ଶ୍ରଦ୍ଧାଞ୍ଜଳି: ପ୍ରଫେସର ଡ଼ ବାସୁଦେବ ସାହୁଙ୍କ ସ୍ମୃତିସଭାରେ ପୂଜ୍ୟପୂଜା ଓ ଭାବପୂର୍ଣ୍ଣ ସ୍ମରଣ

ଶ୍ରଦ୍ଧାଞ୍ଜଳି: ପ୍ରଫେସର ଡ଼ ବାସୁଦେବ ସାହୁଙ୍କ ସ୍ମୃତିସଭାରେ ପୂଜ୍ୟପୂଜା ଓ ଭାବପୂର୍ଣ୍ଣ ସ୍ମରଣ

ଶ୍ରଦ୍ଧା, ସମ୍ମାନ ଓ ଗଭୀର ଶୋକାକୁଳ ପରିବେଶ ମଧ୍ୟରେ ପ୍ରଫେସର ଡ ବାସୁଦେବ ସାହୁ ଙ୍କ ଏକବିଂଶତମ ଭାବପୂର୍ଣ୍ଣ ଶ୍ରାଦ୍ଧସଭା  କଟକ ଶ୍ରୀରାମ ଚନ୍ଦ୍ର  ଭଵନ ଠାରେ ୨୭.୦୭.୨୦୨୬ ରେ ଅନୁଷ୍ଠିତ ହୋଇଯାଇଛି। ଏହି ସଭାରେ ବିଭିନ୍ନ କ୍ଷେତ୍ରରୁ ବହୁ ଗଣ୍ୟମାନ୍ୟ ବ୍ୟକ୍ତି, ବନ୍ଧୁଜନ, ପରିବାରବର୍ଗ ଓ ଅଞ୍ଚଳବାସୀ ଯୋଗଦେଇ ମହାନ ଆତ୍ମାଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।
ସଭାର ଆରମ୍ଭରେ ସ୍ବର୍ଗତ ଡ ବାସୁଦେବ ସାହୁଙ୍କ ଆଲେଖ୍ୟ ଛବିରେ ମାଲ୍ୟାର୍ପଣ କରାଯାଇଥିଲା।  ଅତିଥିମାନଙ୍କ ଦ୍ୱାରା ପ୍ରଦୀପ ପ୍ରଜ୍ଜ୍ୱଳନ କରାଯାଇ ସ୍ମୃତିସଭାର ଶୁଭାରମ୍ଭ କରାଯାଇଥିଲା। ଡ .ପ୍ରେମାନନ୍ଦ ମହାପାତ୍ର ଙ୍କ ସଭାପତିତ୍ଵ ରେ ସଭା ଆରମ୍ଭ ହୋଇଥିଲା । ଡ.ଶାଶ୍ଵତୀ ସୌମ୍ୟା ସାହୁ ପ୍ରଫେସର ଡ ବାସୁଦେବ ସାହୁ ସ୍ମୃତି ପରିଷଦର ବାର୍ଷିକ ବିବରଣୀ ପାଠ କରିଥିଲେ ।ଅଧ୍ୟାପିକା ତ୍ରିବେଣୀ ଭୋଳ ସଭା ସଂଯୋଜନା କରିଥିବା ବେଳେ, ଡ.ଉଷା ରାଣୀ ରଥ  ଅତିଥି ପରିଚୟ ପ୍ରଦାନ କରିଥିଲେ ଓ ଅଧ୍ୟାପିକା ସୁମ୍ ଲୁ ମିତ୍ର ଡ଼ ବାସୁଦେବ ସାହୁଙ୍କ ସ୍ଵଲିଖିତ କବିତା ପାଠ କରିଥିଲେ ।ମୁଖ୍ୟ ଅତିଥି ଭାବେ ଦେଇଥିଲେ ଡ଼ ନଟବର ଶତପଥୀ , ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ ଡ ଗିରିଶ ସାହୁ ଓ ଡ଼ ଗୋବିନ୍ଦ ଚନ୍ଦ୍ର ଚାନ୍ଦ , ଡ଼ ସୌଭାଗ୍ୟ କୁମାର ସାହୁ ଏବ  ମୁଖ୍ୟ ବକ୍ତା ଭାବେ ଯୋଗଦେଇ ଡ଼ ପ୍ରଫୁଲ୍ଲ କୁମାର ଦାଶ । ସେମାନେ ଡ଼ ବାସୁଦେବ ସାହୁଙ୍କ ମହାନତା, ନିଷ୍ଠା ଓ ସମାଜ ପ୍ରତି ଥିବା ବିଶେଷ ଅବଦାନ ସାହିତ୍ୟରେ ପ୍ରତି ଥିବା ଅନୁରାଗ ସମ୍ପର୍କରେ ଆଲୋଚନା କରିଥିଲେ। ସେ ଜଣେ ସରଳ, ମେଳାପୀ, ପରୋପକାରୀ ଓ ସମାଜସେବୀ ଛାତ୍ରବତ୍ସଳ ମଣିଷ ଥିଲେ ବୋଲି ସ୍ମରଣ କରାଯାଇଥିଲା। ତାଙ୍କର ଅନୁପସ୍ଥିତି ସମାଜ , ଓଡ଼ିଆ ଭାଷା ଓ ସାହିତ୍ୟ ତଥା ପରିବାର ପାଇଁ ଏକ ଅପୂରଣୀୟ କ୍ଷତି ବୋଲି ସମସ୍ତେ ମତପ୍ରକାଶ କରିଥିଲେ।
“ଜୀବନର ଭୌତିକ ସମାପ୍ତି ଘଟେ, କିନ୍ତୁ କର୍ମ ଓ ସ୍ମୃତି ସଦାସର୍ବଦା ଅମର ହୋଇ ରହିଥାଏ।”
ସ୍ମୃତିସଭାରେ ଭାଗନେଇଥିବା ବିଶିଷ୍ଟ ବ୍ୟକ୍ତିମାନେ ନିଜ ନିଜର ଅନୁଭୂତି  କହିବା ସହ , ସ୍ୱର୍ଗତ ବ୍ୟକ୍ତିଙ୍କ ଦେଖାଇଥିବା ମାର୍ଗ, ଆଦର୍ଶ ଓ ସଦଗୁଣ ଆମ ସମସ୍ତଙ୍କ ପାଇଁ ପ୍ରେରଣାର ଉତ୍ସ ହୋଇରହିବ। ଶେଷରେ ଅଧ୍ୟାପିକା ଡ଼ ଦୀପ୍ତିରେଖା ପାଢ଼ୀ ଧନ୍ୟବାଦ   ଅର୍ପଣ କରିଥିଲେ ।

Leave A Reply

Your email address will not be published.