ଓଡିଶା ସର୍ଭିସ ସେଣ୍ଟର ଫର ଦି ଦିବ୍ୟାଙ୍ଗ ପିପୁଲସ ଓ ଶ୍ରୀ ଜଗନ୍ନାଥ ସଂସ୍କୃତି ପ୍ରଚାର ଦ୍ୱାରା ଉଦଘାଟନ ଓ ସମ୍ବର୍ଦ୍ଧନା ଉତ୍ସବ

ଲିପ୍ଶା ରାଉତ ଭୂବନେଶ୍ବର

ପୁରୀ/ଭୁବନେଶ୍ବର;ଓଡିଶା ସର୍ଭିସ ସେଣ୍ଟର ଫର ଦି ଦିବ୍ୟାଙ୍ଗ ପିପୁଲସ ଓ ଶ୍ରୀ ଜଗନ୍ନାଥ ସଂସ୍କୃତି ପ୍ରଚାର ସଂସ୍ଥାନ ଇଣ୍ଡିଆ ଦ୍ୱାରା ମିଳିତ ଆୟୋଜିତଉଦଘାଟନ ଓ ସମ୍ବର୍ଦ୍ଧନା ଓ ସ୍ନାନ ଯାତ୍ରା ରୁ ନୀଳାଦ୍ରୀ ବିଜେ ପର୍ଯ୍ୟନ୍ତ ଆଲୋଚନା ଚକ୍ର ଦୃଷ୍ଟି ବାଧିତ ପିଲା ମାନଙ୍କ ଦ୍ୱାରାଭଜନ ଓ କଥାମୃତ କାର୍ଯ୍ୟକ୍ରମଓ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ମାଳି ଜାଗା, ପୁରୀଆଜିର ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭବେ ଶ୍ରୀଯୁକ୍ତ ଦୁର୍ଗା ପ୍ରସାଦ ମହାପାତ୍ର ବରିଷ୍ଠ ଦଇତାପତି ସେବକ ମୁଖ୍ୟ ବକ୍ତା ଶ୍ରୀଯୁକ୍ତ ବିଶ୍ୱନାଥ ସାମନ୍ତରାୟ ସଭାପତି ବଡୁ ସୁଆର ନିଯୋଗ,ବିଶିଷ୍ଠ ଅତିଥି ପ୍ରାଧ୍ୟପକ ତଥା ଦେଉଳ ପୁରୋହିତ ଶ୍ରୀ ପୂର୍ଣ୍ଣଚନ୍ଦ୍ର ଦାସ ମହାପାତ୍ର ଯୋଗ ଦେଇ ତାଙ୍କର ଆଶ୍ରୀ ବଚ୍ଚନ ପ୍ରଦାନ କରିଥଲେ ବରିଷ୍ଠଦଇତାପତି ଦୁର୍ଗା ପ୍ରସାଦ ଦାସ ମହାପାତ୍ର ଶାସ୍ତ୍ର ଓ ପରମ୍ପରା ଅନୁଯାଇ ଜଗନ୍ନାଥ ଙ୍କ ସମସ୍ତ କାର୍ଯ୍ୟକ୍ରମ କରାଯିବାକୁ ଆହ୍ୱାନ ଦେଇ ଥିଲେ ।ମୁଖ୍ୟ ବକ୍ତା ବିଶ୍ୱନାଥ ସାମନ୍ତରାୟ ମହାପ୍ରଭୁ ଙ୍କ ପ୍ରସାଦ ବିଷୟରେ ସମସ୍ତଙ୍କୁ ଅବଗତ କରାଇ ଥିଲେ ଏହି ଅବସରରେ ସୁଭାଙ୍ଗିନି ପଟ୍ଟନାୟକ ଙ୍କ “ଦିବ୍ୟ ଅନୁଚିନ୍ତା” ପୁସ୍ତକ ର ଲୋକାର୍ପଣ କରାାଇଥିଲା, ବିଗତ ଦିନରେ ସମସ୍ତେ ନିଜର ସୁଖ ଦୁଃଖ ପ୍ରାଥର୍ନl କରି ଈଶ୍ବର ଙ୍କୁ ଜଣାଉ ଥିଲେ ପୁଣି ଥରେ ତାକୁ ଜୀବନି ଭିତରକୁ ଆଣିବାକୁ ତ୍ରିସନ୍ଧ୍ୟା ଓ ଜଗନ୍ନାଥ ସହସ୍ର ନାମ ପଠନ କରିବାକୁ ଆହ୍ୱାନ ଦେଈ ଥିଲେ, ଜଗନ୍ନାଥ ସଂସ୍କୃତି ପ୍ରଚାର ସଂସ୍ଥାନ ପକ୍ଷରୁ ବିଶିଷ୍ଠ ଭଜନ କଳାକାର ତେଜେଶ୍ୱନୀ ରଥ, ଅନାମିକା ସ୍ୱାଇଁ ପଟ୍ଟନାୟକ, ଅନୁପମା ମିଶ୍ରଙ୍କୁ ଅନୁଷ୍ଠାନ ପକ୍ଷରୁ ଭବାନୀ ଶଙ୍କର ପାଢ଼ୀ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରି ଥିଲେ, ସମସ୍ତେ ବହୁତ ସୁନ୍ଦର ଭଜନ ପରିବେଷଣ କରିଥିଲେ, ଦିବ୍ୟାଙ୍ଗ ଭାଇ ଓ ଭଉଣୀ ମାନେ ଏତେ ସୁନ୍ଦର ଭଜନ ପରିବେଷଣ କଲେ ତାକୁ ଯେତେ ପ୍ରଶଂସା କଲେ ମଧ୍ୟ କମ ହେବ ଆଜିର କାର୍ଯ୍ୟକ୍ରମ ରେ ବିଜୟ ମୋହନ ପଣ୍ଡା ତ୍ରିଲୋଚନ ନାୟକ ସୁରେଶ ମିଶ୍ର ଶ୍ରୀନିବାସ ରାଓ ଚକ୍ରଧର ମାଝୀ ପ୍ରମୁଖ ଯୋଗ ଦେଇ ଥିଲେ ।ଜୟ ଜଗନ୍ନାଥ, ଶ୍ରୀ ଭବାନୀ ଶଙ୍କର ପାଢ଼ୀ ସଭାପତି ଓଡିଶା ସର୍ଭିସ ସେଣ୍ଟର ଫର ଦି ଦିବ୍ୟାଙ୍ଗ ପିପୁଲସ, ଡ଼ ନାରାୟଣ ମହାପାତ୍ର ସଭାପତି ଶ୍ରୀ ଜଗନ୍ନାଥ ସଂସ୍କୃତି ପ୍ରଚାର ସଂସ୍ଥାନ ଇଣ୍ଡିଆ

Leave A Reply

Your email address will not be published.