ବର୍ଷା ଋତୁରେ ଜରୁରୀ ସ୍ୱାସ୍ଥ୍ୟସେବା ପାଇଁ ଆପୋଲୋ ହସ୍ପିଟାଲ୍ସର ସ୍ୱତନ୍ତ୍ର ପ୍ରସ୍ତୁତି

ବସନ୍ତ କୁମାର ଜେନା ରାଉରକେଲା

ବର୍ଷା ଋତୁରେ ସଂକ୍ରାମକ ରୋଗ, ସଡ଼କ ଦୁର୍ଘଟଣା ଓ ବିଭିନ୍ନ ଜରୁରୀକାଳୀନ ସ୍ୱାସ୍ଥ୍ୟ ସମସ୍ୟା ବୃଦ୍ଧି ପାଉଥିବା ପରିପ୍ରେକ୍ଷୀରେ ରାଉରକେଲା ଆପୋଲୋ ହସ୍ପିଟାଲ୍ସ ପକ୍ଷରୁ ଜରୁରୀକାଳୀନ (Emergency) ଓ କ୍ରିଟିକାଲ୍ କେୟାର (Critical Care) ସେବାକୁ ଅଧିକ ସୁଦୃଢ଼ କରାଯାଇଛି। ଏହା ସହ ଜନସାଧାରଣଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ ହସ୍ପିଟାଲ୍ ପରିସରରେ ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରାଯାଇଥିଲା।

ସମ୍ମିଳନୀରେ ବରିଷ୍ଠ ଆଭ୍ୟନ୍ତରୀଣ ଔଷଧ ବିଶେଷଜ୍ଞ ଡା. ମନୋଜ କୁମାର ଉପାଧ୍ୟାୟ, ଜରୁରୀକାଳୀନ ବିଭାଗର ମୁଖ୍ୟ ଓ ପରାମର୍ଶଦାତା ଡା. କଲ୍ୟାଣ କୁମାର ନସ୍କର, କ୍ରିଟିକାଲ୍ କେୟାର ବିଶେଷଜ୍ଞ ଡା. ଚେତନ ରେଡ୍ଡି ଏବଂ ବରିଷ୍ଠ କ୍ରିଟିକାଲ୍ କେୟାର ବିଶେଷଜ୍ଞ ଡା. ଅନୁପମ ମହାପାତ୍ର ଯୋଗଦେଇ ବର୍ଷା ଋତୁରେ ଡେଙ୍ଗୁ, ମ୍ୟାଲେରିଆ, ଲେପ୍ଟୋସ୍ପାଇରୋସିସ୍, ଭାଇରାଲ୍ ଜ୍ୱର, ଶ୍ୱାସକ୍ରିୟା ସଂକ୍ରମଣ, ଜଳବାହିତ ରୋଗ, ସଡ଼କ ଦୁର୍ଘଟଣା ଏବଂ ଖସିପଡ଼ିବା ଜନିତ ଆଘାତ ଘଟଣା ବୃଦ୍ଧି ପାଉଥିବା ନେଇ ସଚେତନ କରିଥିଲେ।

ବିଶେଷଜ୍ଞମାନେ କହିଥିଲେ, ଏଭଳି ପରିସ୍ଥିତିରେ ଶୀଘ୍ର ଚିକିତ୍ସା, ସଠିକ୍ ନିର୍ଣ୍ଣୟ ଏବଂ ଉନ୍ନତ କ୍ରିଟିକାଲ୍ କେୟାର ବ୍ୟବସ୍ଥା ରୋଗୀଙ୍କ ଜୀବନ ରକ୍ଷାରେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ସେଥିପାଇଁ ଆପୋଲୋ ହସ୍ପିଟାଲ୍ସ ପକ୍ଷରୁ ୨୪×୭ ଜରୁରୀ ସେବା, ଅଭିଜ୍ଞ ଡାକ୍ତରୀ ଟିମ୍ ଏବଂ ଆଧୁନିକ କ୍ରିଟିକାଲ୍ କେୟାର ସୁବିଧା ସହ ରୋଗୀ ସେବା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତି କରାଯାଇଛି।

Leave A Reply

Your email address will not be published.