ଜଟଣୀ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ବାର୍ଷିକ ଜ୍ଞାନବିଜ୍ଞାନ ମେଳା ୪ଟିବର୍ଗ, ୪୧୦ପ୍ରତିଭାଗୀ, ୧୮୦ପୂରସ୍କୃତ ଓ ୫୯ ସଂକୁଳ ସ୍ତରୀୟ

ଲିପ୍ଶା ରାଉତ ଭୁବନେଶ୍ବର

ଜଟଣୀ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ବାର୍ଷିକ ଜ୍ଞାନବିଜ୍ଞାନ ମେଳା
୪ଟିବର୍ଗ, ୪୧୦ପ୍ରତିଭାଗୀ, ୧୮୦ପୂରସ୍କୃତ ଓ ୫୯ ସଂକୁଳ ସ୍ତରୀୟ

ଜଟଣୀ- ମହେଶ ମହେନ୍ଦ୍ର- ସ୍ଥାନୀୟ ପୈରାଞ୍ଚଳ ରାମଚନ୍ଦ୍ର ପୁର କଲେଜ୍ ରୋଡ୍ ସ୍ଥିତ ସର୍ବ ପୁରାତନ ତଥା ପ୍ରଥମ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରରେ ବାର୍ଷିକ ଜ୍ଞାନବିଜ୍ଞାନ ମେଳା ୨୦୨୬/୨୭ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାମନ୍ଦିରରେ ଅଧ୍ୟୟନରତ ପ୍ରଥମ ଶ୍ରେଣୀ ଠାରୁ ଦଶମ ଶ୍ରେଣୀ ଛାତ୍ରୀଛାତ୍ରଙ୍କ ମଧ୍ୟରେ ଜ୍ଞାନ ଆଉ ବିଜ୍ଞାନର ଅନୁସନ୍ଧାନ ଗୁଣାତ୍ମକରେ ସୁସ୍ଥ ସମାଜ ଓ ବିକାଶିତ ସମାଜ ସହଭାଗିତା ନିମନ୍ତେ ପ୍ରତିବର୍ଷ ଭଳି ଚଳିତ ବର୍ଷ ପ୍ରତିଭାଗୀ, ଅବିଭାବକ, ବିଚାରକ ମଣ୍ଡଳୀ ଓ ଗୁରୁମା/ଗୁରୁଜୀ ସହ ପ୍ରାଧାନ ଆଚାର୍ଯ୍ୟଙ୍କ ସମନ୍ବୟରେ ଉତ୍ସାହର ସହ ପାଳନ କରାଯାଇଛି। ଚଳିତବର୍ଷ ଜ୍ଞାନ ବିଜ୍ଞାନ ମେଳାରେ ବିଦ୍ୟାମନ୍ଦିରର ମୋଟ ୪୧୦ ଜଣ ପ୍ରତିଭାଗୀ ଅଂଶ ଗ୍ରହଣ କରିଥିଲା ବେଳେ ପ୍ରତିଭାଗୀମାନଙ୍କୁ ୪ଟି ବର୍ଗରେ ବିଭାଗୀ କରଣ କରାଯାଇଥିଲା। ୧ମ,୨ୟ ଓ ୩ୟ ଶ୍ରେଣୀକୁ (ସ୍ବତନ୍ତ୍ର ବର୍ଗ), ୪ ର୍ଥ ଓ ୫ମ ଶ୍ରେଣୀ (ଶିଶୁ ବର୍ଗ), ୬ଷ୍ଠ, ୭ମ ଓ ୮ମ ଶ୍ରେଣୀ (ବାଲ୍ ବର୍ଗ) ଏବଂ ୯ମ ଓ ୧୦ମ ଶ୍ରେଣୀ (କିଶୋର ବର୍ଗ) ବିଭାଗରେ ବିଭିନ୍ନ ବିଷୟ ଅନୁସାରେ ପ୍ରତିଯୋଗିତା କରାଯାଇ ଥିଲା। ବୈଦିକ ଗଣିତ ପ୍ରଶ୍ନ ମଞ୍ଚ, ବିଜ୍ଞାନ ପ୍ରଶ୍ନମଞ୍ଚ, ସଂସ୍କୃତି ଜ୍ଞାନ ପ୍ରଶ୍ନମଞ୍ଚ, ବିଜ୍ଞାନ ପ୍ରକଳ୍ପ, ଗଣିତ ପ୍ରକଳ୍ପ, ଗଣିତ ପତ୍ରବାଚନ, ବିଜ୍ଞାନ ପତ୍ର ବାଚନ, ଗଣିତ ପ୍ରୟୋଗ, ବିଜ୍ଞାନ ପ୍ରୟୋଗ, ମୂର୍ତ୍ତିକଳା ପ୍ରତିଯୋଗିତା, ତାତ୍ କାଳିକ ଭାଷଣ, କଥାକଥନ ଇତ୍ୟାଦି ବିଭାଗରେ ପ୍ରତିଭାଗୀ ଅଂଶ ଗ୍ରହଣ କରିଥିଲେ। ବିଚାରକ ମଣ୍ଡଳୀଙ୍କ ବିଭିନ୍ନ ବିଭାଗ ଓ ବିଭିନ୍ନ ପ୍ରକଳ୍ପ ପରିଦର୍ଶନ କରିଥିବା ବେଳେ ଏଥିରୁ ମୋଟ ୧୮୦ ଜଣ ପ୍ରତିଭାଗୀ ମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଛି। ୫୯ଜଣ ପ୍ରତିଭାଗୀ ସଂକୁଳ ସ୍ତରୀୟ ଜ୍ଞାନବିଜ୍ଞାନ ମେଳାରେ ଅଂଶ ଗ୍ରହଣ କରିବା ପାଇଁ ଚ଼ୟନ ହୋଇଛନ୍ତି।
ଜ୍ଞାନବିଜ୍ଞାନ ମେଳାରେ ବିଚାରକ ଭାବରେ ବଡତୋଟା ବେଲପଡ଼ା ଉଚ୍ଚ ବିଦ୍ୟାଳୟର ଅବସର ପ୍ରାପ୍ତ ବିଜ୍ଞାନ ଶିକ୍ଷକ ଶ୍ରୀଯୁକ୍ତ ବିଜୟାନନ୍ଦ ପଟ୍ଟନାୟକ, ଏନ଼.ଡି.ଆର୍.ସି. ହାଇସ୍କୁଲର ଶୁଭମ୍ ଦଳେଇ ଓ
ପ୍ରମୋଦିନୀ ସାମଲ, କୁଦିଆରୀ ଉଚ୍ଚ ବିଦ୍ୟାଳୟର ଦୁର୍ଗତିନାଶିନୀ ଦାସ ଓ ବିଚିତ୍ରାନନ୍ଦ ମହାନ୍ତି, କୁଦିଆରୀ ନୋଡାଲ ୟୁ.ପି. ସ୍କୁଲର ଅନୁରାଧା ବେହେରା ଓ ଅଶ୍ଵିନୀ କୁମାର ଦାସ
ପ୍ରମୁଖ ବ୍ୟକ୍ତି ବିଶେଷ ଯୋଗ ଦେଇଥିଲେ। ଉଦ୍ଦଘାଟଣ କାର୍ଯ୍ୟକ୍ରମରେ ସ୍ଥାନୀୟ ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ଶ୍ରୀନବୀନ କୁମାର ସେନାପତି ଓ ମୁଖ୍ୟ ଅତିଥି ଭାବରେ ନ୍ୟାସନାଲ ଇନଷ୍ଟିଚୁଟ ଅଫ୍ ସାଇନ୍ସ ଆଣ୍ଡ ରିସର୍ଚର ଅଧ୍ୟାପକ ଶ୍ରୀ ପ୍ରତାପ କୁମାର ସାହୁ ଯୋଗ ଦେଇଥିଲେ। ସେହିପରି ଉଦଯାପନ ଉତ୍ସବରେ ବିଦ୍ୟାମନ୍ଦିରର ପରିଚାଳନା ସମିତିର ଉପସଭାପତି ସୌଭାଗ୍ୟ କୁମାର ଜଗଦେବ ଓ ସଭ୍ୟା ଗୀତଞ୍ଜଳି ଗୌଡ଼ ଯୋଗଦାନ କରି ଶିଶୁମାନଙ୍କୁ ମାର୍ଗ ଦର୍ଶନ ଦେଇଥିଲେ। ଆୟୋଜିତ ଜ୍ଞାନ ବିଜ୍ଞାନ ମେଳାର ସଭା ମଞ୍ଚରେ ପ୍ରଧାନ ଆଚାର୍ଯ୍ୟ ଶ୍ରୀନବୀନ କୁମାର ଅତିଥି ମାନଙ୍କର ପରିଚୟ ପ୍ରଦାନ କରିଥିବା ବେଳେ ବିଜ୍ଞାନ ପ୍ରମୁଖ କାର୍ତ୍ତିକ ବାରିକ ବିବରଣୀ ପାଠ କରିଥିଲେ। ସର୍ବ ଶେଷରେ ସଂପାଦକ ଶ୍ରୀରାମ ଚନ୍ଦ୍ର ସାହୁ ଧନ୍ୟବାଦ ଅର୍ପଣ କରି ଚଳିତବର୍ଷ ମେଳାକୁ ବିରାମ ଦେଇଛନ୍ତି।

Leave A Reply

Your email address will not be published.