଜିଲ୍ଲାପାଳଙ୍କ ଗସ୍ତ ସମୟରେ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ସମୀର ଜେନା, ପୋଲସରା ବିଡ଼ିଓ ଶଶିଭୂଷଣ ମହାପାତ୍ର, ସ୍ଥାନୀୟ ସରପଞ୍ଚ ସଞ୍ଜୁଲତା ଡାକୁଆ ପ୍ରମୁଖ ଉପସ୍ଥିତ ଥିଲେ।

Leave A Reply

Your email address will not be published.