ହାପି ଲିଭିଙ୍ଗ ଫାଉଣ୍ଡେସନ ପକ୍ଷରୁ ରାଜ୍ୟସ୍ତରୀୟ ରସଗୋଲା ମହୋସôବ ଓ ପ୍ରତିଭା ସମ୍ମାନ ପାଳିତ
ଲିପ୍ଶା ରାଉତ ଭୁବନେଶ୍ବର
ହାପି ଲିଭିଙ୍ଗ ଫାଉଣ୍ଡେସନ ପକ୍ଷରୁ ରାଜ୍ୟସ୍ତରୀୟ ରସଗୋଲା ମହୋସôବ ଓ ପ୍ରତିଭା ସମ୍ମାନ ପାଳିତ

ଭୁବନେଶ୍ବର, ହାପି ଲିଭିଙ୍ଗ ଫାଉଣ୍ଡେସନ ପକ୍ଷରୁ ରାଜ୍ୟ ସ୍ତରୀୟ ରସଗୋଲା ମହୋସôବ ଓ ପ୍ରତିଭା ସମ୍ମାନ ଭୁବନେଶ୍ବର ସ୍ଥିତ ରାମ ମନ୍ଦିରଠାରେ ପାଳିତ ହୋଇଯାଇଛି । ଅନନ୍ତ କୋଟି ବ୍ରହ୍ମାଣ୍ଡ ନାୟକ କୋଟି ଓଡ଼ିଆଙ୍କ ମଉଡମଣି ମହାପ୍ରଭୁ ଶ୍ରୀ ଶ୍ରୀ ଜଗନ୍ନାଥ, ମା ସୁଭଦ୍ରା ଓ ପ୍ରଭୁ ଶ୍ରୀ ଶ୍ରୀ ବଳରାମଙ୍କର ଶ୍ରୀମନ୍ଦିର ଆଗମନ ବା ନୀଳାଦ୍ରିବିଜେ ଉପଲକ୍ଷେ ପ୍ରତିବର୍ଷ ପରି ଫାଉଣ୍ଡେସନ ପକ୍ଷରୁ ରସଗୋଲା ଦିବସ ପାଳିତ କରାଯାଇଛି । ଏହି ମହୋସôବରେ ମୁଖ୍ୟ ଅତିଥି ଭାବେ ଶ୍ରୀଯୁକ୍ତ ଜଗନ୍ନାଥ ପ୍ରଧାନ ବରିଷ୍ଠ ବିଜେପି ନେତା, ସମ୍ମାନୀତ ଅତିଥି ଭାବେ ଶ୍ରୀଯୁକ୍ତ ଜତିନ ମହାନ୍ତି ବିଜେପି ରାଜ୍ୟ ଉପ ସଭାପତି, ଶ୍ରୀଯୁକ୍ତ ସୁଦିପ୍ତ ରାୟ ବିଜେପି ମୁଖପାତ୍ର, ବରିଷ୍ଠ ସାମ୍ବାଦିକ ସଂଜୟ ଜେନା ପ୍ରମୁଖ େଯାଗ ଦେଇଥିଲେ । ଅନୁଷ୍ଠାନର ପ୍ରତିଷ୍ଠାତା ଡ. ମନୋଜ କୁମାର ଲେଙ୍କା ସ୍ବାଗତ ଭାଷଣ ପ୍ରଦାନ କରିଥିଲେ ଓ ଶେଷରେ ସଭାପତି ଇଂ ସନ୍ତୋଷ ସ୍ବାଇଁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ମହୋସôବରେ ସଂସ୍କୃତି ବଂଚାଅ ଅଭିଯାନ ଓ ସମାଜ ସେବା କ୍ଷେତ୍ରରେ ହାପି ଲିଭିଙ୍ଗ ଫାଉଣ୍ଡେସନ ଏକ ସଫଳ ଅନୁଷ୍ଠାନ ବୋଲି ଅତିଥିମାନେ ତାଙ୍କ ଅଭିଭାଷଣରେ ଭୂୟଂସୀ ପ୍ରଶଂସା କରିଥିଲେ । ଏହି ଉସôବରେ ଓଡ଼ିଶାର ବହୁ ମାନ୍ୟଗଣ୍ୟ ବ୍ୟକ୍ତି େଯାଗଦେବା ସହିତ ଶ୍ରୀ ଶ୍ରୀ ମହାବାହୁ ଜଗତରନାଥ ଜଗନ୍ନାଥଙ୍କର ନିଳାଦ୍ରୀ ବିଜେ ଉପଲକ୍ଷେ ରସଗୋଲା ଦିବସରେ ରସଗୋଲା ଖାଇ ଆନନ୍ଦ ବ୍ୟକ୍ତ କରିଥିଲେ । ରସଗୋଲା ମହୋସôବ ମାଧ୍ଯମରେ ଓଡ଼ିଆ ସଂସ୍କୃତି ସ୍ବାଭିମାନ, ପର¶ରା ଓ ଅସ୍ମିତାର ମହାଅଭିଯାନରେ ହଜାର ହଜାର ଭକ୍ତ ସାମିଲ ହୋଇ ରସଗୋଲା ଖାଇଥିଲେ । ଉକ୍ତ କାଯ୍ର୍ୟକ୍ରମରେ ଅନୁଷ୍ଠାନର ସଂପାଦକ ଶ୍ରୀ ପ୍ରଭାତ କୁମାର ନାୟକ, ଉପ ସଭାପତି ସଂଜିବ କୁମାର ନାୟକ, ନିଦ୍ର୍ଧେଶିକା ଶ୍ରୀମତୀ ଲୋପାମୁଦ୍ରା ଜେନା, ଉପଦେଷ୍ଟା ଶ୍ରୀମତୀ ମମତା ପରିଡା ଓ ଶ୍ରୀମତୀ ସୁଶିଲା କୁମାରୀ ସାହୁ, ଶ୍ରୀମତୀ ତନୁଜା ନାୟକ, ସଂେଯାଜିକା ଶ୍ରୀମତୀ ବନ୍ଦିତା ରାୟ ଓ ସମସ୍ତ ସଦସ୍ୟମାନେ ନିଷ୍ଠାପର ଭାବରେ ସହେଯାଗ କରିଥିଲେ ।